ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଆଜି ରାଜ୍ୟର ୪ଟି ଜିଲ୍ଲାର ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । ଖୋର୍ଦ୍ଧା, ଗଜପତି, ଗଞ୍ଜାମ ଓ ଜଗତସିଂପୁର ଆଦି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡିଗୁଡିକୁ ଛୁଟି କରାଯିବା ନେଇ ଘୋଷଣା ହୋଇଛି । ଏହାସହ କର୍ମଚାରୀଙ୍କୁ ହେଡକ୍ୱାର୍ଟର୍ସ ନ ଛାଡ଼ିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଜିଲା ପ୍ରଶାସନ। ବଙ୍ଗୋପସାଗର ସୃଷ୍ଟି ଲଘୁଚାପ ବାତ୍ୟା ନୁହେଁ ଗଭୀର ଅବପାତ ରୂପ ନେବ। ୧୧ଟି ଜିଲା ଉପରେ ଏହାର ପ୍ରଭାବ ପଡ଼ିବ। କାଲିଠୁ ବର୍ଷା ଆରମ୍ଭ ୨୩ ଓ ୨୪ରେ ପ୍ରବଳ ବର୍ଷିବ। ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ଜିଲାର ଜିଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି।


