ଭୁବନେଶ୍ବର : ଫ୍ଲାଏଓଭର ଉପରୁ ଯୁବକ ଖସିପଡି ଗୁରୁତର । ରସୁଲଗଡ଼ ଫ୍ଲାଏଓଭର ଉପରେ ବାଇକ୍ ରହିଥିବାବେଳେ ହଠାତ୍ ତଳକୁ ଖସିପଡ଼ିଲେ ଜଣେ ଯୁବକ। ଫ୍ଲାଏଓଭର ଉପରୁ ତଳକୁ ଖସିପଡ଼ିବାରୁ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି।
ଘଟଣା ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡ଼ିଛି। ତେବେ ଯୁବକ ଜଣକ କେଉଁ ପରିସ୍ଥିତିରେ ଫ୍ଲାଏଓଭରରୁ ତଳକୁ ଖସିପଡ଼ିଲେ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ଜମିଛି। ଘଟଣାର କାରଣ ଜାଣିବାକୁ ତଦନ୍ତ ଆରମ୍ଭ ହୋଇଛି।


