Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ମନ୍ମଥ ଗିରଫ ପରେ କୋର୍ଟରେ ହାଜର
ଆଜିର ଖବର

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ମନ୍ମଥ ଗିରଫ ପରେ କୋର୍ଟରେ ହାଜର

September 30, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ମନ୍ମଥ ଗିରଫ ପରେ କୋର୍ଟରେ ହାଜର

ପାରଳାଖେମୁଣ୍ଡି: ବହୁ ଚର୍ଚ୍ଚିତ ସହକାରୀ ବନ ସଂରକ୍ଷକ (ଏସିଏଫ) ସୌମ୍ୟରଞ୍ଜନ ମହାପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ପାରଳାଖେମୁଣ୍ଡି ଥାନା ପୋଲିସକୁ ମିଳିଛି ଏକ ସଫଳତା । ଆଜି ଭୋର ସମୟରେ ପୋଲିସ ଚଢ଼ଉ କରି ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ତାଙ୍କ ନିଜ ଗାଁରୁ ଗିରଫ କରିଛି। ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା ୩୦୨ (ହତ୍ୟା) ଏବଂ ୧୨୦-ବି (ଅପରାଧିକ ଷଡ଼ଯନ୍ତ୍ର) ଆଧାରରେ ରୋଷେୟା ମନ୍ମଥଙ୍କ ବିରୋଧରେ ପାରଳାଖେମୁଣ୍ଡି ଏସଡିଜେଏମ୍‌ ଅଦାଲତ ପୂର୍ବରୁ ଜାମିନ ବିହୀନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଥିଲେ। ଗିରଫଦାରୀ ପରେ ପୋଲିସ ତାଙ୍କୁ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପାରଳାଖେମୁଣ୍ଡି ଏସଡିଜେଏମ୍‌ ଅଦାଲତରେ ହାଜର କରିଛି। ଅନ୍ୟପକ୍ଷରେ, ରୋଷେୟା ମନ୍ମଥ କୁମ୍ଭ ଗିରଫ ହେବା ପରେ ସୌମ୍ୟରଞ୍ଜନଙ୍କ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି। ସୌମ୍ୟରଞ୍ଜନଙ୍କ ମାମୁ ଶୀତିକଣ୍ଠ ପଣ୍ଡା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, “ଶେଷରେ ଆମକୁ ନ୍ୟାୟ ମିଳିଛି।” ଏହାସହ ଏହି ସଂବେଦନଶୀଳ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ସମସ୍ତ ୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରନ୍ତୁ ବୋଲି ସେ ଦାବି କରିଛନ୍ତି।

ଗିରଫ ରୋଷେୟା ସୌମ୍ୟରଞ୍ଜନ
Share. Facebook Twitter LinkedIn Email WhatsApp Copy Link

Related Posts

ଏସ୍‌ସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା ରୁଜୁ

September 30, 2026

ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30, 2026

‘୨୦୨୯ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ’: ମେଣ୍ଟ ବୈଠକ ପରେ କହିଲେ ମେହବୁବା ମୁଫତି

September 30, 2026

ବିଭିନ୍ନ ସ୍ଥାନରେ ଓଡ଼ିଶା ବନ୍ଦ, ଟାୟାର ଜାଳି ରାସ୍ତା ଅବରୋଧ

September 30, 2026
Latest News

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟା ମନ୍ମଥ ଗିରଫ ପରେ କୋର୍ଟରେ ହାଜର

September 30, 2026

ଏସ୍‌ସିବିରେ ମାନସିକ ରୋଗୀଙ୍କୁ ପିଟିପିଟି ହତ୍ୟା ଅଭିଯୋଗ, ଥାନାରେ ମାମଲା ରୁଜୁ

September 30, 2026

କ୍ୟାବିନେଟ୍‌ ର ବଡ଼ ନିଷ୍ପତ୍ତି: ଗହମ ସମେତ ଏହି ୬ ଟି ଫସଲର ବଢିଲା ଏମଏସପି

September 30, 2026

ଅକ୍ଟୋବର ୧ରେ ୟୁପିଏସ୍‌ସିର ଶତବାର୍ଷିକୀ ସମାରୋହରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

September 30, 2026

‘୨୦୨୯ରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବେ’: ମେଣ୍ଟ ବୈଠକ ପରେ କହିଲେ ମେହବୁବା ମୁଫତି

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.