Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି
ଆଜିର ଖବର

ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି

September 2, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି
ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି

ଅରୋଭିଲ/ପୁଡୁଚେରୀ: ସମ୍ପ୍ରତି ପୁଡୁଚେରୀ ଗସ୍ତରେ ଥିବା ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ ପୁଡୁଚେରୀର ଅରୋଭିଲ ଅନ୍ତର୍ଜାତୀୟ ଟାଉନସିପ୍‌ ପରିଦର୍ଶନ କରିଛନ୍ତି। ସେମାନେ ପୁଡୁଚେରୀର ବିଭିନ୍ନ ଐତିହାସିକ ସ୍ଥଳୀ ମଧ୍ୟ ବୁଲି ଦେଖିଛନ୍ତି । ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଭୁବନେଶ୍ୱର ପକ୍ଷରୁ ଏହି ଗସ୍ତ ଆୟୋଜନ କରାଯାଇଛି। ଭାରତ ସରକାରଙ୍କ ଆନ୍ତଃରାଜ୍ୟ ଗଣମାଧ୍ୟମ ଗସ୍ତର ଅଂଶବିଶେଷ ଭାବେ ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଉଛି, ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଗତିଶୀଳ ପରିବେଶ ମଡେଲ, ଦୀର୍ଘସ୍ଥାୟୀ ଟାଉନ୍‌ ପ୍ଲାନିଂ ଏବଂ ଗୋଷ୍ଠୀ ଆଧାରିତ ଐତିହ୍ୟ ସଂରକ୍ଷଣ ବିଷୟରେ ପ୍ରତ୍ୟକ୍ଷ ଅନୁଭୂତି ପ୍ରଦାନ କରିବା।

ଗସ୍ତରେ ସାମିଲ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧୀନ ଅରୋଭିଲ ଫାଉଣ୍ଡେସନର ସଚିବ ତଥା ଗୁଜରାଟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଜୟନ୍ତୀ ଏସ. ରବିଙ୍କ ସହିତ ବିଭିନ୍ନ ପ୍ରସଙ୍ଗରେ ସାରଗର୍ଭକ ଆଲୋଚନା କରିଥିଲେ। ଡକ୍ଟର ରବି ଓଡ଼ିଶା ଏବଂ ଶ୍ରୀ ଅରବିନ୍ଦଙ୍କ ପୂର୍ଣ୍ଣାଙ୍ଗ ଦର୍ଶନ ମଧ୍ୟରେ ରହିଥିବା ଗଭୀର ଆଧ୍ୟାତ୍ମିକ ସମ୍ପର୍କ ଉପରେ ଆଲୋଚନା କରିଥିଲେ। ଏହି ଐତିହାସିକ ସମ୍ପର୍କ ଉପରେ ଆଲୋକପାତ କରି ସେ କହିଥିଲେ, ଓଡ଼ିଶାରେ ପ୍ରାୟ ୧୦ ହଜାର ଶ୍ରୀ ଅରବିନ୍ଦ ପାଠଚକ୍ର ସକ୍ରିୟ ଭାବେ ପରିଚାଳିତ ହେଉଛି । ଭିନ୍ନ ଭିନ୍ନ କ୍ଷେତ୍ରରେ ଆନ୍ତଃ-କ୍ଷେତ୍ରୀୟ ଭାଗିଦାରୀ ସପକ୍ଷରେ ମତ ବ୍ୟକ୍ତ କରି ସେ ଓଡ଼ିଶାର ଯୁବପିଢ଼ି, ଗବେଷକ ଏବଂ ପେସାଦାରମାନଙ୍କୁ ଇଣ୍ଟର୍ନସିପ୍, ଗବେଷଣା, ସ୍ୱେଚ୍ଛାକୃତ ସେବା ଏବଂ ଦୀର୍ଘକାଳୀନ ନିବାସ ମାଧ୍ୟମରେ ଅରୋଭିଲର ବିକାଶ ଧାରାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆମନ୍ତ୍ରଣ କରିଥିଲେ।

