Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
ଆଜିର ଖବର

‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
'ରକ୍ତତୀର୍ଥ ଇରମ୍‌'ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ
'ରକ୍ତତୀର୍ଥ ଇରମ୍‌'ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର: ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ଆତ୍ମବଳିଦାନର ଅନ୍ୟତମ ମହାନ ସ୍ମାରକୀ ସ୍ଥଳୀ ‘ରକ୍ତତୀର୍ଥ ଇରମ୍‌’ର ସାମଗ୍ରିକ ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଜୋରଦାର ହୋଇଛି। ‘ଭାରତର ଦ୍ୱିତୀୟ ଜଲିଆନାୱାଲା ବାଗ୍’ ଭାବେ ପରିଚିତ ଏହି ଐତିହାସିକ ବଳିଦାନର କ୍ଷେତ୍ରକୁ ରାଜ୍ୟର ଗୋଟିଏ ପ୍ରମୁଖ ଐତିହ୍ୟ ଓ ପର୍ଯ୍ୟଟନ ସ୍ଥଳୀ ଭାବେ ବିକଶିତ କରିବାକୁ ରାଜ୍ୟ ପର୍ଯ୍ୟଟନ ବିଭାଗ ବିଶେଷ ଗୁରୁତ୍ୱ ଆରୋପ କରିଛି। ଏଥିପାଇଁ ଏକ ସମ୍ପୂର୍ଣ୍ଣ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଏବଂ ଆବଶ୍ୟକ ଆର୍ଥିକ ଆକଳନ ପ୍ରସ୍ତୁତ କରି ସରକାରଙ୍କ ନିକଟକୁ ପଠାଇବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ଆନୁଷ୍ଠାନିକ ନିର୍ଦ୍ଦେଶ ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ସାମାଜିକ କର୍ମୀ ପ୍ରଶାନ୍ତ କୁମାର ନାୟକ ଇରମ୍‌ର ସାମଗ୍ରିକ ଉନ୍ନୟନ, ଐତିହ୍ୟ ସୁରକ୍ଷା ଓ ରକ୍ଷଣାବେକ୍ଷଣ ଦାବି କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ରାଷ୍ଟ୍ରପତିଙ୍କ ନିକଟକୁ ସ୍ମାରକପତ୍ର ପଠାଇଥିଲେ। ଏହି ଚିଠି ଆଧାରରେ ପର୍ଯ୍ୟଟନ ବିଭାଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ପର୍ଯ୍ୟଟନ ବିଭାଗର ଅନୁଶାସନ ସଚିବ କାହ୍ନୁ ଚରଣ ଦାସ ଭଦ୍ରକ ଜିଲ୍ଲାପାଳଙ୍କୁ ଚିଠି ଲେଖି ଇରମ୍‌ର ବିକାଶ ପାଇଁ ଦିଆଯାଇଥିବା ପ୍ରସ୍ତାବଗୁଡ଼ିକୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ତୁରନ୍ତ ଯାଞ୍ଚ କରିବାକୁ କହିଛନ୍ତି। ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକ ସମ୍ଭବପର ହେଲେ ତୁରନ୍ତ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ଓ ଆର୍ଥିକ ଅଟକଳ ପ୍ରସ୍ତୁତ କରି ବିଭାଗ ନିକଟକୁ ପଠାଇବାକୁ ଜିଲ୍ଲାପାଳ ଏବଂ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ସାମାଜିକ କର୍ମୀ ପ୍ରଶାନ୍ତ ନାୟକଙ୍କ ସ୍ମାରକପତ୍ରରେ ରକ୍ତତୀର୍ଥ ଇରମ୍‌କୁ ଜାତୀୟ କିମ୍ବା ରାଜ୍ୟସ୍ତରୀୟ ଐତିହ୍ୟ ସ୍ଥଳୀର ମାନ୍ୟତା ଦେବାକୁ ଦାବି କରାଯାଇଛି। ସ୍ୱାଧୀନତା ସଂଗ୍ରାମ ସମୟରେ ଏଠାରେ ପ୍ରାଣବଳି ଦେଇଥିବା ୨୯ ଜଣ ଶହୀଦଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି, ୫୬ ଜଣ ଆହତ ସଂଗ୍ରାମୀଙ୍କ ସ୍ମୃତିରେ ପ୍ରତୀକାତ୍ମକ ପ୍ରତିମୂର୍ତ୍ତି, ବିଶାଳ ସ୍ମୃତି ସ୍ତମ୍ଭ, ଆଧୁନିକ ସଂଗ୍ରହାଳୟ ଏବଂ ଗ୍ରନ୍ଥାଗାର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି। ଏହା ସହିତ ଜାତୀୟ ରାଜପଥରୁ ଇରମ୍‌କୁ ସଂଯୋଗ କରୁଥିବା ରାସ୍ତାର ପ୍ରଶସ୍ତୀକରଣ ଓ ଆଲୋକୀକରଣ, ପ୍ରବେଶ ପଥରେ ଭବ୍ୟ ସ୍ମାରକୀ ତୋରଣ ନିର୍ମାଣ, ଐତିହାସିକ ନାନା ପୋଖରୀର ସୌନ୍ଦର୍ଯ୍ୟକରଣ ଏବଂ ପ୍ରସିଦ୍ଧ ମା’ ବଜ୍ରମହାକାଳୀ ମନ୍ଦିରର ବିକାଶ ପାଇଁ ଦାବି ହୋଇଛି। ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ସୁବିଧା ଏବଂ ଇରମ୍‌ର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ତଥ୍ୟ ପ୍ରଦାନ ପାଇଁ ବହୁଭାଷୀ ସୂଚନା ଫଳକ ସ୍ଥାପନ କରିବାକୁ ମଧ୍ୟ ସୁପାରିଶ କରାଯାଇଛି।

ରକ୍ତତୀର୍ଥ ଇରମ୍‌ ସର୍ବାଙ୍ଗୀନ ବିକାଶ ସ୍ମାରକୀ ସ୍ଥଳୀ ସ୍ୱାଧୀନତା ସଂଗ୍ରାମ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026
Latest News

‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

September 2, 2026

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.