Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି
ଆଜିର ଖବର

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରାଷ୍ଟ୍ରପତି
ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୨ ସେପ୍ଟେମ୍ବର ୨୦୨୬ରେ ଗୁଜରାଟର ଏକତା ନଗର (କେଭଡ଼ିଆ)ଠାରେ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା ପ୍ରଦାନ କରାଯିବ। ଏହି ଉତ୍ସବରେ ୨୦୨୪ ବର୍ଷ ପାଇଁ ଭାରତୀୟ ସିନେମାରେ ଉଲ୍ଲେଖନୀୟ ସଫଳତାକୁ ପାଳନ କରିବା ପାଇଁ ସାରା ଦେଶର ଚଳଚ୍ଚିତ୍ର ନିର୍ମାତା, ଅଭିନେତା, ଟେକନିସିଆନ ଏବଂ ଅନ୍ୟାନ୍ୟ କଳାକାରମାନେ ଏକତ୍ରିତ ହେବେ।

୧୯୫୪ ମସିହାରେ ଆରମ୍ଭ ହୋଇଥିବା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହେଉଛି ସିନେମା କ୍ଷେତ୍ରରେ ଶ୍ରେଷ୍ଠତା ପାଇଁ ଦେଶର ସବୁଠାରୁ ପ୍ରତିଷ୍ଠିତ ସମ୍ମାନ। ବିଗତ ସାତ ଦଶନ୍ଧି ଧରି, ଏହି ପୁରସ୍କାର ଭାରତୀୟ ଚଳଚ୍ଚିତ୍ର ନିର୍ମାଣର ସମୃଦ୍ଧ ଭାଷାଗତ, ସାଂସ୍କୃତିକ ଏବଂ ଆଞ୍ଚଳିକ ବିବିଧତାକୁ ପ୍ରତିଫଳିତ କରିବା ସହିତ ଫିଚର ଫିଲ୍ମ, ନନ୍-ଫିଚର ଫିଲ୍ମ ଏବଂ ସିନେମା ଉପରେ ଲେଖା ପାଇଁ ଉଲ୍ଲେଖନୀୟ ସୃଜନଶୀଳ ଓ ବୈଷୟିକ ସଫଳତାକୁ ସ୍ୱୀକୃତି ଦେଇଆସିଛି।

ଏକ ପ୍ରମୁଖ ନୀତିଗତ ପଦକ୍ଷେପ ସ୍ୱରୂପ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଚଳଚ୍ଚିତ୍ର ପୁରସ୍କାରକୁ ଜାତୀୟ ରାଜଧାନୀ ବାହାରେ ଦେଶର ବିଭିନ୍ନ ସ୍ଥାନରେ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଏକତା ନଗରରେ ଅନୁଷ୍ଠିତ ହେବାକୁ ଥିବା ଏହି ଉତ୍ସବ ସାରା ଭାରତର ସିନେମା ପ୍ରତିଭାମାନଙ୍କୁ ଏକତ୍ରିତ କରିବ ଏବଂ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ସାକାର ରୂପ ଦେବ।

୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଭିନ୍ନ ଭାଷା, ଶୈଳୀ ଏବଂ ସିନେମା ରୂପରେ ଏହି ବିବିଧତାକୁ ପାଳନ କରେ। ‘ଆର୍ଟିକିଲ୍ ୩୭୦’କୁ ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ସମ୍ମାନିତ କରାଯିବ। ଜୁରୀଙ୍କ ଦ୍ୱାରା ‘ଭଙ୍ଗାର’କୁ ଶ୍ରେଷ୍ଠ ନନ୍-ଫିଚର ଫିଲ୍ମ ଏବଂ ‘ରାମ-ନାମୀ’କୁ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଭାବରେ ଚୟନ କରାଯାଇଛି। ‘ଭ୍ରମଯୁଗମ୍’ ପାଇଁ ମାମୁଟି ଏବଂ ‘ଚନ୍ଦୁ ଚାମ୍ପିଅନ୍’ ପାଇଁ କାର୍ତ୍ତିକ ଆର୍ଯ୍ୟନଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତା ପୁରସ୍କାର ଘୋଷଣା କରାଯାଇଥିବା ବେଳେ ‘ଆର୍ଟିକିଲ୍ ୩୭୦’ ପାଇଁ ୟାମୀ ଗୌତମଙ୍କୁ ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ଭାବେ ସମ୍ମାନିତ କରାଯିବ। ‘ସ୍ୱାତନ୍ତ୍ର୍ୟ ବୀର ସାବରକର’ ପାଇଁ ରଣଦୀପ ହୁଡ୍ଡା ଶ୍ରେଷ୍ଠ ନବାଗତ ନିର୍ଦ୍ଦେଶକ ପୁରସ୍କାର ଗ୍ରହଣ କରିବେ।

