Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି
ଆଜିର ଖବର

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସପ୍ତଦଶ ଦିବସରେ ଅହୋରାତ୍ର ଧାରଣା
ସପ୍ତଦଶ ଦିବସରେ ଅହୋରାତ୍ର ଧାରଣା
ଭୁବନେଶ୍ୱର: ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ୱୟ ସମିତିର ଆହ୍ୱାନରେ ରାଜଧାନୀର ରାଜରାସ୍ତାରେ ଦିବାରାତ୍ରି ଗଣଧାରଣା ୧୭ ଦିନରେ ପହଞ୍ଚିଛି। ମସା ଡାଆଁସ ଓ ପାଗର ପ୍ରତିକୂଳତା ସତ୍ତ୍ୱେ ଏବେବି ହଜାର ହଜାର ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ ଅହୋରାତ୍ର ଧାରଣାରେ ବସିଛନ୍ତି। ଅଥଚ ସରକାରଙ୍କ ତରଫରୁ ସମସ୍ୟା ସମାଧାନ ସମ୍ପର୍କିତ ଘୋଷଣାନାମା ପ୍ରକାଶ ପାଇବାରେ ବିଳମ୍ବ ହୋଇ ଚାଲିଛି ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ ଏକ ପ୍ରେସ୍ ବିବୃତିରେ କହିଛନ୍ତି।
ସୂଚନାଥାଉକି, ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନେ ସେମାନଙ୍କ ନ୍ୟାୟୋଚିତ ଓ ଯୁକ୍ତିଯୁକ୍ତ ଦାବୀ ହାସଲ ପାଇଁ ଦୀର୍ଘ ଦିନଧରି ଅହୋରାତ୍ର ଗଣଧାରଣାରେ ବସି ରହିଥିଲେ ମଧ୍ୟ ସମସ୍ୟା ସମାଧାନ ଦିଗରେ ସରକାର ଅବହେଳା ପ୍ରଦର୍ଶନ କରିଚାଲିଛନ୍ତି ବୋଲି ସମନ୍ୱୟ ସମିତି ପକ୍ଷରୁ କୁହାଯାଇଛି। ଶିକ୍ଷକ କର୍ମଚାରୀମାନଙ୍କର ଦାବି ଗୁଡ଼ିକ ମଧ୍ୟରେ ସମସ୍ତ ଯୋଗ୍ୟବିବେଚିତ ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ଅନୁଦାନ ପ୍ରଦାନ ସହିତ ଏହି ବିଦ୍ୟାଳୟ ଗୁଡ଼ିକରେ ଅଧ୍ୟୟନ ରତ ବିଦ୍ୟାର୍ଥିମାନଙ୍କୁ ମଧ୍ୟାହ୍ନ ଭୋଜନ, ଶିକ୍ଷା ଉପକରଣ, ପୋଷାକ, ସାଇକେଲ ଓ ଶିକ୍ଷାବୃତ୍ତି ଯୋଗାଇ ଦେବା, ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଅବସର ନେଇଥିବା ଓ ନେବାକୁଥିବା ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କ ପାଇଁ ପେନ୍‌ସନ୍ ଓ ଅବସରକାଳୀନ ସୁବିଧା ପ୍ରଦାନ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକରେ ଶୂନ୍ୟଥିବା ପଦବୀଗୁଡ଼ିକରେ ନିଯୁକ୍ତି, ୨୦୦୪ ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ୍ ଇନ୍‌କ୍ରିମେଣ୍ଟ ଦେବା ସହିତ ବରିଷ୍ଠତା ପ୍ରଦାନ, ଗ୍ରେଡ଼ପେ ରେ ଥିବା ଅସଙ୍ଗତି ଦୂରୀକରଣ, ଅବସର ବୟସସୀମା ୬୦ ରୁ ୬୨ ବର୍ଷକୁ ବୃଦ୍ଧି କରିବା, ସମାନ କାମକୁ ସମାନ ଦରମା ପ୍ରଦାନ କରିବା ଏବଂ ସମସ୍ତ ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଓ ମହାବିଦ୍ୟାଳୟର ସରକାରୀକରଣ। ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାରଙ୍କ ଦ୍ୱାରା ଗଠିତ କମିଟି ଶିକ୍ଷକ ସଂଗଠନର ନେତୃତ୍ୱ ମାନଙ୍କ ସହିତ ଆଲୋଚନା କରି ରିପୋର୍ଟ ପ୍ରଦାନ କରି ସାରିଥିଲେ ମଧ୍ୟ ସରକାର ଏହାକୁ କ୍ୟାବିନେଟ୍‌କୁ ନେଇ ସମସ୍ୟା ସମାଧାନ କରୁ ନାହାଁନ୍ତି। ଅବିଭାବକସଂଘର ସଭାପତି ବାସୁଦେବ ଭଟ୍ଟ ଆନ୍ଦୋଳନକୁ ସମର୍ଥନ ଜଣାଇଲେ ଏବଂ ଆଗାମୀ ଗୁରୁଦିବସରେ ସମସ୍ତ ଅବିଭାବକମାନେ ଏହି ଆନ୍ଦୋଳନରେ ସାମିଲ ହେବେ।
ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀମାନଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରି ସମସ୍ୟାଗୁଡ଼ିକୁ ସହୃଦୟତାର ସହ ବିଚାରକୁ ନେଇ ତୁରନ୍ତ ସମାଧାନ କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି ଆନ୍ଦୋଳନର ନେତୃତ୍ୱ ନେଉଥିବା ସମନ୍ୱୟ ସମିତିର ଆବାହକ ରଞ୍ଜନ କୁମାର ଦାଶ, ସଭାପତି ସୁକାନ୍ତ କୁମାର ବେହେରା, ଅକ୍ଷୟ କୁମାର ମିଶ୍ର, ଡ଼. ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳା ପଣ୍ଡା, ବିକ୍ରମ କୁମାର ଦାସ, ପ୍ରମୋଦ କୁମାର ହୋତା, ହରେକୃଷ୍ଣ ପାଣିଗ୍ରାହୀ, ଶଲିଳ ରାଜନନ୍ଦନ ମହାନ୍ତି, ଅଜୟ କୁମାର ପତି, ରଞ୍ଜନ କୁମାର ପଣ୍ଡା, ଏମ୍‌.ଏ. କାସିମ୍ ବେଗ୍‌, ପ୍ରଶାନ୍ତ କୁମାର ପତି, ସୁରେଶ ଚନ୍ଦ୍ର ଦାଶ, ରାଜା ଓସିମ୍‌, ନୀଳମଣି ପୁରୋହିତ, ବ୍ରଜ କିଶୋର ବିଶ୍ୱାଳ, ଅଶୋକ କୁମାର ମହାପାତ୍ର, ଶଙ୍କର କୁମାର ସୁବୁଦ୍ଧି, ବନମାଳୀ ବାରିକ, ଅଟଳ ବଳ, ପ୍ରିୟରଞ୍ଜନ  ରଥ, ରାଜଲକ୍ଷ୍ମୀ ବେହେରା, ଜୟନ୍ତୀ ବଳ, ମାଣିକେଶ୍ୱର ସ୍ୱାଇଁ, ରମାକାନ୍ତ ମହାପାତ୍ର, ପ୍ରଦୀପ କୁମାର ମଙ୍ଗରାଜ, ନବକୁମାର ପଣ୍ଡା, ଗଦାଧର ଶତପଥୀ, ରମାକାନ୍ତ ଲେଙ୍କା ଏବଂ ମଧୁସୂଦନ ଦେ ପ୍ରମୁଖ ସରକାରଙ୍କୁ ଅନୁରୋଧ କରିଛନ୍ତି ନଚେତ୍ ଏ ଆନ୍ଦୋଳନ ଆହୁରି ତୀବ୍ର ରୂପ ଧାରଣ କରିବ।
ଅହୋରାତ୍ର ଧାରଣା ଶିକ୍ଷକ ସମାଜ ସପ୍ତଦଶ ଦିବସ ସମନ୍ୱୟ ସମିତି
Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026
Latest News

