Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ତ୍ୱଚାରୁ ଚମକ ହଜିଯାଇଛି କି? ଘରେ ତିଆରି କରନ୍ତୁ କାକୁଡ଼ି ଫେସ୍ ମିଷ୍ଟ
ଜୀବନ ଶୈଳୀ

ତ୍ୱଚାରୁ ଚମକ ହଜିଯାଇଛି କି? ଘରେ ତିଆରି କରନ୍ତୁ କାକୁଡ଼ି ଫେସ୍ ମିଷ୍ଟ

September 6, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦିନସାରା ଝାଳ, ଧୂଳି ଓ ପ୍ରଦୂଷଣର ସାମ୍ନା କରିବା ପରେ ମୁହଁ ମଳିନ ଓ ନିର୍ଜୀବ ଦେଖାଯିବା ସ୍ୱାଭାବିକ। ଏହା ସହ ପାଗର ପରିବର୍ତ୍ତନ ଯୋଗୁଁ ତ୍ୱଚାରେ ଶୁଷ୍କତା, ରୁକ୍ଷତା କିମ୍ବା ଚିପ୍‌ଚିପା ଅନୁଭବ ମଧ୍ୟ ହୋଇପାରେ। ଏଭଳି ସମୟରେ ତ୍ୱଚାକୁ ସତେଜ ଓ ହାଇଡ୍ରେଟେଡ୍‌ ରଖିବା ପାଇଁ ଘରେ ତିଆରି କାକୁଡ଼ି ଫେସ୍ ମିଷ୍ଟ ଏକ ସରଳ ବିକଳ୍ପ ହୋଇପାରେ।

କାକୁଡ଼ିରେ ପାଣିର ପରିମାଣ ଅଧିକ ଥିବାରୁ ଏହା ତ୍ୱଚାକୁ ସତେଜ ଅନୁଭବ ଦେଇପାରେ। ଏଥିରେ ଗୋଲାପ ଜଳ ଓ ଆଲୋଭେରା ଜେଲ୍‌ ମିଶାଇ ଘରେ ସହଜରେ ଏହି ମିଷ୍ଟ ପ୍ରସ୍ତୁତ କରିହେବ।

ଆବଶ୍ୟକ ସାମଗ୍ରୀ
୧ଟି କାକୁଡ଼ି
ଅଧ କପ୍‌ ଗୋଲାପ ଜଳ
୧ ଚାମଚ ଆଲୋଭେରା ଜେଲ୍‌
୩–୪ ବୁନ୍ଦା ଟି’ ଟ୍ରି ଅଏଲ୍‌ — ବ୍ରଣ ପ୍ରବଣ ତ୍ୱଚା ପାଇଁ, ଇଚ୍ଛାଧୀନ
୧ଟି ସଫା ସ୍ପ୍ରେ ବୋତଲ
କିପରି ତିଆରି କରିବେ?

ପ୍ରଥମେ କାକୁଡ଼ିକୁ ଭଲ ଭାବେ ଧୋଇ ଛୋଟ ଛୋଟ ଖଣ୍ଡ କରନ୍ତୁ। ଏହାକୁ ମିକ୍ସରରେ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ସଫା କପଡ଼ା କିମ୍ବା ସୂକ୍ଷ୍ମ ଚାଲୁଣୀରେ ପେଷ୍ଟକୁ ଛାଣି କାକୁଡ଼ି ରସ ବାହାର କରନ୍ତୁ।

ଏହି ରସରେ ଅଧ କପ୍‌ ଗୋଲାପ ଜଳ ଓ ଗୋଟିଏ ଚାମଚ ଆଲୋଭେରା ଜେଲ୍‌ ମିଶାନ୍ତୁ। ଆବଶ୍ୟକ ହେଲେ ୩–୪ ବୁନ୍ଦା ଟି’ ଟ୍ରି ଅଏଲ୍‌ ମିଶାଇପାରିବେ। ସମସ୍ତ ସାମଗ୍ରୀକୁ ଭଲ ଭାବେ ମିଶାଇ ସ୍ପ୍ରେ ବୋତଲରେ ଭରନ୍ତୁ। ଏବେ ପ୍ରସ୍ତୁତ ଆପଣଙ୍କ ଘରୋଇ କାକୁଡ଼ି ଫେସ୍ ମିଷ୍ଟ।

କିପରି ବ୍ୟବହାର କରିବେ?