ଏଥିପୂର୍ବରୁ ସାମ୍ବାଦିକମାନେ ମାତୃମନ୍ଦିର ଗସ୍ତ କରିଥିଲେ। ସେମାନେ ମହତ୍ୱାକାଂକ୍ଷୀ ମାତୃମନ୍ଦିର ହ୍ରଦ ଜଳଭଣ୍ଡାର କାର୍ଯ୍ୟକ୍ରମର ଅଗ୍ରଗତି ଅନୁଧ୍ୟାନ କରିଥିଲେ। ଜଳଭଣ୍ଡାର ପୁନରୁଦ୍ଧାର, ଆଞ୍ଚଳିକ ବର୍ଷାଜଳ ଅମଳ ଏବଂ ସ୍ଥାୟୀ ଜଳ ସୁରକ୍ଷା ପାଇଁ ଏହାକୁ ନିର୍ମାଣ କରାଯାଉଛି। ଅରୋଭିଲ ଫାଉଣ୍ଡେସନରେ, ଅରୋଭିଲ କାର୍ଯ୍ୟକାରୀ କମିଟିର ପ୍ରତିନିଧିମାନେ ଟାଉନସିପର ଦୂରଦୃଷ୍ଟିପୂର୍ଣ୍ଣ ମାଷ୍ଟର ପ୍ଲାନ ଉପରେ ସୂଚନା ଦେଇଥିଲେ। ସାମ୍ବାଦିକମାନେ ଟାଉନସିପର ବିକେନ୍ଦ୍ରୀକୃତ ସ୍ୱ-ଶାସନ, ଅଫ୍-ଗ୍ରୀଡ୍ ପରିବେଶଗତ ଅପଚୟ ପରିଶୋଧନ ପ୍ରଣାଳୀ, ସୌର କିଚେନରେ ଗୋଷ୍ଠୀ ଆଧାରିତ ସୌର-ଷ୍ଟିମ୍ ପ୍ରଯୁକ୍ତିବିଦ୍ୟା ଏବଂ ସାମୂହିକ ରକ୍ଷଣାବେକ୍ଷଣ ନୀତି ବିଷୟରେ ଜ୍ଞାନ ଆହରଣ କରିଥିଲେ। ପ୍ରତିନିଧିମାନେ କ୍ଷୁଦ୍ର ଋଣ ସହାୟତା, ସ୍ୱାସ୍ଥ୍ୟସେବା ନେଟୱାର୍କ ଏବଂ ବୃତ୍ତିଗତ ବିକାଶ ମାଧ୍ୟମରେ ଆଖପାଖ ବସତିର ୨୦ ହଜାରରୁ ଅଧିକ ଗ୍ରାମବାସୀଙ୍କୁ ସଶକ୍ତ କରିବା ପାଇଁ ପରିବର୍ତ୍ତନକାରୀ ଗ୍ରାମୀଣ ପଦକ୍ଷେପଗୁଡ଼ିକର ମୂଲ୍ୟାଙ୍କନ କରିଥିଲେ। ସେମାନେ ମଧ୍ୟ ଅରୋଭିଲ ଆର୍ଥ ଇନଷ୍ଟିଚ୍ୟୁଟ୍, ପବିତ୍ର ବନ ଏବଂ ବନୀକରଣ କ୍ଷେତ୍ର ପରିଦର୍ଶନ କରିଥିଲେ।