ଶିକ୍ଷକ ସମାଜର ଦାବୀକୁ ସରକାର ସମାଧାନ ଦିଗରେ ଅବହେଳା କରି ଚାଲିଛନ୍ତି: ସମନ୍ୱୟ ସମିତି

September 2, 2026

ରାଶିଫଳ: ସେପ୍ଟେମ୍ବର ୨ ତାରିଖରେ ସାତୋଟି ରାଶି ପାଇଁ ରହିଛି ଲାଭ ସୁଯୋଗ

September 2, 2026

ରାଷ୍ଟ୍ରପତିଙ୍କୁ ଭେଟିଲେ ଗଞ୍ଜାମର ୫ ପ୍ରମୁଖ ସାଂସ୍କୃତିକ ଦଳର ୯୦ରୁ ଊର୍ଦ୍ଧ୍ୱ ଲୋକ କଳାକାର

September 1, 2026

ଇଗ୍ନୋରେ ଜୁଲାଇ ସତ୍ର ପାଇଁ ନାମଲେଖା ସୁଯୋଗ: ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଆବେଦନ ଅବଧି ବୃଦ୍ଧି

September 1, 2026

ପ୍ରତି ଜିଲ୍ଲାରେ ନିଯୁକ୍ତ ହେବେ ‘ଶକ୍ତି ଅପା’

September 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.