Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍
ରାଜ୍ୟ ଖବର

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Deputy Chief Minister Pravati Parida at the launch of the 'Deepti' portal and the Saree Allowance scheme.
Deputy Chief Minister Pravati Parida at the launch of the 'Deepti' portal and the Saree Allowance scheme.

ଭୁବନେଶ୍ୱର: ରାଜ୍ୟରେ ମହିଳା ଓ ଶିଶୁ କଲ୍ୟାଣ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ସହ ଆଗଧାଡ଼ିର କର୍ମୀଙ୍କ ଅତୁଳନୀୟ ଯୋଗଦାନକୁ ସ୍ୱୀକୃତି ଦେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଶାଢ଼ି ଭତ୍ତା ବୃଦ୍ଧି କରାଯାଇଛି। ଶାଢ଼ି ଭତ୍ତା ବାବଦକୁ ପୂର୍ବରୁ ମିଳୁଥିବା ୧୩୯୦ ଟଙ୍କାକୁ ବୃଦ୍ଧି କରାଯାଇ ୧୫୦୦ ଟଙ୍କା କରାଯାଇଛି। ଏହି ବର୍ଦ୍ଧିତ ଭତ୍ତା ମଧ୍ୟରୁ ଭାରତ ସରକାର ୬୦୦ ଟଙ୍କା ଏବଂ ଓଡ଼ିଶା ସରକାର ୯୦୦ ଟଙ୍କା ପ୍ରଦାନ କରିବେ। ସମୁଦାୟ ୨୨.୩୦ କୋଟି ଟଙ୍କାର ବ୍ୟୟବରାଦରେ ରାଜ୍ୟର ପ୍ରାୟ ୧.୪୮ ଲକ୍ଷ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସିଧାସଳଖ ଉପକୃତ ହେବେ। ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶନିବାର “ଅଙ୍ଗନ୍ କା ଉତ୍ସବ” ଅଭିଯାନର ଆଭାସୀ ମାଧ୍ୟମରେ ଉଦ୍‌ଘାଟନ କରିବା ଅବସରରେ ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।

ରାଜ୍ୟରେ ଶିଶୁ, ମହିଳା ଓ କିଶୋରୀମାନଙ୍କ ପୋଷଣ ଏବଂ ସ୍ୱାସ୍ଥ୍ୟ ସଚେତନତାକୁ ବ୍ୟାପକ କରିବା ଲକ୍ଷ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା “ଅଙ୍ଗନ୍ କା ଉତ୍ସବ” ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏଥିସହ ରାଜ୍ୟର ପୋଷଣ, ସ୍ୱାସ୍ଥ୍ୟ ଓ ପ୍ରାକ୍‌-ବିଦ୍ୟାଳୟ ଶିକ୍ଷା ସେବାର ମୁଖ୍ୟ ପୁରୋଧା ସାଜିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପ୍ରଶାସନିକ କାର୍ଯ୍ୟଭାର କମାଇବା ପାଇଁ ଉପ-ମୁଖ୍ୟମନ୍ତ୍ରୀ “ଦୀପ୍ତି” ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ବିଦ୍ୟୁତ୍ ବିତରଣ କମ୍ପାନୀର ମିଳିତ ସହଯୋଗରେ ବିକଶିତ ଏହି ଡିଜିଟାଲ୍ ମଞ୍ଚ ମାଧ୍ୟମରେ ବିଜୁଳି ବିଲ୍ ଯାଞ୍ଚ, ପରିଶୋଧ ଓ ଅନୁଧ୍ୟାନ ସିଧାସଳଖ ସମ୍ପାଦିତ ହେବ।

ଏହି ଦିଗରେ ମହିଳା ଓ ଶିଶୁ ବିକାଶ ବିଭାଗ ଓଡ଼ିଶାରେ ପ୍ରଥମ ବିଭାଗ ହୋଇଥିବାରୁ ଏଥିରେ ସଂଶ୍ଳିଷ୍ଟ ଅଧିକାରୀମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ସାଧୁବାଦ୍ ଜଣାଇଛନ୍ତି। ଏହାଦ୍ୱାରା ଅଙ୍ଗନବାଡ଼ି କର୍ମୀମାନେ ବିଜୁଳି ବିଲ୍ ଦେବାର ଆର୍ଥିକ ଦାୟିତ୍ୱରୁ ମୁକ୍ତ ହେବା ସହ କେନ୍ଦ୍ରଗୁଡ଼ିକରେ ଅବିରତ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ହୋଇପାରିବ। ଏହି ପଦକ୍ଷେପ ଅଙ୍ଗନବାଡ଼ି କର୍ମୀଙ୍କ ବହୁମୂଲ୍ୟ ସମୟ ବଞ୍ଚାଇବ, ଯାହାକୁ ସେମାନେ ଶିଶୁ ଓ ମା’ମାନଙ୍କର ସେବାରେ ସମ୍ପୂର୍ଣ୍ଣ ନିୟୋଜିତ କରିପାରିବେ ବୋଲି ଉପ-ମୁଖ୍ୟମନ୍ତ୍ରୀ ମତ ପ୍ରକାଶ କରିଛନ୍ତି। ଏହି ଅବସରରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପ୍ରକାଶ କରିଛନ୍ତି ଯେ, ତୃଣମୂଳ ସ୍ତରରେ ପୋଷଣ ଏବଂ ଶିଶୁ ବିକାଶ ସେବା ଯୋଗାଇବାରେ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥିସହ ଶିଶୁ ଓ ମାତୃ କଲ୍ୟାଣକାରୀ ଯୋଜନାଗୁଡ଼ିକରେ ସମ୍ପ୍ରଦାୟର ସହଭାଗିତାକୁ ଅଧିକ ସୁଦୃଢ଼ କରିବା ପାଇଁ ଏହି ଅଭିଯାନକୁ ଏକ ଅର୍ଥପୂର୍ଣ୍ଣ ମାଧ୍ୟମ କରିବାକୁ ସେ ଆହ୍ୱାନ ଦେଇଛନ୍ତି।

ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶାଢ଼ି ଭତ୍ତା
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

‘ବାର୍ତ୍ତାଳାପ’ ସାମ୍ବାଦିକ ଓ ସରକାରଙ୍କ ମଧ୍ୟରେ ଏକ ସେତୁ: ଅଖିଳ କୁମାର ମିଶ୍ର

September 26, 2026

ମହାପ୍ରଭୁଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ସୁନା ଅଳଙ୍କାର

September 26, 2026
Latest News

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026

ଇସିଙ୍କ ବୟାନ ପରେ ଚନ୍ଦ୍ରବାବୁ ନାଇଡୁଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ?

September 26, 2026

“ଜ୍ଞାନେଶ କୁମାର ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି-ଶାହାଙ୍କ ଅମ୍ପାୟାର”: ରାହୁଲ ଗାନ୍ଧୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.