Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ
ଆଜିର ଖବର

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ
ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

ଭୁବନେଶ୍ୱର: ପୂର୍ବତଟ ରେଳପଥ ମୁଖ୍ୟାଳୟରେ ୧୪ ସେପ୍ଟେମ୍ବରରୁ ୨୮ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ହିନ୍ଦୀ ପଖୱାଡା–୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହିତ ଆରମ୍ଭ ହୋଇଛି। ସରକାରୀ କାର୍ଯ୍ୟରେ ହିନ୍ଦୀର ପ୍ରଗତିଶୀଳ ବ୍ୟବହାରକୁ ପ୍ରୋତ୍ସାହିତ କରିବା ସହିତ ରାଜଭାଷା ହିନ୍ଦୀର ଗୁରୁତ୍ୱ ସମ୍ପର୍କରେ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଏହି ପକ୍ଷବ୍ୟାପୀ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।

ଏହି ଅବସରରେ ପୂର୍ବ ତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ଅଧିକାରୀ ଓ କର୍ମଚାରୀମାନଙ୍କୁ ରାଜଭାଷା ଶପଥ ପାଠ କରାଇଥିଲେ। ନିଜ ଅଭିଭାଷଣରେ ସେ ୧୪ ସେପ୍ଟେମ୍ବର ୧୯୪୯ରେ ଭାରତୀୟ ସମ୍ବିଧାନରେ ହିନ୍ଦୀକୁ ରାଜଭାଷାର ମର୍ଯ୍ୟାଦା ପ୍ରଦାନ କରାଯାଇଥିବାର ପୃଷ୍ଠଭୂମି ସମ୍ପର୍କରେ ସୂଚନା ଦେଇଥିଲେ। ସେ ଅଧିକାରୀ ଓ କର୍ମଚାରୀମାନଙ୍କୁ ଦୈନନ୍ଦିନ ସରକାରୀ କାର୍ଯ୍ୟରେ ହିନ୍ଦୀର ବ୍ୟାପକ ବ୍ୟବହାର ପାଇଁ ଆହ୍ୱାନ କରିଥିଲେ।

ଶ୍ରୀ ଫୁଙ୍କୱାଲ କହିଥିଲେ ଯେ, ହିନ୍ଦୀର ବ୍ୟବହାର କେବଳ ଗୋଟିଏ ଦିନ କିମ୍ବା ପଖୱାଡା ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ। ସରକାରୀ କାର୍ଯ୍ୟରେ ନିୟମିତ ଭାବେ ହିନ୍ଦୀର ବ୍ୟବହାର ବୃଦ୍ଧି କରିବା ଆବଶ୍ୟକ।

ଏହି ପାଳନର ଏକ ଅଂଶ ସ୍ଵରୂପ, ବିଭିନ୍ନ ପ୍ରତିଯୋଗିତା ଏବଂ କାର୍ଯ୍ୟକ୍ରମ ଆୟୋଜନ କରାଯିବ, ଯେଉଁଥିରେ ରେଳ ସୁରକ୍ଷା ସ୍ଲୋଗାନ ଲିଖନ ପ୍ରତିଯୋଗିତା, ଯାତ୍ରୀ ଅଭିଯୋଗ ନିରାକରଣ ଚିଠା ପ୍ରସ୍ତୁତି ପ୍ରତିଯୋଗିତା, ହିନ୍ଦୀ ବନାନ ଓ ବାକ୍ୟ ସଂଶୋଧନ ପ୍ରତିଯୋଗିତା, ରେଳ ସମ୍ବନ୍ଧୀୟ ଶବ୍ଦ ସନ୍ଧାନ ଓ ସଙ୍କେତ ଚିହ୍ନଟ ପ୍ରତିଯୋଗିତା, କୁଇଜ୍ ପ୍ରତିଯୋଗିତା ଏବଂ ହିନ୍ଦୀ କର୍ମଶାଳା ଅନ୍ତର୍ଭୁକ୍ତ। ଏହି ସବୁ କାର୍ଯ୍ୟକଳାପର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅଧିକାରୀମାନଙ୍କୁ ସେମାନଙ୍କ କାର୍ଯ୍ୟାଳୟ କାମରେ ଧୀରେ ଧୀରେ ହିନ୍ଦୀ ଭାଷା ବ୍ୟବହାର କରିବା ପାଇଁ ପ୍ରୋତ୍ସାହିତ କରିବା।

ସରକାରୀ କାର୍ଯ୍ୟରେ ରାଜଭାଷାର ବ୍ୟାପକ ବ୍ୟବହାରକୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତ ସରକାରଙ୍କ ନୀତି ଅନୁଯାୟୀ ପ୍ରତିବର୍ଷ ସମଗ୍ର ଭାରତୀୟ ରେଳବାଇରେ ହିନ୍ଦୀ ପଖୱାଡା ପାଳନ କରାଯାଏ।

ପୂର୍ବତଟ ରେଳପଥ ହିନ୍ଦୀ ପଖୱାଡା–୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରାର ମୂଲ୍ୟ ୩୯୯୯ ଓ ୮୯୯୯: ଭଡା ଶସ୍ତା କଲା ଇଣ୍ଡିଗୋ

September 14, 2026

ଦିଶା ସାଲିଆନ୍ ମୃତ୍ୟୁ ମାମଲାରେ ସିବିଆଇର ବଡ଼ ପଦକ୍ଷେପ: ବହୁ ବଡ଼ବଡ଼ିଆଙ୍କ ନାଁରେ ଏଫଆଇଆର୍

September 14, 2026

ଏସିଆ କପର ଖୁସି ମଧ୍ୟରେ ଭାରତୀୟ ଖେଳାଳିଙ୍କ ପାଇଁ ଦୁଃଖ: ଦଣ୍ଡିତ କଲା ଆଇସିସି

September 14, 2026
Latest News

ପୂର୍ବତଟ ରେଳପଥ ମୁଖ୍ୟାଳୟରେ ହିନ୍ଦୀ ପଖୱାଡା–୨୦୨୬ ଆରମ୍ଭ

September 14, 2026

 ହିନ୍ଦୀ ଦିବସ ୨୦୨୬ ଓ ଷଷ୍ଠ ସର୍ବଭାରତୀୟ ସରକାରୀ ଭାଷା ସମ୍ମିଳନୀକୁ ସମ୍ୱୋଧିତ କଲେ ଗୃହମନ୍ତ୍ରୀ

September 14, 2026

ଓଡ଼ିଶା ସାମ୍ବାଦିକଙ୍କ ଛତିଶଗଡ଼ ଗସ୍ତ: ସିରପୁରରେ ହିନ୍ଦୁ-ବୌଦ୍ଧ ଐତିହ୍ୟ ପରିଦର୍ଶନ

September 14, 2026

ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଯାତ୍ରାର ମୂଲ୍ୟ ୩୯୯୯ ଓ ୮୯୯୯: ଭଡା ଶସ୍ତା କଲା ଇଣ୍ଡିଗୋ

September 14, 2026

ରଣପୁରରେ ଧୁମଧାମରେ ୭୭ତମ ବିଘ୍ନ ବିନାୟକ ଶ୍ରୀଗଣେଶ ପୂଜା ମହୋତ୍ସବ

September 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.