Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧନତେରସ୍ ଦିନ ସୁନା ଓ ରୁପା ବି ମହଙ୍ଗା: ଗତ ବର୍ଷ ଠାରୁ କେତେ ବଢ଼ିଲା ଦାମ୍?
ଆଜିର ଖବର

ଧନତେରସ୍ ଦିନ ସୁନା ଓ ରୁପା ବି ମହଙ୍ଗା: ଗତ ବର୍ଷ ଠାରୁ କେତେ ବଢ଼ିଲା ଦାମ୍?

November 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Gold Price
ଧନତେରସ୍ ଦିନ ସୁନା ଓ ରୁପା ବି ମହଙ୍ଗା: ଗତ ବର୍ଷ ଠାରୁ କେତେ ବଢ଼ିଲା ଦାମ୍?

ନୂଆଦିଲ୍ଲୀ: ଆଜି ଧନତେରସ୍ ର ଶୁଭ ଦିନ ଏବଂ ଆଜି ଅଧିକାଂଶ ଲୋକ ସୁନା କିଣିବାକୁ ପ୍ରସ୍ତୁତି କରୁଛନ୍ତି। ଆପଣ ବି ଯଦି ସୁନା କିମ୍ବା ରୁପା କିଣିବାକୁ ଯାଉଛନ୍ତି, ତେବେ ଏଥର ଆପଣଙ୍କ ପକେଟ୍ ଉପରେ ଟିକେ ଅଧିକ ବୋଝ ପଡ଼ିପାରେ। ପର୍ବ ଦିନ ହିଁ ସୁନା ଓ ରୁପା ଦାମ୍ ବଢ଼ିବା ଜାରି ରହିଛି। ଦିଲ୍ଲୀ ସରାଫା ବଜାରରେ ସୁନା ଲଗାତାର ଦ୍ଵିତୀୟ ଦିନ ମହଙ୍ଗା ହୋଇ ୨,୨୦୦ ଟଙ୍କା ଡେଇଁ ୧.୪୮ ଲକ୍ଷ ଟଙ୍କା ପ୍ରତି ୧୦ ଗ୍ରାମ୍ ପାର୍ କରିଛି। ରୁପା ଦାମ୍ ବି ବଢ଼ିଛି।

ଦାମ୍ ବଢ଼ିବା ପଛରେ ଧନତେରସ୍ ପୂର୍ବରୁ ଜୁଏଲର୍ସ ଓ ଖୁଚୁରା ବ୍ୟବସାୟୀଙ୍କ ବଢ଼ିଥିବା କିଣାକୁ ବଡ଼ କାରଣ ବୋଲି କୁହାଯାଉଛି। ଏହା ସହ ନିବେଶକଙ୍କ ଚାହିଦା ଏବଂ ଆନ୍ତର୍ଜାତୀୟ ବଜାରରେ ସୁନା ଦାମ୍ ବଢ଼ିବା ମଧ୍ୟ ଦାମ୍ କୁ ସହାରା ଦେଇଛି।

ଆଜି କେତେ ଅଛି ସୁନା-ରୁପା ଦାମ୍?

ଅଖିଳ ଭାରତୀୟ ସରାଫା ସଂଘ ଅନୁସାରେ, ଆଜି ୯୯.୯ ପ୍ରତିଶତ ଶୁଦ୍ଧତା ଥିବା ସୁନା ଦାମ୍ ୨,୨୦୦ ଟଙ୍କା ବଢ଼ି ୧,୪୮,୮୦୦ ଟଙ୍କା ପ୍ରତି ୧୦ ଗ୍ରାମ୍ ହୋଇଛି। ଏହା ପୂର୍ବରୁ ଗୁରୁବାର ସୁନା ୧,୪୬,୬୦୦ ଟଙ୍କା ପ୍ରତି ୧୦ ଗ୍ରାମ୍ ରେ ବନ୍ଦ ହୋଇଥିଲା।

ସେହିପରି ରୁପା ବି ୧,୫୦୦ ଟଙ୍କା ମହଙ୍ଗା ହୋଇ ୧,୯୪,୫୦୦ ଟଙ୍କା ପ୍ରତି କିଲୋଗ୍ରାମ୍ ରେ ପହଞ୍ଚିଛି। ଗତ କାରବାର ଦିନରେ ଏହାର ଦାମ୍ ୧,୯୩,୦୦୦ ଟଙ୍କା ପ୍ରତି କିଲୋ ଥିଲା।

ଗତ ବର୍ଷ ଧନତେରସ୍ ରେ କେତେ ଶସ୍ତା ଥିଲା ସୁନା?

