Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ
ଜାତୀୟ ଖବର

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
କେନ୍ଦ୍ର କୃଷିମନ୍ତ୍ରୀ
୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ତଥା ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ଦେଶର କୃଷକମାନଙ୍କର ଆର୍ଥିକ ହିତସାଧନ ଲାଗି ଖରିଫ୍ ବିପଣନ ଋତୁ ୨୦୨୬-୨୭ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଓ କୃଷକ-ଅନୁକୂଳ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର ଉତ୍ତର ପ୍ରଦେଶ, ତେଲେଙ୍ଗାନା ଏବଂ କର୍ଣ୍ଣାଟକ ରାଜ୍ୟରେ ‘ମୂଲ୍ୟ ସହାୟତା ଯୋଜନା’ (ପିଏସଏସ) ଅଧୀନରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି)ରେ ମୋଟ ୫,୫୪୭.୯୯ କୋଟି ଟଙ୍କା ମୂଲ୍ୟର ଡାଲି ଓ ତୈଳବୀଜ ଫସଲ ଖରିଦକୁ ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବଜାର ଦର ହ୍ରାସରୁ କୃଷକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ଏବଂ ସେମାନଙ୍କ ଉତ୍ପାଦ ପାଇଁ ଉଚିତ୍ ମୂଲ୍ୟ ସୁନିଶ୍ଚିତ କରିବା।

ଏ ସମ୍ପର୍କରେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ କଲ୍ୟାଣ, ସେମାନଙ୍କ ଆୟ ବୃଦ୍ଧି ଏବଂ କୃଷି କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଅତ୍ୟନ୍ତ ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି। କୃଷକମାନେ ଯେପରି ସେମାନଙ୍କ ଉତ୍ପାଦ ପାଇଁ ନ୍ୟାୟସଂଗତ ମୂଲ୍ୟ ପାଇବେ, ସେଥିପାଇଁ ସରକାର ଦୃଢ଼ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ କ୍ରୟ ବ୍ୟବସ୍ଥାକୁ ପୂର୍ବ ଅପେକ୍ଷା ଅଧିକ ସ୍ୱଚ୍ଛ ଓ ସୁଗମ କରାଯାଉଛି। ଏହି ଅନୁମୋଦନ ଅଧୀନରେ ଉକ୍ତ ତିନୋଟି ପ୍ରମୁଖ ରାଜ୍ୟର କୃଷକମାନଙ୍କ ଠାରୁ ବ୍ୟାପକ ସ୍ତରରେ ବିଭିନ୍ନ ଫସଲ କ୍ରୟ କରାଯିବ।

ଏହି ରାଶିର ଏକ ବଡ଼ ଅଂଶ ଉତ୍ତରପ୍ରଦେଶର ଚାଷୀମାନଙ୍କ ପାଇଁ ନିର୍ଦ୍ଧାରିତ କରାଯାଇଛି। ରାଜ୍ୟରେ ମୋଟ ୩,୯୯୨.୫୭ କୋଟି ଟଙ୍କାର ଉତ୍ପାଦ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ଚୌହାନ ଅନୁମୋଦନ ଦେଇଛନ୍ତି। ଏହା ଅନୁସାରେ ରାଜ୍ୟରେ ୩,୯୩୭.୭୦ କୋଟି ଟଙ୍କା ମୂଲ୍ୟର ୪,୬୬,୦୦୦ ମେଟ୍ରିକ୍ ଟନ୍ ହରଡ଼ ଡାଲି ଏବଂ ୫୪.୮୭ କୋଟି ଟଙ୍କା ମୂଲ୍ୟର ୬,୨୫୦ ମେଟ୍ରିକ୍ ଟନ୍ ମୁଗ ଡାଲି ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ କରାଯିବ।

