Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି
ଆଜିର ଖବର

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନସିକ ଚାପଜନିତ ଅବସାଦ ହେତୁ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ନିରାପତା ପଦକ୍ଷେପ ଗ୍ରହଣ କରିବା ସଂକ୍ରାନ୍ତରେ ନିର୍ଦ୍ଦେଶ ଦେବା ପାଇଁ ଆଗତ ମାମଲାର ଶୁଣାଣି କରି ଓଡ଼ିଶା ମାନବିକ ଅଧିକାର ଆୟୋଗ (ଓଏଚ୍‌ଆର୍‌ସି) ରିପୋର୍ଟ ତଲବ କରିଛନ୍ତି। ଆଗାମୀ ୩ ମାସ ମଧ୍ୟରେ ସ୍ୱାସ୍ଥ୍ୟ ସଚିବ ରିପୋର୍ଟ ଦାଖଲ କରିବା ନିମନ୍ତେ ଓଏଚ୍‌ଆରସି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ବୃନ୍ଦାବନ ଦାସ ଆଜାଦଙ୍କ ପକ୍ଷରୁ ଓଏଚ୍‌ଆରସିରେ ରୁଜୁ ମାମଲାର ବିବରଣୀ ଅନୁଯାୟୀ, ବର୍ତ୍ତମାନର ଯୁବବର୍ଗ ବିଶେଷ କରି ଶିକ୍ଷାନୁଷ୍ଠାନର ଛାତ୍ରୀଛାତ୍ରମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଉଛି। ପାଠପଢ଼ାରେ ପ୍ରତିଯୋଗିତା, ପରୀକ୍ଷା ଚାପ, ମାତାପିତା ଓ ସାମାଜିକ ଆଶା, ଆକାଂକ୍ଷା ପୂରଣ ତଥା ଅତିରିକ୍ତ ମାନସିକ ଅସନ୍ତୁଳନତା ଛାତ୍ରୀଛାତ୍ରମାନଙ୍କୁ ଗଭୀର ଭାବେ ମାନସିକ ଚାପଗ୍ରସ୍ତ କରାଉଛି। ଛାତ୍ରୀଛାତ୍ରଙ୍କଠାରେ ଏସବୁ ହ୍ରାସ ପାଇଁ ସୁପ୍ରିମକୋର୍ଟଙ୍କ ଗାଇଡ୍ ଲାଇନର ଅନୁପାଳନ କରି ଶିକ୍ଷାନୁଷ୍ଠାନରେ ପରାମର୍ଶଦାତା ନିଯୁକ୍ତି,ମାନସିକ ସ୍ୱାସ୍ଥ୍ୟ ତାଲିମ ପ୍ରଦାନ ସହ ନିରାପତ୍ତା ଦିଗ ପ୍ରତି ଧ୍ୟାନ ଦେବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ଆବେଦନରେ ପ୍ରାର୍ଥନା କରାଯାଇଛି। ଅଭିଯୋଗ ଓ ପ୍ରାର୍ଥନାର ପ୍ରକାରଭେଦକୁ ବିଚାର କରି ଓଏଚ୍‌ଆର୍‌ସି ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗର ସଚିବ ଏବଂ ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷମାନେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ ଓଏଚ୍‌ଆରସି ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଶିକ୍ଷାନୁଷ୍ଠାନଗୁଡ଼ିକରେ ଉପରୋକ୍ତ ଗାଇଡ୍ ଲାଇନ୍ ପାଳନ ପାଇଁ ପରାମର୍ଶଦାତା,ମାନସିକ ସ୍ୱାସ୍ଥ୍ୟ ସଚେତନତା ଓ ତାଲିମ ସହିତ ନିରାପତା ଗ୍ରହଣ କରିବାକୁ ଓଏଚ୍‌ଆରସି ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି। ଏଥିସହ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ, ଓଡ଼ିଶା ସ୍ୱାସ୍ଥ୍ୟ ସେବାର ନିର୍ଦ୍ଦେଶକ ଏଥିପାଇଁ ସହଯୋଗ ଯୋଗାଇ ଦେବାକୁ ମଧ୍ୟ ନିର୍ଦ୍ଦେଶରେ ଉଲ୍ଲେଖ ରହିଛି।

ଓଏଚ୍‌ଆର୍‌ସି ଗାଇଡ୍‌ଲାଇନ ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବାୟୁ ଗୁଣବତ୍ତା ଡିଜିଟାଲ୍ ପ୍ରଦର୍ଶନ ବ୍ୟବସ୍ଥା ଉଦ୍‌ଘାଟିତ

September 23, 2026

ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

September 23, 2026

ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ

September 23, 2026

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026
Latest News

ଆତ୍ମହତ୍ୟା ପ୍ରବଣତା: ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ପାଳନ ନିର୍ଦ୍ଦେଶ ଦେଲେ ଓଏଚ୍‌ଆର୍‌ସି

September 23, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ବାୟୁ ଗୁଣବତ୍ତା ଡିଜିଟାଲ୍ ପ୍ରଦର୍ଶନ ବ୍ୟବସ୍ଥା ଉଦ୍‌ଘାଟିତ

September 23, 2026

ଆୟୁଷ ଚିକିତ୍ସାର ଲୋକପ୍ରିୟତା ବଢ଼ିଛି: ସ୍ୱାସ୍ଥ୍ୟ ମନ୍ତ୍ରୀ

September 23, 2026

ନିଆଳି ପନିରରେ ମିଶୁଛି ମଇଦା ଓ ଡିଟରଜେଣ୍ଟ; ସ୍ପଷ୍ଟ କଲେ ସ୍ୱାସ୍ଥ୍ୟ ଅଧିକାରୀ

September 23, 2026

ଏସବିଆଇ ବ୍ୟାଙ୍କିଙ୍ଗ୍‌ ଓ ଅର୍ଥନୀତି ସମ୍ମିଳନୀ ୨୦୨୬କୁ ଉଦଘାଟନ କଲେ ଡକ୍ଟର ପି.କେ. ମିଶ୍ର

September 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.