Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ: ଅଭିଯୁକ୍ତ ଜଗନ୍ନାଥ ବାହାଳିଆକୁ ଦୀଘାରୁ ଗିରଫ
ଅପରାଧ

କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ: ଅଭିଯୁକ୍ତ ଜଗନ୍ନାଥ ବାହାଳିଆକୁ ଦୀଘାରୁ ଗିରଫ

September 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Fraud exceeding ₹1 crore: Accused Jagannath Bahalia arrested from Digha.
Fraud exceeding ₹1 crore: Accused Jagannath Bahalia arrested from Digha.

ଭୁବନେଶ୍ସର: ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ଶିକ୍ଷିତ ବେକାରୀ ଯୁବକଯୁବତୀଙ୍କ ଦୁର୍ବଳତାର ସୁଯୋଗ ନେଇ କୋଟି କୋଟି ଟଙ୍କା ଲୁଟିନେଇଥିବା ଜଣେ ପ୍ରଭାବଶାଳୀ ମହାଠକ ଶେଷରେ ପୁଲିସ ଜାଲରେ ପଡ଼ିଛି। ଚାକିରି କରାଇଦେବା ବାହାନାରେ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କା ଠକେଇ କରି ଫେରାର ଥିବା ଅଭିଯୁକ୍ତକୁ ଭଦ୍ରକ ଟାଉନ ପୁଲିସ ପଶ୍ଚିମବଙ୍ଗର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ଦୀଘାରୁ ସଫଳତାର ସହ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଧାମନଗର ଥାନା ଅନ୍ତର୍ଗତ ଚୁଡ଼ାକୁଟି ଅଞ୍ଚଳର ଜଗନ୍ନାଥ ବାହାଳିଆ। ଏହି ଆଲୋଡ଼ନକାରୀ ଘଟଣା ସମଗ୍ର ଭଦ୍ରକ ଜିଲ୍ଲାରେ ତୀବ୍ର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ପୁଲିସ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଗନ୍ନାଥ ବାହାଳିଆ ନିଜର ପ୍ରକୃତ ପରିଚୟ ଲୁଚାଇ ଭଦ୍ରକ ଟାଉନ ଥାନା ଅଧୀନ ଜଗନ୍ନାଥପୁର ଅଞ୍ଚଳରେ ଏକ ଭଡ଼ା ଘରେ ରହୁଥିଲା। ସେଠାରେ ରହି ସେ ଅତ୍ୟନ୍ତ ଚତୁରତାର ସହ ନିଜର ଠକେଇ ଜାଲ ବିଛାଇଥିଲା। ଉଚ୍ଚପଦସ୍ଥ ସରକାରୀ ଅଧିକାରୀ, ନେତା ଓ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ସହ ତାଙ୍କର ଗଭୀର ପରିଚୟ ଓ ଉତ୍ତମ ସମ୍ପର୍କ ରହିଛି ବୋଲି ସେ ବିଭିନ୍ନ ଚାକିରି ଆଶାୟୀ ଯୁବକଯୁବତୀଙ୍କୁ ଭୁଲାଉଥିଲା। ବିଭିନ୍ନ ସରକାରୀ ବିଭାଗରେ ନିଶ୍ଚିତ ଚାକିରି କରାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ସେ ଅନେକ ନିରୀହ ଯୁବକଯୁବତୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବାରେ ସଫଳ ହୋଇଥିଲା। ଏହିପରି ଭାବେ ସେ ପ୍ରାୟ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚଞ୍ଚକତା କରି ହଡ଼ପ କରିଥିଲା।

