ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଅବୁ ସଲେମଙ୍କ ମୁକ୍ତି ଆଶାକୁ ସୁପ୍ରିମକୋର୍ଟ ବଡ଼ ଝଟକା ଦେଇଛନ୍ତି। ସର୍ବୋଚ୍ଚ ଅଦାଲତ ଅବୁ ସଲେମଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେ ଜେଲରେ ଭଲ ଆଚରଣ ଆଧାରରେ ଦଣ୍ଡ ଛାଡ଼ କରିବାକୁ ଉଲ୍ଲେଖ କରି ମୁକ୍ତି ପାଇଁ ଆବେଦନ କରିଥିଲେ। ଅବୁ ସଲେମଙ୍କୁ ୨୦୦୪ ମସିହାରେ ଭାରତକୁ ପ୍ରତ୍ୟର୍ପଣ କରାଯାଇଥିଲା। ସେ ଦାବି କରିଥିଲେ ଯେ, ଜେଲରେ ଭଲ ଆଚରଣ ଯୋଗୁଁ ତାଙ୍କୁ ଦୁଇ ବର୍ଷ ନଅ ମାସରୁ ଅଧିକ ଦଣ୍ଡ ଛାଡ଼ କରାଯାଇଛି। ଅବୁ ସଲେମ ଯୁକ୍ତି ଦେଇଥିଲେ ଯେ, ତାଙ୍କ ପ୍ରତ୍ୟର୍ପଣର ସର୍ତ୍ତାବଳୀ ଅନୁଯାୟୀ ସେ ଭାରତରେ ତାଙ୍କର ୨୫ ବର୍ଷର ଜେଲ ଦଣ୍ଡ ପୂରଣ କରିଛନ୍ତି।


