Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ
ଆଜିର ଖବର

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ
ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

ଭୁବନେଶ୍ବର: ଶିକ୍ଷାନୁଷ୍ଠାନରେ ଶିଶୁଙ୍କୁ ଯାତନା ଓ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା ସତ୍ତ୍ୱେ ଜଣେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ପ୍ରତି ପ୍ରଧାନଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ଓ ଅମାନବୀୟ ବ୍ୟବହାର କାରଣରୁ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। କଟକ ଜିଲ୍ଲା ମାହାଙ୍ଗା ମଣ୍ଡଳ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ନୂର୍ତ୍ତାଙ୍ଗ ପଞ୍ଚାୟତ ସିରୀପୁର ସ୍ଥିତ ସରକାରୀ ପ୍ରୋଜେକ୍ଟ ପ୍ରାଥମିକ ବିଦ୍ୟାଳୟରେ ଏହି ଅଭାବନୀୟ ଘଟଣା ଘଟିଛି। ପ୍ରଧାନଶିକ୍ଷୟିତ୍ରୀଙ୍କ ବେତ ପ୍ରହାର ଯୋଗୁଁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଜଣେ ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ଡୋଳା ଫାଟି ଯାଇଥିବା ବେଳେ ଏ ନେଇ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ, ଗତ ୩ ତାରିଖ ଗୁରୁବାର ଦିନ ସିରୀପୁର ଗ୍ରାମର ଅମୂଲ୍ୟ ସାମଲଙ୍କ ଝିଅ ଦେବସ୍ମିତା ସାମଲ (ଲିପା, ତୃତୀୟ ଶ୍ରେଣୀ) ପ୍ରତିଦିନ ଭଳି ବିଦ୍ୟାଳୟକୁ ପାଠ ପଢ଼ିବା ପାଇଁ ଯାଇଥିଲେ। ବିଦ୍ୟାଳୟରେ ଥିବା ସମୟରେ ଦେବସ୍ମିତାଙ୍କୁ ଝାଡ଼ା ଲାଗିବାରୁ ସେ ପାଖରେ ଥିବା ଶୌଚାଳୟକୁ ଯାଇଥିଲେ। ଶୌଚାଳୟରୁ ଫେରିବା ପରେ ବିଦ୍ୟାଳୟର ଦାୟିତ୍ୱରେ ଥିବା ପ୍ରଧାନଶିକ୍ଷୟିତ୍ରୀ ମମତା ଦେହୁରୀ ଅତ୍ୟନ୍ତ ରାଗିଯାଇ ବେତରେ ତାଙ୍କ ଆଖିକୁ ଶକ୍ତ ମାଡ଼ ମାରିଥିଲେ। ଏହାପରେ ପିଲାଟିକୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦେଇ ମଧ୍ୟାହ୍ନ ୨ଟା ସମୟରେ ପାଚିକା ସହାୟିକା ମେନକା ସାମଲଙ୍କ ସାଥୀରେ ତାଙ୍କ ଘରକୁ ପଠାଇ ଦେଇଥିଲେ।

ଘରେ ପହଞ୍ଚିବା ପରେ ଶିଶୁଟି ଅସହ୍ୟ ଆଖି ଯନ୍ତ୍ରଣା ହେତୁ ଆଖିରେ ହାତ ଦେଇ କାନ୍ଦୁଥିବାରୁ ପରିବାର ଲୋକେ ସନ୍ଦେହ କରି ପଚାରିଥିଲେ। ଝାଡ଼ା ଯାଇଥିବା କାରଣରୁ ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେହୁରୀ ତାଙ୍କୁ ବେତରେ ମାଡ଼ ମାରିଥିବା କଥା ଶିଶୁଟି କାନ୍ଦି କାନ୍ଦି କହିଥିଲା। ପିଲାଟି କଷ୍ଟରେ ଆଖି ଖୋଲିପାରୁ ନଥିବା ବେଳେ ତାଙ୍କ ମା’ ହାତରେ ଆଖି ଖୋଲି ଦେଖିବାରୁ ଆଖିଟି ସମ୍ପୂର୍ଣ୍ଣ ଲାଲ୍ ପଡ଼ି ଫୁଲି ଯାଇଥିବା ଦେଖିବାକୁ ପାଇଥିଲେ। ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଶୁଣିବା ପରେ ପିତା ଅମୂଲ୍ୟ ସାମଲ ଶିଶୁଟିକୁ ସାଙ୍ଗରେ ଧରି ବିଦ୍ୟାଳୟରେ ପହଞ୍ଚି ପ୍ରଧାନଶିକ୍ଷୟିତ୍ରୀଙ୍କୁ ପଚାରିଥିଲେ। ମାତ୍ର ପ୍ରଧାନଶିକ୍ଷୟିତ୍ରୀ ଶ୍ରୀମତୀ ଦେହୁରୀ ଘଟଣାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରିବା ସହ ପିଲାଟିକୁ କୌଣସି ଚିକିତ୍ସା ନକରାଇ ପୁନର୍ବାର ଘରକୁ ଫେରାଇ ଦେଇଥିଲେ। ଘରେ ପହଞ୍ଚିବା ପରେ ଶିଶୁଟିର ଆଖି ଯନ୍ତ୍ରଣା ଅସହ୍ୟ ହେବାରୁ ପରିବାର ଲୋକେ ପ୍ରାଥମିକ ଚିକିତ୍ସା ସହ ଆଖି ଔଷଧ ଆଣି ପକାଇଥିଲେ। ମାତ୍ର ଔଷଧ ପକାଇବା ପରେ ବି ଯନ୍ତ୍ରଣା ଓ ଫୁଲା ନକମିବାରୁ ପରଦିନ ଉନ୍ନତ ଚିକିତ୍ସା ପାଇଁ କଟକର ଏକ ନିଜସ୍ୱ ଆଖି ଡାକ୍ତରଖାନାକୁ ନେଇଥିଲେ। ସେଠାରେ ପରୀକ୍ଷାନିରୀକ୍ଷା ପରେ ଶିଶୁଟିର ଆଖି ଡୋଳା ଫାଟି ଯାଇଥିବା ଜଣାପଡ଼ିଥିଲା। ଡାକ୍ତରଙ୍କ ପରାମର୍ଶ କ୍ରମେ ଦେବସ୍ମିତାଙ୍କ ଆଖିରେ ଜରୁରୀ ଅସ୍ତ୍ରୋପଚାର କରାଯାଇଛି।

