Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ
ଆଜିର ଖବର

ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ

September 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ
ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ

ଖୋରଧା: ଆଜି ପୂର୍ବାହ୍ନରେ ଖୋରଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ପାରମାର ସ୍ମିଥ ପାରୁଶୋତ୍ତମ୍ ଦାସଙ୍କ ମିଳିତ ଅଧ୍ୟକ୍ଷତାରେ ଆଜିର ଜିଲ୍ଲା ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା, ଖୋରଧା ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ, ଖୋରଧା ଉପଜିଲ୍ଲାପାଳ ସଂକଳ୍ପ ସ୍ଵସ୍ତିକ ସାହୁ, ଖୋରଧା ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସଞ୍ଜୟ ଚନ୍ଦ୍ର ରାୟ ଏବଂ ଆସିଷ୍ଟାଣ୍ଟ କଲେକ୍ଟର (ଅଭିଯୋଗ) ଭୁବନେଶ୍ଵରୀ କଅଁର ପ୍ରମୁଖ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେଇ ଜନସାଧାରଣ ମାନଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଗୁଡ଼ିକର ଶୁଣାଣିରେ ସହଯୋଗ ପ୍ରଦାନ କରିଥିଲେ।

ଉକ୍ତ ଅଭିଯୋଗ ଶିବିରକୁ ମୋଟ ୮୬ ଗୋଟି ଅଭିଯୋଗ ଆସିଥିବା ବେଳେ ତନ୍ମଧ୍ୟରୁ ୬୫ ଗୋଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୨୧ ଗୋଟି ଗ୍ରାମୀଣ ସମସ୍ୟା ଜନିତ ଥିଲା। ଜିଲ୍ଲାପାଳ ଶ୍ରୀ ଋତୁରାଜ ଅଭିଯୋଗ ଶିବିରରେ ୦୫ ଗୋଟି ଅଭିଯୋଗର ତତ୍କାଳ ସମାଧାନ କରିଥିଲେ। ଅନ୍ୟ ସମସ୍ତ ଅଭିଯୋଗଗୁଡ଼ିକୁ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହୋଇ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଜନଶୁଣାଣି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ, ସିଏସଓ ଜ୍ଞାନେନ୍ଦ୍ରିୟ ମିଶ୍ର, ଜିଲ୍ଲା ମଙ୍ଗଳ ଅଧିକାରୀ ଡ଼ଃ ଗୀତାଂଶୁ ମୋହନ ଦାଶ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ଅଧିକ୍ଷଣ ଯନ୍ତ୍ରୀ ଇଂ ରଶ୍ମିତା ଦାସ, ଜିଲ୍ଲା ଶିକ୍ଷା ଅଧିକାରୀ ସୋନାମିକା ରାୟ, ସମସ୍ତ ବି ଡି ଓ, ସମସ୍ତ ତହସିଲଦାର, ଡେପୁଟି କଲେକ୍ଟର, ଅଗ୍ରଣୀ ବ୍ୟାଙ୍କ୍ ପରିଚାଳକ ଅଶୋକ କୁମାର ବେହେରା, ଉପନିର୍ଦ୍ଦେଶକ (ଯୋଜନା ଓ ସଂଯୋଜନା) ଶଙ୍କର ବେହେରା, ଅବକାରୀ ଅଧିକ୍ଷକ ସୁମିତ୍ରା ତ୍ରିପାଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିଲ୍ଲୀପ ହିଆଲ, ସଦର ତହସିଲଦାର ବିଭାଷ୍ ପାଣିଗ୍ରାହୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଗୀତାଞ୍ଜଳି ପଣ୍ଡାଙ୍କ ସମେତ ତ୍ରିସ୍ତରୀୟ ପଞ୍ଚାୟତିରାଜ ଅନୁଷ୍ଠାନ ସଦସ୍ୟା/ସଦସ୍ୟ, ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ,ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ।

ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଅମ୍ରିତ୍ ଋତୁରାଜ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ରାଜ୍ୟସରକାରଙ୍କ ଲ୍ୟାପଟପ୍ ଯୋଗାଇଦେବା ଯୋଜନାରେ ଦୃଷ୍ଟି ବାଧିତ ପି.ଏନ. ଅଟୋନୋମସ କଲେଜ ଛାତ୍ରୀ ସ୍ବପ୍ନ ରାଣୀ ବିହାରୀ, ବାରଙ୍ଗସ୍ଥିତ କେବିସି ର ସ୍ଵୟମ୍ ପ୍ରଜ୍ଞା ନାୟକ, ଭୁବନେଶ୍ୱର ବିଜେବି ଅଟୋନୋମସ କଲେଜ ଅଂଶୁମାନ ସାହୁ, ଭୁବନେଶ୍ୱର ଆରଡି ଓମେନ୍ସ ବିଶ୍ଵବିଦ୍ୟାଳୟ ରଚନା ଜେନା, ଭୁବନେଶ୍ୱର  ବିଜେବି ଅଟୋନୋମସ କଲେଜର ସୌଭାଗ୍ୟ ସାହୁ, ବାଙ୍କୋଇ କେସିପିଏଏନ କଲେଜର ବିଷ୍ଣୁପ୍ରିୟା ବେହେରା, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ସ୍ନାତକ ବିଜ୍ଞାନ ଓ ଶିକ୍ଷା କଲେଜ ଆଲୋକ କୁମାର ଲେଙ୍କା, ଭୁବନେଶ୍ୱର ରାଜଧାନୀ ସ୍ନାତକ କଲେଜର ମନୋଜ କୁମାର ବାରିକ ଏବଂ ଜିତେନ୍ଦ୍ର ନାୟକଙ୍କୁ ଲାପଟପ୍ ପ୍ରଦାନ କରି ତାଙ୍କ ଉଚ୍ଚତର ଶିକ୍ଷା ଗ୍ରହଣର ମଙ୍ଗଳ କାମନା କରିଥିଲେ।

ଅମ୍ରିତ୍ ଋତୁରାଜ ଖୋର୍ଦ୍ଧା ଜିଲ୍ଲାପାଳ ଜନ ଅଭିଯୋଗ ଶୁଣାଣି ପାରମାର ସ୍ମିଥ ପାରୁଶୋତ୍ତମ୍ ଦାସ
Share. Facebook Twitter LinkedIn Email WhatsApp Copy Link

Related Posts

ଏନଏମଏସିସି ପାଲଟିଛି ବିଶାଳ ସାଂସ୍କୃତିକ କେନ୍ଦ୍ର: ତିନି ବର୍ଷରେ ୩୫୦୦ ଶୋ ଏବଂ ୨୫ ଲକ୍ଷ ଦର୍ଶକ

September 8, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ: ୧୧ ତାରିଖରେ ପ୍ରବାସୀ ଓଡ଼ିଆଙ୍କୁ କରିବେ ସମ୍ୱୋଧନ

September 8, 2026

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026

ପ୍ରମୁଖ ଯୋଜନା କାର୍ଯ୍ୟକାରିତା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କଲେ ମନ୍ତ୍ରୀ ସୁରେଶ ପୂଜାରୀ

September 8, 2026
Latest News

ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ

September 8, 2026

ଏନଏମଏସିସି ପାଲଟିଛି ବିଶାଳ ସାଂସ୍କୃତିକ କେନ୍ଦ୍ର: ତିନି ବର୍ଷରେ ୩୫୦୦ ଶୋ ଏବଂ ୨୫ ଲକ୍ଷ ଦର୍ଶକ

September 8, 2026

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ UAE ଗସ୍ତ: ୧୧ ତାରିଖରେ ପ୍ରବାସୀ ଓଡ଼ିଆଙ୍କୁ କରିବେ ସମ୍ୱୋଧନ

September 8, 2026

ପଶ୍ଚିମ କ୍ଷେତ୍ରୀୟ ପରିଷଦର ୨୮ତମ ବୈଠକରେ ଅଧ୍ୟକ୍ଷତା କଲେ ଗୃହମନ୍ତ୍ରୀ

September 8, 2026

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ: IOCL ସହ MoU ସ୍ୱାକ୍ଷରିତ

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.