ସରକାରୀ ଚାକିରି ନମିଳିବା ଏବଂ ଦେଇଥିବା ଟଙ୍କା ଫେରସ୍ତ ନହେବାରୁ ନିଜକୁ ଠକାମୀର ଶିକାର ହୋଇଥିବା ଅନୁଭବ କରି କିଛି ସଚେତନ ଚାକିରି ଆଶାୟୀ ଶେଷରେ ଭଦ୍ରକ ଟାଉନ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଗୁରୁତ୍ୱର ସହ ନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ବ୍ୟାପକ ତଦନ୍ତ ଆରମ୍ଭ କରିଥିଲା। ପୁଲିସ ମାମଲାର ତଦନ୍ତ କରୁଥିବା ବିଷୟ ସୁରାକ ପାଇ ଅଭିଯୁକ୍ତ ଜଗନ୍ନାଥ ବାହାଳିଆ ନିଜର ଆଡ୍ଡାସ୍ଥଳୀ ଛାଡ଼ି ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗକୁ ଫରାର ହୋଇଯାଇଥିଲା। ତେବେ ପୁଲିସ ତାର ସମସ୍ତ ଗତିବିଧି ଉପରେ ନଜର ରଖିବା ସହ ଗୁପ୍ତ ସୂଚନା ଆଧାରରେ ଦୀଘାରେ ଚଢ଼ାଉ କରି ତାକୁ କାବୁ କରିବାରେ ସମର୍ଥ ହୋଇଥିଲା।

ଗିରଫ ପରେ ପୁଲିସ ଅଭିଯୁକ୍ତକୁ ଭଦ୍ରକ ଆଣି ଅଧିକ ପଚରାଉଚୁରା ଜାରି ରଖିଛି। ବୁଧବାର ତାକୁ ଆଇନଗତ ପ୍ରକ୍ରିୟା ଶେଷ ପରେ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ଏହି ବିଶାଳ ଠକେଇ ସାମ୍ରାଜ୍ୟ ପଛରେ କେବଳ ଜଗନ୍ନାଥ ନା ଆଉ କୌଣସି ବଡ଼ ଗ୍ୟାଙ୍ଗ୍‌ କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ରହିଛି, ସେ ନେଇ ପୁଲିସ ସିଡିଆର୍‌ ଏବଂ ବ୍ୟାଙ୍କ କାରବାର ଯାଞ୍ଚ କରିବା ସହ ବିଭିନ୍ନ ଦିଗରୁ ଗଭୀର ତଦନ୍ତ ଚଳାଇଛି। ଆଗାମୀ ଦିନରେ ଏହି ଠକେଇ ମାମଲାରେ ଅନ୍ୟ କେତେକ ବ୍ୟକ୍ତିଙ୍କ ସମ୍ପୃକ୍ତି ପର୍ଦ୍ଦାଫାଶ ହେବାର ସମ୍ଭାବନା ରହିଛି।

ଲୁଟ୍‌ ସରକାରୀ ଚାକିରି
Share. Facebook Twitter LinkedIn Email WhatsApp Copy Link

Related Posts

ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ ଏବେ ନନ୍ଦନକାନନରେ: ଚାଲିଛି ସ୍ୱତନ୍ତ୍ର ଯତ୍ନ

September 9, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

September 9, 2026

କୁଆଖାଇକୁ ଡେଇଁଥିବା ଅଟୋ ଚାଳକ ସଞ୍ଜୟଙ୍କ ମୃତଦେହ ଉଦ୍ଧାର

September 9, 2026

ସିସିଆଇରେ ନାବାଳିକା ଗର୍ଭବତୀ ଘଟଣା: ୨ ଗିରଫ, CWCର ତଦନ୍ତ ଜାରି

September 9, 2026
Latest News

କୋଟିଏରୁ ଉର୍ଦ୍ଧ୍ୱ ଟଙ୍କା ଠକେଇ: ଅଭିଯୁକ୍ତ ଜଗନ୍ନାଥ ବାହାଳିଆକୁ ଦୀଘାରୁ ଗିରଫ

September 9, 2026

ଭାରତୀୟଙ୍କ ବିରୁଦ୍ଧରେ ଜାତିଗତ ମନ୍ତବ୍ୟ ମାମଲା: କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ସିଙ୍ଗାପୁର

September 9, 2026

ବାଲେଶ୍ୱରରୁ ଉଦ୍ଧାର ଓରାଙ୍ଗଉଟାନ ଏବେ ନନ୍ଦନକାନନରେ: ଚାଲିଛି ସ୍ୱତନ୍ତ୍ର ଯତ୍ନ

September 9, 2026

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

September 9, 2026

କୁଆଖାଇକୁ ଡେଇଁଥିବା ଅଟୋ ଚାଳକ ସଞ୍ଜୟଙ୍କ ମୃତଦେହ ଉଦ୍ଧାର

September 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.