ବିଦ୍ୟାଳୟ ପରିସରରେ ଏଭଳି ସମ୍ବେଦନଶୀଳ ଘଟଣା ଘଟିବା ଏବଂ କୋମଳମତି ଦିବ୍ୟାଙ୍ଗ ଶିଶୁକୁ ପ୍ରଧାନଶିକ୍ଷୟିତ୍ରୀ ନିଷ୍ଠୁର ଦଣ୍ଡ ଦେବା ଘଟଣାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏହାର ଏକ ଉଚ୍ଚସ୍ତରୀୟ ନିରପେକ୍ଷ ତଦନ୍ତ କରାଯାଇ ଦୋଷୀ ପ୍ରଧାନଶିକ୍ଷୟିତ୍ରୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଅନ୍ୟପକ୍ଷରେ ଅଭିଯୋଗ ପାଇବା ପରେ ମାହାଙ୍ଗା ମଣ୍ଡଳ ଶିକ୍ଷା ଅଧିକାରୀ ମୋନାଲିସା ସରକାର, ଅତିରିକ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୋମନାଥ ରାମ, ସିଆରସିସି ମନୋରଞ୍ଜନ ଦାସ ସିରୀପୁର ବିଦ୍ୟାଳୟରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏହାସହିତ ପୀଡ଼ିତାଙ୍କ ପିତା କଟକ ଜିଲ୍ଲାପାଳ, କଟକ ଗ୍ରାମାଞ୍ଚଳ ଆରକ୍ଷୀ ଅଧୀକ୍ଷକ, ଜିଲ୍ଲା ଶିକ୍ଷା ଅଧିକାରୀ, ସାଲେପୁର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

ଏ ସମ୍ପର୍କରେ ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଚନ୍ଦ୍ରଶେଖର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ଥାନା ମାମଲା ନମ୍ବର ୩୬୫/୨୬ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିବା ସୂଚନା ଦେଇଛନ୍ତି। ବିଦ୍ୟାଳୟରେ ନିଜ ଝିଅର ଆଖି ନଷ୍ଟ ହୋଇଥିବାରୁ ପ୍ରଧାନଶିକ୍ଷୟିତ୍ରୀଙ୍କୁ ଦାୟୀ କରି ପୀଡ଼ିତାଙ୍କ ପିତା କହିଛନ୍ତି ଯେ, ମୋ ଝିଅକୁ ଆଖି ବଦଳରେ ଆଖି ଦିଅନ୍ତୁ, ନଚେତ୍ ଚିକିତ୍ସା ପାଇଁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉ। ଏହାସହ ଶିକ୍ଷା ବିଭାଗ ସଚିବ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ବେଦନଶୀଳ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇ ନ୍ୟାୟ ପ୍ରଦାନ କରିବା ସହ ଦୋଷୀ ଶିକ୍ଷୟିତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆକୁଳ ନିବେଦନ କରିଛନ୍ତି।

ଦିବ୍ୟାଙ୍ଗଛାତ୍ରୀ ପ୍ରଧାନଶିକ୍ଷୟିତ୍ରୀ ସ୍କୁଲ ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026
Latest News

ଆବୁଧାବିର କ୍ରାଉନ୍ ପ୍ରିନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦୀ

September 12, 2026

ପ୍ରଧାନଶିକ୍ଷୟିତ୍ରୀଙ୍କ ମାଡ଼ରେ କୋମଳମତି ଦିବ୍ୟାଙ୍ଗ ଛାତ୍ରୀଙ୍କ ଆଖି ନଷ୍ଟ

September 12, 2026

ମାଲକାନଗିରିରେ ଲଘୁଚାପ ଜନିତ ପ୍ରବଳ ବର୍ଷା: ୮୦୪.୧ ମିମି ରେକର୍ଡ

September 12, 2026

ରଣପୁର: ବ୍ଲକ ସ୍ତରୀୟ ଉଲ୍ଲାସ ତାଲିମ ଶିବିର ଅନୁଷ୍ଠିତ

September 12, 2026

ବ୍ରିକ୍ସ ସମ୍ମିଳନୀ: ‘ଟାଇଗର ବ୍ରାଇଟ୍‌’ ଜରିଆରେ ବିଶ୍ୱ ଦରବାରରେ ଓଡ଼ିଶା କଫି

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.