ନୂଆଦିଲ୍ଲୀ: ମହିଳା ଟ୍ରାପ୍ ସୁଟିଂ ବ୍ୟକ୍ତିଗତ ଇଭେଣ୍ଟରେ ନୀରୁ ଧଣ୍ଡା ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୩୦ ଟି ଟାର୍ଗେଟରୁ ୨୮ ଟି ଲକ୍ଷ୍ୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଚୀନର ୟୁନୋଙ୍ଗ ସୁନ୍ ୨୬ ସ୍କୋର ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।
ନୀରୁ ଏସୀୟ କ୍ରୀଡ଼ା ରେକର୍ଡ ସ୍ଥାପନ କରିଛନ୍ତି। ମହିଳା ଟ୍ରାପ୍ ସୁଟିଂ ବ୍ୟକ୍ତିଗତ ଇଭେଣ୍ଟରେ ଏହା ଜଣେ ଭାରତୀୟଙ୍କ ଦ୍ୱାରା ପ୍ରଥମ ସ୍ୱର୍ଣ୍ଣ ପଦକ। ତେବେ ଏହି ସ୍ଵର୍ଣ୍ଣ ପଦକ ପରେ ଭାରତର ମୋଟ ପଦକ ସଂଖ୍ୟା ୪୭ ରେ ପହଞ୍ଚିଛି। ଯେଉଁଥିରେ ସ୍ଵର୍ଣ୍ଣ ପଦକ ସଂଖ୍ୟା ୫ ରେ ପହଞ୍ଚିଥିବା ବେଳେ ରୌପ୍ୟ ଏବଂ କାଂସ୍ୟ ପଦକ ସଂଖ୍ୟା ୨୧-୨୧ ରେ ରହିଛି।