ଏଥର ସୁନା ଦାମ୍ ବଢ଼ିବାକୁ ବୁଝିବା ପାଇଁ ଗତ ବର୍ଷ ଦାମ୍ ଉପରେ ନଜର ପକାଇବା ଜରୁରୀ। ଗତ ବର୍ଷ ଅକ୍ଟୋବର ୧୮ ତାରିଖ ଧନତେରସ୍ ଅବସରରେ ସୁନା ୧,୩୨,୪୦୦ ଟଙ୍କା ପ୍ରତି ୧୦ ଗ୍ରାମ୍ ଥିଲା। ସେତେବେଳେ ରୁପା ଦାମ୍ ୧.୭୦ ଲକ୍ଷ ଟଙ୍କା ପ୍ରତି କିଲୋ ଥିଲା।

ଏହି ହିସାବରେ ଦେଖିଲେ ଗତ ବର୍ଷ ଧନତେରସ୍ ତୁଳନାରେ ଏଥର ସୁନା ପ୍ରାୟ ୧୬,୪୦୦ ଟଙ୍କା ପ୍ରତି ୧୦ ଗ୍ରାମ୍ ମହଙ୍ଗା ଅଛି। ଅର୍ଥାତ୍ ଏକ ବର୍ଷରେ ସୁନା ଦାମ୍ ରେ ପ୍ରାୟ ୧୨.୪ ପ୍ରତିଶତ ବୃଦ୍ଧି ହୋଇଛି। ରୁପା ବି ଗତ ବର୍ଷ ତୁଳନାରେ ମହଙ୍ଗା ହୋଇଛି।

#SilverPrice BullionMarket DelhiGoldPrice Dhanteras Dhanteras2026 DhanterasGold Diwali goldprice GoldRateToday SilverRate
Share. Facebook Twitter LinkedIn Email WhatsApp Copy Link

Related Posts

‘ରାମାୟଣ’ ରଚିଲା ଇତିହାସ!: ଭାଙ୍ଗିଲା ଆମିର ଖାନଙ୍କ ୮ ବର୍ଷ ପୁରୁଣା ରେକର୍ଡ

November 6, 2026

ଦିଲ୍ଲୀରେ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ!: ସରକାରଙ୍କଠାରୁ ମାଗିଲେ ଉତ୍ତର

November 6, 2026

ୟୁପି ନିର୍ବାଚନରେ NDA ପାଇଁ ଚ୍ୟାଲେଞ୍ଜ ହେବେ ଚିରାଗ ପାସୱାନ୍!: ୪୦୩ ଆସନରେ ଏକା ଲଢ଼ିବ ଲୋଜପା

November 6, 2026

ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର

November 6, 2026
Latest News

‘ରାମାୟଣ’ ରଚିଲା ଇତିହାସ!: ଭାଙ୍ଗିଲା ଆମିର ଖାନଙ୍କ ୮ ବର୍ଷ ପୁରୁଣା ରେକର୍ଡ

November 6, 2026

ଦିଲ୍ଲୀରେ ପ୍ରଦୂଷଣ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ!: ସରକାରଙ୍କଠାରୁ ମାଗିଲେ ଉତ୍ତର

November 6, 2026

ଧନତେରସ୍ ଦିନ ସୁନା ଓ ରୁପା ବି ମହଙ୍ଗା: ଗତ ବର୍ଷ ଠାରୁ କେତେ ବଢ଼ିଲା ଦାମ୍?

November 6, 2026

ୟୁପି ନିର୍ବାଚନରେ NDA ପାଇଁ ଚ୍ୟାଲେଞ୍ଜ ହେବେ ଚିରାଗ ପାସୱାନ୍!: ୪୦୩ ଆସନରେ ଏକା ଲଢ଼ିବ ଲୋଜପା

November 6, 2026

ପୁରୀକୁ ମିଳିବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍! ବିଦେଶରୁ ସିଧା ଆସିବେ ପର୍ଯ୍ୟଟକ, ଖୋଲିବ ନିଯୁକ୍ତିର ନୂଆ ଦ୍ୱାର

November 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.