ଏହାପରେ ଗଣମାଧ୍ୟମ ପ୍ରତିନିଧି ଦଳ ପୁଡୁଚେରୀର ଐତିହାସିକ କ୍ୱାର୍ଟର, ବିଶେଷକରି ଔପନିବେଶିକ ଫରାସୀ କ୍ୱାର୍ଟର (ହ୍ୱାଇଟ୍ ଟାଉନ୍) ଏବଂ ସଂଲଗ୍ନ ଐତିହ୍ୟ ବୁଲି ଦେଖିଥିଲେ। ପ୍ରତିନିଧିମାନେ ଐତିହାସିକ ଅଟ୍ଟାଳିକା, ପ୍ରଶାସନିକ ସ୍ମାରକୀ ଏବଂ ଫରାସୀ ଓ ତାମିଲ ସ୍ଥାପତ୍ୟ ମଧ୍ୟ ପରିଦର୍ଶନ କରିଥିଲେ। ଇଣ୍ଡିଆନ୍ ନେସନାଲ୍ ଟ୍ରଷ୍ଟ ଫର୍ ଆର୍ଟ ଆଣ୍ଡ୍ କଲଚରାଲ୍ ହେରିଟେଜ୍ (ଇନଟ୍ୟାକ), ପୁଡୁଚେରୀ ଚାପ୍ଟରର ପଦାଧିକାରୀଙ୍କ ସହିତ ମଧ୍ୟ ସେମାନେ ଆଲୋଚନା କରିଥିଲେ। ଐତିହାସିକ ସ୍ଥାପତ୍ୟ ଓ କିର୍ତ୍ତୀରାଜିର ସୁରକ୍ଷା ପାଇଁ ପ୍ରୟୋଗ ହେଉଥିବା ବିଭିନ୍ନ ଜ୍ଞାନକୌଶଳ ସମ୍ପର୍କରେ ମଧ୍ୟ ସେମାନେ ଜ୍ଞାନ ଆହରଣ କରିଥିଲେ। ସାମ୍ବାଦିକମାନଙ୍କୁ ରଣନୀତିକ ସରକାରୀ ହସ୍ତକ୍ଷେପ, ସହରାଞ୍ଚଳ ଯୋଜନା ଏବଂ ପୁଡୁଚେରୀର ଐତିହ୍ୟ ପର୍ଯ୍ୟଟନ  ଆଦି ବିଷୟରେ ଅଧିକ ସୂଚନା ଦିଆଯାଇଥିଲା। ଜନସାଧାରଣଙ୍କ ଦ୍ୱାରା ହେଉଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମ, ସଂରକ୍ଷଣ ନୀତି ଏବଂ ଐତିହ୍ୟ ଆଧାରିତ ସହରାଞ୍ଚଳ ଯୋଜନା କିଭଳି ଭାବେ ଦୀର୍ଘସ୍ଥାୟୀ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିଥାଏ ସେ ସମ୍ପର୍କରେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧିମାନେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିଥିଲେ। ଏହା ସ୍ଥାନୀୟ ଅର୍ଥନୀତିକୁ ପୁନରୁଦ୍ଧାର କରିବା ସହିତ ସ୍ଥାୟୀ, ଦୀର୍ଘକାଳୀନ ନିଯୁକ୍ତି ସୁଯୋଗ ସୃଷ୍ଟି କରେ ବୋଲି ସେମାନଙ୍କୁ ସୂଚନା ଦିଆଯାଇଥିଲା।

ପିଆଇବି, ଭୁବନେଶ୍ୱରର ଉପନିର୍ଦ୍ଦେଶକ ମନୋଜ କୁମାର ଜାଲି ଏବଂ ଗଣମାଧ୍ୟମ ଓ ଯୋଗାଯୋଗ ଅଧିକାରୀ ସ୍ୱାଧୀନ ଶକ୍ତି ପ୍ରସାଦଙ୍କ ନେତୃତ୍ୱରେ ସାମ୍ବାଦିକମାନେ ଏହି ଗସ୍ତ କରିଛନ୍ତି।

 

ଐତିହ୍ୟ ସଂରକ୍ଷଣ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି ପୁଡୁଚେରୀ ପ୍ରତ୍ୟକ୍ଷ ଅନୁଭୂତି
Share. Facebook Twitter LinkedIn Email WhatsApp Copy Link

Related Posts

ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ହେବ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ

September 2, 2026

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା

September 2, 2026

‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

September 2, 2026

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026
Latest News

ପୁଡୁଚେରୀରେ ଐତିହ୍ୟ ସଂରକ୍ଷଣର ପ୍ରତ୍ୟକ୍ଷ ଅନୁଭୂତି ହାସଲ କଲେ ଓଡ଼ିଶାର ଗଣମାଧ୍ୟମ ପ୍ରତିନିଧି

September 2, 2026

ଗଞ୍ଜାମ, ଗଜପତି, କନ୍ଧମାଳ ଓ ବୌଦ୍ଧରେ ହେବ ଜାତୀୟ ପରିସଂଖ୍ୟାନ ସର୍ବେକ୍ଷଣ

September 2, 2026

୨୦୨୯ ସୁଦ୍ଧା ନିଶାମୁକ୍ତ ଓଡ଼ିଶା ଗଠନ ଲକ୍ଷ୍ୟରେ ଓଡ଼ିଶା ପୁଲିସ: ଶିକ୍ଷାନୁଷ୍ଠାନରେ ବ୍ୟାପକ ସଚେତନତା

September 2, 2026

‘ରକ୍ତତୀର୍ଥ ଇରମ୍‌’ର ସର୍ବାଙ୍ଗୀନ ବିକାଶ ପାଇଁ ସରକାରୀ ପ୍ରକ୍ରିୟା ଆରମ୍ଭ

September 2, 2026

ବିଶକେକରେ ୨୬ତମ ଏସସିଓ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କଲେ ପ୍ରଧାନମନ୍ତ୍ରୀ

September 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.