କର୍ଣ୍ଣାଟକରେ ଡାଲି ଓ ତୈଳବୀଜ ଚାଷୀଙ୍କ ଠାରୁ ୧,୧୦୭ କୋଟି ଟଙ୍କା ମୂଲ୍ୟର ଉତ୍ପାଦ ଖରିଦ ପାଇଁ ମଧ୍ୟ ମଞ୍ଜୁରୀ ପ୍ରଦାନ କରାଯାଇଛି। ଏହି ରାଜ୍ୟରେ ୬୫୯.୨୭ କୋଟି ଟଙ୍କା ମୂଲ୍ୟର ୧,୧୫,୫୦୦ ୧,୧୫,୫୦୦ ମେଟ୍ରିକ୍ ଟନ୍ ସୋୟାବିନ୍, ୩୩୫.୮୩ କୋଟି ଟଙ୍କା ମୂଲ୍ୟର ୩୮,୨୫୦ ମେଟ୍ରିକ୍ ଟନ୍ ମୁଗ ଡାଲି ଓ ୧୧୧.୯୦ କୋଟି ଟଙ୍କା ମୂଲ୍ୟର ୧୩,୪୧୩ ମେଟ୍ରିକ୍ ଟନ୍ ସୂର୍ଯ୍ୟମୁଖୀ ପିଏସଏସ ଅନୁଯାୟୀ ଖରିଦ କରାଯିବ।

ସେହିପରି ତେଲେଙ୍ଗାନା କୃଷକଙ୍କ ପାଇଁ ୪୪୮.୪୨ କୋଟି ଟଙ୍କାରର କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀ ମଂଜୁରୀ ଦେଇଛନ୍ତି। ଏଥିରେ ୩୫୩.୯୦ କୋଟି ଟଙ୍କା ମୂଲ୍ୟର ୬୨,୦୦୦ ମେଟ୍ରିକ୍ ଟନ୍ ସୋୟାବିନ୍ ଏବଂ ୯୪.୫୨ କୋଟି ଟଙ୍କା ମୂଲ୍ୟର ୧୦,୭୬୬ ମେଟ୍ରିକ୍ ଟନ୍ ମୁଗ ସର୍ବନିମ୍ନ ସହାୟକ ମୂଲ୍ୟରେ କ୍ରୟ ଅନ୍ତର୍ଭୁକ୍ତ ରହିଛି।

କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ କେବଳ ଚାଷୀଙ୍କୁ ଆର୍ଥିକ ସୁରକ୍ଷା ପ୍ରଦାନ କରିବ ନାହିଁ, ବରଂ ଦେଶ ମଧ୍ୟରେ ଖାଦ୍ୟ ତେଲ ଓ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି କରି ସେହି କ୍ଷେତ୍ରରେ ଭାରତକୁ ଆତ୍ମନିର୍ଭରଶୀଳ କରିବା ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। ସେ ସୁନିଶ୍ଚିତ କରିଛନ୍ତି ଯେ ସମସ୍ତ କେନ୍ଦ୍ରରେ ଖରିଦ ବ୍ୟବସ୍ଥା ସ୍ୱଚ୍ଛ ରହିବ ଏବଂ ଚାଷୀମାନଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ମୂଲ୍ୟ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଖାତାରେ ଠିକ୍ ସମୟରେ ପ୍ରଦାନ କରାଯିବ।

କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ କୃଷିଜାତ ସାମଗ୍ରୀ କ୍ରୟ କୃଷିମନ୍ତ୍ରୀଙ୍କ ଅନୁମୋଦନ ଖରିଫ୍ ୨୦୨୬-୨୭ ନରେନ୍ଦ୍ର ମୋଦୀ ଶ୍ରୀ ଶିବରାଜ ସିଂହ ଚୌହାନ
Share. Facebook Twitter LinkedIn Email WhatsApp Copy Link

Related Posts

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026
Latest News

୫୫୪୮ କୋଟି ମୂଲ୍ୟର କୃଷିଜାତ ସାମଗ୍ରୀ କ୍ରୟକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ଅନୁମୋଦନ

October 1, 2026

‘ଗ୍ରୀନ୍ ଏନର୍ଜି କରିଡର୍’ ତୃତୀୟ ପର୍ଯ୍ୟାୟକୁ କ୍ୟାବିନେଟ୍ ମଞ୍ଜୁରି

October 1, 2026

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଧୂମଧାମରେ ପାଳିତ ହେବ ଶହୀଦ ବାଜି ରାଉତଙ୍କ ଜନ୍ମ ଶତବାର୍ଷିକୀ

October 1, 2026

ଆଜି ଅକ୍ଟୋବର ୧ ତାରିଖରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

October 1, 2026

ଚାକିରିରୁ ଅବସର ପାଇଁ ଆବେଦନ କଲେ ସନ୍ଥଗୋପାଳନ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.