Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 
ଆଜିର ଖବର

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 
ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ଚିର ନିରୋଗ ପାଇଁ ପାଚିଲା ଫଳର ଉପକାରୀତା ଜ୍ଞାନ ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି ପାଚିଲା ଫଳ ଏହି ଦିନେ ପ୍ରଚୁର ମିଳେ, ଏହା ସାଧାରଣତଃ ଶରୀର ପାଇଁ ଭଲ ବୋଲି କହିଛନ୍ତି।

ଡା.ନକୁଳ ସାହୁ କହିଛନ୍ତି ଯେ, “ପାଚିଲା ଫଳରେ ଭିଟାମିନ୍, ଖଣିଜ, ଫାଇବର୍ ଓ ଆଣ୍ଟିଅକ୍ସିଡାଣ୍ଟ ଥାଏ। ପାଚନ ଶକ୍ତି ବଢ଼ାଏ, ଫାଇବର୍ ଥିବାରୁ କୋଷ୍ଠକାଠିନ୍ୟ ଦୂରକରେ, ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ପ୍ରାକୃତିକ ଶର୍କରା ଓ କାର୍ବୋହାଇଡ୍ରେଟ୍ ମିଳେ। ଏହା ହୃଦୟ ପାଇଁ ଉପକାରୀ। ତରଭୁଜ, କମଳା, ପଇଡ଼, କାକୁଡି ଶରୀରରେ ଜଳଅଂଶ ବଢ଼ାଏ, କୋଷଗୁଡ଼ିକୁ ସୁରକ୍ଷା ଯୋଗାଏ, ମର୍ତ୍ତ୍ୟ ଅମୃତ ଅଁଳା, ପିଜୁଳି, ଡାଳିମ୍ବ ଶରୀର ପାଇଁ ଅମୃତ, ମଧୁମେହ କମାଏ। ବନବାସୀ, ରୁଷିମାନେ ଫଳ ଖାଇ ଶହ ଶହ ବର୍ଷ ନିରାମୟ ଜୀବନ ବିତାଉଥିଲେ। ସଫା କରି ଫଳ ଖାଇବା ଉଚିତ।”

ଏହି ଅବସରରେ ରୋଗୀଙ୍କ ନାଡୀ, ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ, ଅମ୍ଳପିତ୍ତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲେ। ଶିବିରର ପରିଚାଳନାରେ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ। ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ପ୍ରତିଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ଖଣିଜ ଡା.ନକୁଳ ସାହୁ ପାଚିଲା ଫଳର ଉପକାରୀତା ଫାଇବର୍ ଭରଦ୍ବାଜ ପ୍ରତିଷ୍ଠାନ ଭିଟାମିନ୍ ମାଗଣା ସ୍ଵାସ୍ଥ୍ୟ ଶିବିର ହରିହର ନଗର
Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଟିଏମସି ସାଂସଦ ନଦୀମୁଲ ହକ୍ ଉପରେ ଇଡି ର କାର୍ଯ୍ୟାନୁଷ୍ଠାନ: ୭ଟି ସ୍ଥାନରେ ଚଢ଼ାଉ

September 7, 2026

ସତ୍ୟ ନିକେତନ ଦୁର୍ଘଟଣା ପରେ ଦିଲ୍ଲୀ ସରକାରଙ୍କ ବଡ଼ ନିଷ୍ପତ୍ତି: ପୁରୁଣା କୋଠାରେ ଚାଲିବନି PG, ସ୍କୁଲ ଓ ନର୍ସିଂ ହୋମ୍!

September 7, 2026

ଆଜି ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା : ଚୂଡ଼ାନ୍ତ ରାୟ ଉପରେ ନଜର

September 7, 2026
Latest News

ପାଚିଲା ଫଳର ଉପକାରୀତା ସମ୍ପର୍କିତ ସଚେତନତା ଓ ମାଗଣା ସ୍ଵାସ୍ଥ୍ୟ ଶିବିର 

September 7, 2026

ଆଜି LPG ର e-KYC ପାଇଁ ଶେଷ ସୁଯୋଗ: ଏବେ କିପରି ପାଇବେ ଗ୍ୟାସ ସିଲିଣ୍ଡର?

September 7, 2026

ପଞ୍ଜାବ ସରକାରଙ୍କ ବିରୋଧ ସତ୍ତ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଅଶ୍ୱନୀ ମିଶ୍ର

September 7, 2026

ଦଶମ ଦିନରେ ମନୋଜ ଜରାଙ୍ଗେଙ୍କ ଆନ୍ଦୋଳନ: ସରକାରକୁ ଦେଲେ ବଡ଼ ଚେତାବନୀ

September 7, 2026

ରନୱେରୁ ଖସି ଆମାଜନ୍ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

September 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.