ଏହି ପୁରସ୍କାର ମରାଠୀ, ସାନ୍ତାଳୀ, ତାମିଲ, ମଲାୟାଲମ୍, ତେଲୁଗୁ, କନ୍ନଡ, ତୁଲୁ ଏବଂ ଗଡ଼ୱାଲୀ ସମେତ ବିଭିନ୍ନ ଭାଷା ଓ ରୂପରେ ଚଳଚ୍ଚିତ୍ରଗୁଡ଼ିକର ଶ୍ରେଷ୍ଠତାକୁ ମଧ୍ୟ ସ୍ୱୀକୃତି ଦେଇଥାଏ। ‘କଲ୍କି ୨୮୯୮ ଏଡି’, ‘ଅମରନ୍’, ‘ପୁଷ୍ପା: ଦି ରୁଲ୍ ପାର୍ଟ-୦୨’, ‘ଭୁଲ୍ ଭୁଲାଇୟା ୩’ ଏବଂ ‘ସ୍ତ୍ରୀ ୨’ ସମେତ କେତେକ ଚଳଚ୍ଚିତ୍ର ବିଭିନ୍ନ ବର୍ଗରେ ସମ୍ମାନିତ ହେବେ। ପ୍ରଥମ ଥର ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାରର ନନ୍-ଫିଚର ଫିଲ୍ମ ବିଭାଗରେ ଗୋଟିଏ ସାନ୍ତାଳୀ ଫିଲ୍ମକୁ ସମ୍ମାନିତ କରାଯିବ।

ସିନେମା ଉପରେ ଶ୍ରେଷ୍ଠ ଲେଖା ବର୍ଗରେ ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଫିଲ୍ମ ସମୀକ୍ଷକ ପୁରସ୍କାର ଘୋଷଣା କରାଯାଇଛି। ଡକ୍ଟର ପ୍ରଦୀପ କେଞ୍ଚାନୁରୁଙ୍କ ଦ୍ୱାରା ଲିଖିତ ଏବଂ ମିରର୍ ପୁସ୍ତକା ଦ୍ୱାରା ପ୍ରକାଶିତ ‘ନାନିରୁଭୁଦେ ନିମଗାଗି ନାଦିରୁଭୁଦେ ନନଗାଗି: କନ୍ନଡ ସିନେମାଦା ତଥ୍ୱ ମାଥୁ ରାଜକୀୟ’ (ମୁଁ ଆପଣଙ୍କ ପାଇଁ ଠିଆ ହୋଇଛି, ରାଜ୍ୟ ମୋ ପାଇଁ ଠିଆ ହୋଇଛି: କନ୍ନଡ ସିନେମାର ରାଜନୈତିକ ଏବଂ ଦାର୍ଶନିକ ଦିଗ) ପୁସ୍ତକକୁ ସିନେମା ଉପରେ ଶ୍ରେଷ୍ଠ ପୁସ୍ତକ ପୁରସ୍କାର ପ୍ରଦାନ କରାଯିବ।

ଏକତା ନଗର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସେପ୍ଟେମ୍ବର ୨୨
Share. Facebook Twitter LinkedIn Email WhatsApp Copy Link

Related Posts

କିଟ୍ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ: ପୁଣି ‘ବ୍ଲୁ ଜର୍ସି’ରେ ଖେଳିବ ଭାରତୀୟ ହକି ଟିମ୍

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026

ଆବୁଧାବିରେ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ହେମନ୍ତ ଶର୍ମା

September 9, 2026

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026
Latest News

ସେପ୍ଟେମ୍ବର ୨୨ରେ ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି

September 9, 2026

କିଟ୍ ନିଷ୍ପତ୍ତି ବଦଳାଇଲା ହକି ଇଣ୍ଡିଆ: ପୁଣି ‘ବ୍ଲୁ ଜର୍ସି’ରେ ଖେଳିବ ଭାରତୀୟ ହକି ଟିମ୍

September 9, 2026

କୋଇଲା କ୍ଷେତ୍ରରେ ପ୍ରଗତି ଏବଂ ସଫଳତା: ୨୦୧୪ ମସିହାରୁ ଏମସିଏଲର ପରିବର୍ତ୍ତନଶୀଳ ଯାତ୍ରା

September 9, 2026

ଆବୁଧାବିରେ ନିବେଶକ ସମ୍ମିଳନୀର ପ୍ରସ୍ତୁତି ସମୀକ୍ଷା କଲେ ହେମନ୍ତ ଶର୍ମା

September 9, 2026

ଡେଡିକେଟେଡ୍ ଫ୍ରେଟ୍ କରିଡର ହେଉଛି ଦ୍ରୁତଗତିରେ ବିକଶିତ ଭାରତର ଜୀବନରେଖା: ପ୍ରଧାନମନ୍ତ୍ରୀ

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.