Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ
ଆଜିର ଖବର

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

କଟକ, : ନିଆଳି ଅଞ୍ଚଳରେ ଚାଲିଥିବା ଅପମିଶ୍ରିତ ପନିର କାରବାର ଘଟଣାରେ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। କାର୍ଯ୍ୟରେ ଅବହେଳା ଅଭିଯୋଗରେ କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ (ଏଫଏସଓ) ଅମିତା ଦାସଙ୍କୁ ବଦଳି କରାଯାଇଛି। ସୂଚନାଯୋଗ୍ୟ, ନିଆଳି ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ପନିର ନମୁନା ପରୀକ୍ଷା ପାଇଁ ହରିୟାଣାସ୍ଥିତ ଏକ ବିଶେଷଜ୍ଞ ଲ୍ୟାବ୍‌କୁ ପଠାଯାଇଥିଲା। ସେଠାରୁ ଆସିଥିବା ରିପୋର୍ଟରେ ପନିର ଅପମିଶ୍ରିତ ଥିବା ସ୍ପଷ୍ଟ ହେବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଲୋକଙ୍କୁ ନିରାପଦ ଓ ଗୁଣାତ୍ମକ ଖାଦ୍ୟ ଯୋଗାଇବା ଖାଦ୍ୟ ସୁରକ୍ଷା ବିଭାଗର ମୁଖ୍ୟ ଦାୟିତ୍ୱ ହୋଇଥିବା ବେଳେ, ଏହି ଘଟଣାରେ ତଦାରଖି ଓ କାର୍ଯ୍ୟାନୁଷ୍ଠାନରେ ଅବହେଳା ଦର୍ଶାଇ ସରକାର ତୁରନ୍ତ ଏହି ବଦଳି ନିର୍ଦ୍ଦେଶ ଦେଇଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନ ପରେ କଟକ ଜିଲ୍ଲା ସମେତ ଆଖପାଖ ଅଞ୍ଚଳରେ ଖାଦ୍ୟ ନମୁନା ଯାଞ୍ଚ ଓ ଅପମିଶ୍ରଣ ବିରୋଧୀ ଅଭିଯାନ ଆହୁରି କଡ଼ାକଡ଼ି ହେବା ନେଇ ଆଶା କରାଯାଉଛି। ବିଶେଷକରି ପନିର, କ୍ଷୀର ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀର ମାନ ଯାଞ୍ଚ ଉପରେ କଡ଼ା ନଜର ରଖାଯିବ। ତେବେ ଏହି ବେଆଇନ୍ ଅପମିଶ୍ରଣ କାରବାରରେ ସମ୍ପୃକ୍ତ ଥିବା ବ୍ୟବସାୟୀଙ୍କ ବିରୋଧରେ ଆଗକୁ ପ୍ରଶାସନ କି ପ୍ରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

କଟକ ପନିର ନିଆଳି
Share. Facebook Twitter LinkedIn Email WhatsApp Copy Link

Related Posts

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026

ନେତାରୁ ବିଧାୟକ ଓ ମନ୍ତ୍ରୀ ହେବା ପରେ ଏବେ ହେଲେ କବି; ଲୋକାର୍ପିତ ହେଲା ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପୁସ୍ତକ

September 26, 2026

ମୟୂରଭଞ୍ଜରେ ସଙ୍ଗୀନ ବନ୍ୟା ପରିସ୍ଥିତି: ବୁଢ଼ାବଳଙ୍ଗ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି

September 26, 2026
Latest News

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026

“ଜ୍ଞାନେଶ କୁମାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କ ଅମ୍ପାୟାର”: ରାହୁଲ ଗାନ୍ଧୀ

September 26, 2026

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.