ନୂଆଦିଲ୍ଲୀ: ଆମେରିକାର କାଲିଫର୍ନିଆ ରାଜ୍ୟରୁ ଏକ ବିମାନ ଦୁର୍ଘଟଣାର ଖବର ଆସିଛି। ଶନିବାର (ସେପ୍ଟେମ୍ବର 5) ଅପରାହ୍ନରେ ଉତ୍ତର-ପଶ୍ଚିମ ଫ୍ରେସ୍ନୋରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
ଗଣମାଧ୍ୟମ ସୂଚନା ଅନୁଯାୟୀ, କାଲିଫର୍ନିଆର ସିଏରା ସ୍କାଏ ପାର୍କ ବିମାନବନ୍ଦର ନିକଟବର୍ତ୍ତୀ ବ୍ଲାଇଥ୍ ଆଭେନ୍ୟୁରେ ଛୋଟ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି, ଯେତେବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।


