Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା
ଆଜିର ଖବର

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା
୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା

ଭୁବନେଶ୍ୱର: ନିଶାମୁକ୍ତ ଓଡ଼ିଶା ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୁଲିସ ପକ୍ଷରୁ ‘ନିଶାମୁକ୍ତ ଭାରତ ଅଭିଯାନ’ ଅଧୀନରେ ରାଜ୍ୟବ୍ୟାପୀ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଗତ ଅଗଷ୍ଟ ୧୫ରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ୩୫ଟି ପୁଲିସ ଜିଲ୍ଲାରେ ଏହି ବିଶେଷ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର ମୋଟ ୧,୭୬୩ଟି ସ୍କୁଲ ଓ କଲେଜରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ନିଶା ନିବାରଣର ବାର୍ତ୍ତା ପହଞ୍ଚାଯାଇଛି। ସମ୍ବଲପୁର ଜିଲ୍ଲାରେ ସର୍ବାଧିକ ୧୬୨ଟି ଶିକ୍ଷାନୁଷ୍ଠାନରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଗଞ୍ଜାମରେ ୧୧୭ଟି, ଖୋର୍ଦ୍ଧାରେ ୧୦୧ଟି, ରାୟଗଡ଼ାରେ ୮୫ଟି ଏବଂ କଳାହାଣ୍ଡିରେ ୭୯ଟି ଶିକ୍ଷାନୁଷ୍ଠାନରେ ଏହି ଅଭିଯାନ ସଫଳତାର ସହ ସମ୍ପାଦିତ ହୋଇଛି।

ଏହି ରାଜ୍ୟବ୍ୟାପୀ ଅଭିଯାନରେ ୨୬ଟି ପୁଲିସ ଜିଲ୍ଲାର ନିଜ ନିଜ ଆରକ୍ଷୀ ଅଧୀକ୍ଷକମାନଙ୍କ ନେତୃତ୍ୱ, ପୁଲିସ କର୍ମଚାରୀଙ୍କ ନିଷ୍ଠାପର ପ୍ରୟାସ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସକ୍ରିୟ ସହଯୋଗ ଯୋଗୁଁ ନିଶା ବିରୋଧୀ ସଚେତନତା ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚାଯାଇପାରିଛି। ନିଶାଦ୍ରବ୍ୟ ସେବନ ଦ୍ୱାରା ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ, ପରିବାର, ଶିକ୍ଷା, ଜୀବନ ଓ ଭବିଷ୍ୟତ ଉପରେ ପଡ଼ୁଥିବା କୁପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯିବା ସହ ନିଶା ବିରୋଧୀ ଲଢ଼େଇରେ ସକ୍ରିୟ ଭାବେ ସାମିଲ ହେବାକୁ ଆହ୍ୱାନ ଦିଆଯାଇଛି। ଏହି ଅଭିଯାନର ଲକ୍ଷ୍ୟ କେବଳ ନିଶାଦ୍ରବ୍ୟର କୁପ୍ରଭାବ ସମ୍ପର୍କରେ ସଚେତନ କରିବାରେ ସୀମିତ ନୁହେଁ; ବରଂ ଯୁବପିଢ଼ିଙ୍କୁ ସଠିକ୍‌ ଓ ଦାୟିତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପ୍ରେରଣା ଦେବା ସହ ସ୍କୁଲ, କଲେଜ, ଶିକ୍ଷକ, ଛାତ୍ରଛାତ୍ରୀ ଓ ପରିବାରକୁ ଏହି ସଂଗ୍ରାମର ପ୍ରମୁଖ ସହଯୋଗୀ ଭାବେ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ୨୦୨୯ ସୁଦ୍ଧା ଏକ ସମ୍ପୂର୍ଣ୍ଣ ନିଶାମୁକ୍ତ ଓଡ଼ିଶା ଗଠନ କରିବାକୁ ଓଡ଼ିଶା ପୁଲିସର ଦୃଢ଼ ସଂକଳ୍ପ ବୋଲି ପ୍ରକାଶ କରିଛନ୍ତି। ଏହି ଲକ୍ଷ୍ୟ ହାସଲ ନହେବା ପର୍ଯ୍ୟନ୍ତ ନିଶା ବିରୋଧୀ ସଚେତନତା ଓ ପ୍ରତିରୋଧମୂଳକ କାର୍ଯ୍ୟକ୍ରମ ନିରନ୍ତର ଜାରି ରହିବ। ନିଶା ବିରୋଧୀ ଲଢ଼େଇରେ ପୁଲିସ ସହିତ ପରିବାର, ଶିକ୍ଷାନୁଷ୍ଠାନ, ଯୁବପିଢ଼ି ଏବଂ ସମାଜର ପ୍ରତ୍ୟେକ ବର୍ଗର ସହଭାଗିତା ହିଁ ଏହି ଅଭିଯାନର ସବୁଠାରୁ ବଡ଼ ଶକ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହି ରାଜ୍ୟବ୍ୟାପୀ ଅଭିଯାନକୁ ସଫଳ କରିବାରେ ନିରନ୍ତର ସହଯୋଗ କରିଥିବା ସମସ୍ତ ଆରକ୍ଷୀ ଅଧୀକ୍ଷକ, ପୁଲିସ କର୍ମଚାରୀ, ଶିକ୍ଷାନୁଷ୍ଠାନ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅନ୍ୟ ସମସ୍ତ ସହଯୋଗୀଙ୍କ ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଛନ୍ତି।

ଓଡିଶା ପୁଲିସ ନିଶାମୁକ୍ତ ଓଡ଼ିଶା’ ବ୍ୟାପକ ସଚେତନତା
Share. Facebook Twitter LinkedIn Email WhatsApp Copy Link

Related Posts

‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

September 2, 2026

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026
Latest News

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା

September 2, 2026

‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

September 2, 2026

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.