ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟର ୧୨୫ ବର୍ଷ ପୂର୍ତ୍ତିପାଳନ କମିଟିର ଗଣମାଧ୍ୟମ ସଂଯୋଜକ ଊମାଶଙ୍କର ପ୍ରସାଦଙ୍କ ଆବାହକତ୍ୱରେ ଏକ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ସକାଳ ୭ଟାରୁ ବିଦ୍ୟାଳୟର NCC, ସ୍କାଉଟ, NSS ର ୪୦୦ ରୁ ଅଧିକ ଛାତ୍ରଛାତ୍ରୀ, ବହୁ ପୁରାତନ ଛାତ୍ର (Alumni) ଏବଂ ଶିକ୍ଷକମାନେ ଏକାଠି ହୋଇ ସ୍କୁଲ ପରିସର ଏବଂ ଆସନ୍ତା ୩ ତାରିଖରେ ମହାମହିମ ରାଜ୍ୟପାଳ ଆସିବାକୁ ଥିବା ଖେଳ ପଡିଆକୁ ସଫା କରିଥିଲେ।
ପରେ ଛାତ୍ର ତଥା ପ୍ରାକ୍ତନ ଛାତ୍ର ମାନେ ପିଲା ମାନଙ୍କ ସହ ମିଶି “ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ, ସ୍ୱଚ୍ଛ ଖୋର୍ଦ୍ଧା ସୁନ୍ଦର ଖୋର୍ଦ୍ଧା” ସ୍ଲୋଗାନ ଦେଇ ସ୍କୁଲ ଠାରୁ ପୁରୁଣା ବସଷ୍ଟାଣ୍ଡ, ଟ୍ରାଫିକ, ବ୍ୟାଙ୍କ ଛକ ନୂଆ ବସଷ୍ଟାଣ୍ଡ ଦେଇ ସହର ପରିକ୍ରମା କରିଵା ସହ ଏକ ସଚେତନତା ଶୋଭାଯାତ୍ରା କରିଥିଲେ। ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ପ୍ରାକ୍ତନ ବିଧାୟକ ତଥା ବିଦ୍ୟାଳୟର ଆଳୁମୁନୀ ରାଜେନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ।
ଏହି ଅବସରରେ ୧୨୫ ବର୍ଷ ପୂର୍ତ୍ତି କମିଟିର ମୂଖ୍ୟ ସଂଯୋଜକ ବିକ୍ରମଦାଶ, ଅନ୍ୟତମ ସଂଯୋଜକ ସତ୍ୟବ୍ରତ ଦାସ, ଲକ୍ଷ୍ମୀନାରାୟଣ ଭଞ୍ଜ, ପ୍ରମୋଦ ରାୟ, ଜବାହରଲାଲ ସୁବୁଦ୍ଧି, ଦେବ ପ୍ରସାଦ ମଜୁମଦାର, ରବୀନ୍ଦ୍ର ସାହୁ, ସନ୍ତୋଷ କର, ସୁରେନ୍ଦ୍ର କୁମାର ମହାନ୍ତି, ରବି ନାରାୟଣ ମହାନ୍ତି, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତିର୍ମୟୀ ପଣ୍ଡା, ନାରାୟଣ ଦୋରା, ଚିନ୍ମୟ ମାର୍ଥା, ଶ୍ରୀରାମ ଭୂୟାଁ, ଚନ୍ଦ୍ରକାନ୍ତ ଦାସ ଓ ଅନେକ ଶିକ୍ଷକ, ଶିକ୍ଷୟତ୍ରୀ ଓ ଆଳୁମୁନୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଏହା ପରେ ବିଦ୍ୟାଳୟ ର ମିନି ହଲରେ ଏକ ମାଗଣା ସ୍ଵାସ୍ଥ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମଣିପାଲ ହସ୍ପିଟାଲ ର ଡାକ୍ତର ସୁବାଷ ଚନ୍ଦ୍ର ପାଢ଼ୀ, ସର୍ବଜିତ ମହାପାତ୍ର, ଡାକ୍ତର ରାଜଶ୍ରୀ ପ୍ରଧାନ, ଚରଞ୍ଜିବି ଦାସ, ଚିନ୍ମୟ ସାହୁ ପିଲାମାନଙ୍କର ଓ ଆଳୁମୁନୀ ମାନଙ୍କର ଚକ୍ଷୁ ଓ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ।
ଏହି କାର୍ଯ୍ୟକ୍ରମରେ ନାଟ୍ୟକାର ତଥା ସ୍ୱାସ୍ଥ୍ୟ କର୍ମୀ ସୁବାଷ ଚନ୍ଦ୍ର ମଲ୍ଲିକ ସହାୟତା କରଥିଲେ। ଆଜିର ଏହି ସ୍ୱାସ୍ଥ୍ୟ ଶିବିରରେ ୩୨ ଛାତ୍ର ଛାତ୍ରୀ ଓ ୧୭ ଜଣ ଆଳୁମୁନୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ହୋଇଥିଲା। ସ୍ଥାନୀୟ ଅଞ୍ଚଳବାସୀ ଏହି କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିଛନ୍ତି।


