Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ
ଆଜିର ଖବର

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Kansabansa River crosses danger mark; over 60 villages marooned.
Kansabansa River crosses danger mark; over 60 villages marooned.

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ଦେଇ ପ୍ରବାହିତ କାଂଶବାଂଶ ନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଯିବା ଫଳରେ ଅଞ୍ଚଳରେ ଏକ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ୧୯୯୯ ମସିହାର ମହାବାତ୍ୟା ପରେ ଏହା ହେଉଛି ସବୁଠାରୁ ବୃହତ୍ ବନ୍ୟା, ଯାହା ବନ୍ୟା ବିପନ୍ନଙ୍କ ଜୀବନଜୀବିକାକୁ ସମ୍ପୂର୍ଣ୍ଣ ବିପନ୍ନ କରିଦେଇଛି। ବିଶେଷକରି ଉପରମୁଣ୍ଡରେ ଥିବା ଖଇରା ଓ ଔପଦା ବ୍ଲକରେ ଗତ ୫ ଦିନ ଧରି ଅବିରତ ଲଗାଣ ବର୍ଷା ହେବା ସହ କୁପାରି ଶୁଆଶାରୀ ପାହାଡ଼ରୁ ଅତଡ଼ା ଖସିବା ଫଳରେ ନଦୀର ଜଳସ୍ତର ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଏହାର ପ୍ରଭାବରେ କାଂଶବାଂଶ ନଦୀ ଉପକୂଳବର୍ତ୍ତୀ ସୋର ଓ ସିମୁଳିଆ ବ୍ଲକର ଶହ ଶହ ଗ୍ରାମ ଜଳମଗ୍ନ ହୋଇପଡ଼ିଛି।

ଶନିବାର ଅପରାହ୍ନ ୪ଟା ସୁଦ୍ଧା ସବିରା ପଞ୍ଚାୟତର ଧାନବର ଖୁଣ୍ଟା, ଧଅଳି, ବାଉଁଶ ଖୁଣ୍ଟା, ଦାଣ୍ଡପଳସା, ଚାଳିଶ ମାଡ଼ ଗ୍ରାମ ଏବଂ ତଳନଗର ପଞ୍ଚାୟତର ବ୍ରାହ୍ମଣ ସବିରା, ବେଲ ସବିରା, ସୁନାରି, ପଦନପଡ଼ା, ସାଲମପୁର ସମେତ ସାଜନପୁର ଓ ବାଉରିପଦା ପଞ୍ଚାୟତର ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ସମ୍ପୂର୍ଣ୍ଣ ଜଳବନ୍ଦୀ ହୋଇଯାଇଛି। ଅନେକ ଲୋକଙ୍କ ଘର ଭିତରେ ବନ୍ୟା ପାଣି ପଶିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଖବର ପାଇ ସୋର ବ୍ଲକ ପ୍ରଶାସନ ତରଫରୁ ଓଡ଼୍ରାଫ ଟିମ୍ ସହାୟତାରେ ପାଣି ଘେରରେ ରହିଥିବା ଲୋକଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ଏହି ବନ୍ୟା ଚଳିତ ବର୍ଷର ସପ୍ତମ ବନ୍ୟା ହୋଇଥିବା ବେଳେ ସ୍ଥାନୀୟ ଚାଷୀକୂଳ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ତଳି ପକାଇବା ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଚାଷୀମାନେ ଅନେକ ଆର୍ଥିକ ସମସ୍ୟା ଓ ଅସୁବିଧାର ସମ୍ମୁଖୀନ ହୋଇ ଚାଷ କରିଥିଲେ। ହେଲେ ବର୍ତ୍ତମାନ ଶହ ଶହ ଏକର ଚାଷଜମି ବନ୍ୟା ଜଳରେ ବୁଡ଼ି ରହିଥିବାରୁ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ଆଶଙ୍କା ଦେଖାଦେଇଛି। ଏହା ସହିତ ଗୃହପାଳିତ ପଶୁପକ୍ଷୀ, ଗୋରୁଗାଈ, ଛେଳି ଓ କୁକୁଡ଼ାମାନଙ୍କ ପାଇଁ ଖାଦ୍ୟ ଏବଂ ଆଶ୍ରୟର ସଙ୍କଟ ଉପୁଜିଛି। ଏଭଳି ସଙ୍କଟଜନକ ସ୍ଥିତିରେ ପ୍ରଶାସନ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ଓ ବନ୍ୟା ପ୍ରଭାବିତଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

କାଂଶବାଂଶ ନଦୀ ଜଳବନ୍ଦୀ
Share. Facebook Twitter LinkedIn Email WhatsApp Copy Link

Related Posts

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026

ସଡ଼କ ଦୁର୍ଘଟଣାରେ ୨ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର

September 26, 2026

ସମ୍ବଲପୁରଠାରେ ପଞ୍ଚମ ବ୍ୟାଚ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ

September 26, 2026

ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ: ନିଷେଧାଜ୍ଞା ସତ୍ତ୍ୱେ ବେଆଇନ୍ କାରବାର

September 26, 2026
Latest News

ବିପଦ ସଙ୍କେତ ଟପିଲା କାଂଶବାଂଶ ନଦୀ, ୬୦ରୁ ଊର୍ଦ୍ଧ୍ୱ ଗ୍ରାମ ଜଳବନ୍ଦୀ

September 26, 2026

‘ଅର୍ଣ୍ଣବ’ ବାତ୍ୟା ପ୍ରକୋପ: ଭୂସ୍ଖଳନ ଅଞ୍ଚଳ ଗସ୍ତ କଲେ ଅତିରିକ୍ତ SRC ସଚିବ

September 26, 2026

ସଡ଼କ ଦୁର୍ଘଟଣାରେ ୨ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରିଣୀ ଗୁରୁତର

September 26, 2026

ବିବାଦ ମଧ୍ୟରେ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ: ଜାଣନ୍ତୁ କ’ଣ ନେଲେ ନିଷ୍ପତ୍ତି?

September 26, 2026

କବାଡିରେ ଦ୍ୱିତୀୟ ସ୍ୱର୍ଣ୍ଣ ଜିତିଲା ଭାରତ: କଡ଼ା ମୁକାବିଲାରେ ଇରାନ ୪୦-୩୪ ରେ ପରାସ୍ତ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.