ମୁହଁ ସଫା କରିବା ପରେ କିମ୍ବା ଦିନରେ ତ୍ୱଚା ଶୁଷ୍କ ଓ ରୁକ୍ଷ ଲାଗିଲେ ଏହି ମିଷ୍ଟକୁ ମୁହଁରେ ହାଲୁକା ଭାବେ ସ୍ପ୍ରେ କରନ୍ତୁ। ସ୍ପ୍ରେ କରିବା ପୂର୍ବରୁ ବୋତଲକୁ ଭଲ ଭାବେ ହଲାଇ ନିଅନ୍ତୁ। ଆଖି ଓ ଆଖି ଚାରିପାଖର ଅଞ୍ଚଳକୁ ଏଡ଼ାଇ ଚାଲନ୍ତୁ।

କାକୁଡ଼ି ମିଷ୍ଟ ତ୍ୱଚାକୁ ସତେଜ ଅନୁଭବ ଦେବା ସହ ଆର୍ଦ୍ରତା ଧରିରଖିବାରେ ସହାୟକ ହୋଇପାରେ। ତେବେ ଏହାକୁ ମଏଶ୍ଚରାଇଜର୍‌ର ବିକଳ୍ପ ଭାବେ ନେବା ଉଚିତ୍‌ ନୁହେଁ।

ଘରେ ତିଆରି ହେଉଥିବାରୁ ଏହି ମିଷ୍ଟକୁ ଅଧିକ ପରିମାଣରେ ପ୍ରସ୍ତୁତ ନକରି ଅଳ୍ପ ପରିମାଣରେ ତିଆରି କରି ଥଣ୍ଡା ସ୍ଥାନରେ ରଖିବା ଉଚିତ୍‌। ଦୁର୍ଗନ୍ଧ, ରଙ୍ଗ କିମ୍ବା ଗଠନରେ ପରିବର୍ତ୍ତନ ଦେଖାଦେଲେ ଏହାକୁ ବ୍ୟବହାର କରନ୍ତୁ ନାହିଁ।

dryskin facemist hydrate lifestyle
Share. Facebook Twitter LinkedIn Email WhatsApp Copy Link

Related Posts

ଛୋଟ ଉଚ୍ଚତା ଆଉ ହେବନି ବାଧା, ଏହି କାର୍‌ରେ ଡ୍ରାଇଭିଂ ହେବ ଆରାମଦାୟକ

September 5, 2026

ଜିମ୍‌ରେ ଝାଳ, ହୃଦୟରେ ବିପଦ? ICMR ଅଧ୍ୟୟନରେ ଖୋଲିଲା ବିପଦର ରହସ୍ୟ

September 4, 2026

ତୀର୍ଥରୁ ସମୁଦ୍ରତଟ, ସଂସ୍କୃତିରୁ ଆଧ୍ୟାତ୍ମିକତା: ରେଳପଥରେ ଦକ୍ଷିଣ ଭାରତ ଯାତ୍ରା

September 4, 2026

ଆଘାତ ନଥାଇ ହଠାତ୍ ଗୋଡ଼ରେ ଯନ୍ତ୍ରଣା ହେଉଛି କି ! ଶରୀରର ଏହି ‘ସିଗନାଲ୍‌’କୁ ବୁଝନ୍ତୁ

September 4, 2026
Latest News

ତ୍ୱଚାରୁ ଚମକ ହଜିଯାଇଛି କି? ଘରେ ତିଆରି କରନ୍ତୁ କାକୁଡ଼ି ଫେସ୍ ମିଷ୍ଟ

September 6, 2026

ସେପ୍ଟେମ୍ବର ୭ ରେ ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କରିବେ ଗୃହମନ୍ତ୍ରୀ

September 6, 2026

ସମ୍ବଲପୁର ସେନ୍ ପାର୍କ ନିକଟରେ ମହିଳାଙ୍କୁ ବିଭତ୍ସ ହତ୍ୟା

September 6, 2026

ଐତିହାସିକ ବାଲିଯାତ୍ରା-୨୦୨୬ ପ୍ରସ୍ତୁତି: ‘ପ୍ଲାଷ୍ଟିକ୍ ମୁକ୍ତ ଗ୍ରୀନ୍ ବାଲିଯାତ୍ରା’ ଆୟୋଜନ ଉପରେ ଗୁରୁତ୍ୱ

September 6, 2026

ଫ୍ଲାଟ୍ ଦେବା ନାଁରେ ୧୫ କୋଟି ଟଙ୍କାର ଠକେଇ: ରିଏଲ ଏଷ୍ଟେଟ୍ କମ୍ପାନୀର ପୂର୍ବତନ ନିର୍ଦ୍ଦେଶକ ଗିରଫ

September 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.