Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ
ଆଜିର ଖବର

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Bhagalpur Drowning Case: Major tragedy in Bhagalpur, Bihar; 6 children drown in a pond.
Bhagalpur Drowning Case: Major tragedy in Bhagalpur, Bihar; 6 children drown in a pond.

ଭାଗଲପୁର: ବିହାରର ଭାଗଲପୁର ଜିଲ୍ଲା ସୁଲତାନଗଞ୍ଜ ଥାନା ଅନ୍ତର୍ଗତ ତରୈଟା ବହିଆର ଅଞ୍ଚଳରେ ଏକ ଅତ୍ୟନ୍ତ ହୃଦୟବିଦାରକ ଓ ଦୁଃଖଦ ଅଘଟଣ ଘଟିଯାଇଛି। ପବିତ୍ର କରମା-ଧରମା ପର୍ବ ଅବସରରେ ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗଭୀର ପାଣିରେ ବୁଡ଼ି ୬ ଜଣ କୋମଳମତି ଶିଶୁଙ୍କର କରୁଣ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ଓ ୩ ଜଣ ନାବାଳିକା ରହିଛନ୍ତି। ଏହି ଅଘଟଣ ପରେ ସମଗ୍ର ବିଷ୍ଣୁ ଟୋଲା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର କାଳଛାୟା ଖେଳିଯାଇଛି।

ମିଳିଥିବା ସୂଚନା ମୁତାବକ, ସୋମବାର ପ୍ରାୟ ୧୦ଟା ୩୦ ମିନିଟ୍ ସମୟରେ ପର୍ବର ନୀତିକାନ୍ତି ଅନୁସାରେ ଗାଧୋଇବା ପାଇଁ ବିଷ୍ଣୁ ଟୋଲା ଅଞ୍ଚଳର ଭିନ୍ନ ଭିନ୍ନ ପରିବାରର ଶିଶୁମାନେ ଏକାଠି ହୋଇ ସ୍ଥାନୀୟ ପୋଖରୀକୁ ଯାଇଥିଲେ। ପୋଖରୀରେ ଗାଧୋଉଥିବା ସମୟରେ ଅସାବଧାନତାବଶାତଃ ଜଣେ ଶିଶୁ ଗଭୀର ପାଣିକୁ ଚାଲିଯାଇ ବୁଡ଼ିଯାଉଥିଲେ। ତାଙ୍କୁ ବୁଡ଼ିଯାଉଥିବାର ଦେଖି ଅନ୍ୟ ପାଞ୍ଚ ଜଣ ଶିଶୁ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ମାତ୍ର ପାଣିର ଗଭୀରତା ଅଧିକ ଥିବାରୁ ଜଣକ ପରେ ଜଣେ ସମସ୍ତ ୬ ଜଣ ଶିଶୁ ପୋଖରୀ ଗର୍ଭରେ ବୁଡ଼ିଯାଇଥିଲେ।

ଏହି ଘଟଣା ସମ୍ପର୍କରେ ଜଣାପଡ଼ିବା କ୍ଷଣି ସ୍ଥାନୀୟ ଗ୍ରାମବାସୀ ଓ ପରିବାର ଲୋକେ ତୁରନ୍ତ ଘଟଣାସ୍ଥଳକୁ ଦୌଡ଼ିଆସିଥିଲେ। ଗ୍ରାମବାସୀମାନେ ନିଜେ ପୋଖରୀ ଭିତରକୁ ଓହ୍ଲାଇ ସମସ୍ତ ଶିଶୁଙ୍କୁ ଅସଚେତ ଅବସ୍ଥାରେ ବାହାରକୁ ଉଦ୍ଧାର କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଉଦ୍ଧାର ହୋଇଥିବା ଶିଶୁମାନଙ୍କୁ ତୁରନ୍ତ ସୁଲତାନଗଞ୍ଜ ରେଫରାଲ ହସ୍ପିଟାଲକୁ ନେଇଥିଲେ। ହେଲେ ସେଠାରେ ଡାକ୍ତରମାନେ ପରୀକ୍ଷା ନିରୀକ୍ଷା କରିବା ପରେ ସମସ୍ତ ୬ ଜଣ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ମୃତ ଶିଶୁମାନଙ୍କର ପରିଚୟ ମିଳିଛି। ସେମାନେ ହେଲେ ପୂଜା କୁମାରୀ (୧୩), ରାହୁଲ କୁମାର (୧୪), ବିକାଶ କୁମାର (୧୩), ଆୟୁଷ କୁମାର (୧୨), ମୀନାକ୍ଷୀ କୁମାରୀ ଓରଫ୍‌ ମିଙ୍କି (୧୨) ଏବଂ ଜ୍ୟୋତି କୁମାରୀ (୧୪)। ସମସ୍ତ ମୃତ ଶିଶୁ ବିଷ୍ଣୁ ଟୋଲା ଗ୍ରାମର ଅଟନ୍ତି।

ଘଟଣା ପରେ ସୁଲତାନଗଞ୍ଜ ଅଞ୍ଚଳ ଅଧିକାରୀ ରମଣ କୁମାର ଏବଂ ଥାନା ପ୍ରଭାରୀ ଧନଞ୍ଜୟ କୁମାର ହସ୍ପିଟାଲ ଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସରକାରୀ ନିୟମାନୁସାରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଓ ଆର୍ଥିକ କ୍ଷତିପୂରଣ ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ଦିନରେ ଓ ଗୋଟିଏ ଗାଁର ୬ ଜଣ କୋମଳମତି ଶିଶୁଙ୍କର ଏଭଳି ଅକାଳ ମୃତ୍ୟୁ ପରିବାର ଲୋକଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଛି।

କରମା-ଧରମା ପର୍ବ ବିହାର
Share. Facebook Twitter LinkedIn Email WhatsApp Copy Link

Related Posts

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026

ବଙ୍ଗଳା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟର ବାତାବରଣ: ଇସିଙ୍କୁ ଚିଠି ଲେଖିଲେ ହୁମାୟୁନ କବୀର

September 21, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026
Latest News

ବିହାରରେ ଅଘଟଣ: ପୋଖରୀରେ ବୁଡ଼ି ପ୍ରାଣ ହରାଇଲେ ୬ ଶିଶୁ

September 21, 2026

କେରଳରେ ପ୍ରକୃତିର ତାଣ୍ଡବ: ଭୂସ୍ଖଳନ ଓ ଆକସ୍ମିକ ବନ୍ୟାରେ ୯ ମୃତ

September 21, 2026

କାନାଡାରେ ବିମାନ ଦୁର୍ଘଟଣାଗ୍ରସ୍ତ: ୨ ଭାରତୀୟ ପାଇଲଟ୍ ଛାତ୍ରଙ୍କ ମୃତ୍ୟୁ

September 21, 2026

ବଙ୍ଗଳା ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଭୟର ବାତାବରଣ: ଇସିଙ୍କୁ ଚିଠି ଲେଖିଲେ ହୁମାୟୁନ କବୀର

September 21, 2026

ମୌସୁମୀ ଅଧିବେଶନ ପୂର୍ବରୁ ରାଜନୀତି ସରଗରମ : ଆଜି ସର୍ବଦଳୀୟ ବୈଠକ

September 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.