Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା
ଆଜିର ଖବର

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

କଟକ : ଓଡ଼ିଶା ହାଇକୋର୍ଟରେ ଆବଶ୍ୟକ ସଂଖ୍ୟକ ବିଚାରପତି ନଥିବାରୁ ବିଚାର ପ୍ରକ୍ରିୟା ବ୍ୟାହତ ହେଉଥିବା ଦେଖାଯାଇଛି। ଏହି ବିଚାରପତି ସଙ୍କଟକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ଆଇନଜୀବୀ। ମଞ୍ଜୁରିପ୍ରାପ୍ତ ୩୩ଟି ବିଚାରପତି ପଦବୀ ମଧ୍ୟରୁ ବର୍ତ୍ତମାନ ମାତ୍ର ୧୫ ଜଣ କାର୍ଯ୍ୟରତ ଅଛନ୍ତି। ଆସନ୍ତା ନଭେମ୍ବରରେ ଆଉ ୨ ଜଣ ବିଚାରପତି ଅବସର ନେବାକୁ ଥିବାରୁ ଏହି ସ୍ଥିତି ଆହୁରି ସଙ୍ଗୀନ ହେବାକୁ ଯାଉଛି।

ବିଚାରପତିଙ୍କ ଅଭାବ ଯୋଗୁଁ ମାମଲା ଶୁଣାଣି ଓ ନ୍ୟାୟ ପ୍ରଦାନ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ କରି ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ ପକ୍ଷରୁ ଭୁବନେଶ୍ୱରରେ ଏକ ଶାନ୍ତିପୂର୍ଣ୍ଣ ପଦଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଆଇନଜୀବୀମାନେ ଭୁବନେଶ୍ୱର କ୍ଲବ୍‌ରୁ ଲୋକସେବା ଭବନ ପର୍ଯ୍ୟନ୍ତ ପଦଯାତ୍ରା କରି ଖାଲି ପଡ଼ିଥିବା ସମସ୍ତ ପଦବୀ ତୁରନ୍ତ ପୂରଣ କରିବାକୁ ଦାବି କରିଛନ୍ତି। ପଦଯାତ୍ରା ଶେଷରେ, ରାଜ୍ୟପାଳଙ୍କ ଜରିଆରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ସୁପ୍ରିମକୋର୍ଟ କଲେଜିୟମ୍‌ର ସୁପାରିଶ ଉପରେ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତୁରନ୍ତ ନିଷ୍ପତ୍ତି ନେବାକୁ ନିବେଦନ କରାଯାଇଛି।

ବାର୍ ଆସୋସିଏସନ୍‌ର ସୂଚନା ଅନୁଯାୟୀ, ଓଡ଼ିଶା ହାଇକୋର୍ଟରେ ବର୍ତ୍ତମାନ ୧.୭ ଲକ୍ଷରୁ ଅଧିକ ମାମଲା ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ଅଧାରୁ ଅଧିକ ବିଚାରପତି ପଦବୀ ଖାଲି ରହିବା ନ୍ୟାୟିକ ବ୍ୟବସ୍ଥା ପାଇଁ ଏକ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି। ତେଣୁ ନୂତନ ନିଯୁକ୍ତି ମାଧ୍ୟମରେ ମାମଲା ଫଇସଲା ପ୍ରକ୍ରିୟାକୁ ଦ୍ରୁତଗାମୀ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆଇନଜୀବୀମାନେ ଜୋରଦାର ଦାବି କରିଛନ୍ତି।

ପଦଯାତ୍ରା ବିଚାରପତି ହାଇକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ

October 1, 2026

‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

October 1, 2026

ପୋଖରୀରେ ବୁଡ଼ି ଯୁବକ ମୃତ

October 1, 2026

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

October 1, 2026
Latest News

ହାଇକୋର୍ଟରେ ବିଚାରପତି ପଦବୀ ଖାଲି: ନିଯୁକ୍ତି ଦାବିରେ ଆଇନଜୀବୀଙ୍କ ପଦଯାତ୍ରା

October 1, 2026

ଖୋର୍ଦ୍ଧା: ବକ୍ସି ଜଗବନ୍ଧୁ ଉଚ୍ଚ ବିଦ୍ୟାଳୟରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ

October 1, 2026

‘ମାଷ୍ଟର ଟିଚର’ ସମ୍ମାନ ନିମନ୍ତେ ସୋଆ ଉପଦେଷ୍ଟା ପ୍ରଫେସର ଲଳିତ କୁମାର ମେହେର ମନୋନୀତ

October 1, 2026

ପୋଖରୀରେ ବୁଡ଼ି ଯୁବକ ମୃତ

October 1, 2026

ରେଳ ସୁରକ୍ଷା କମିଶନରଙ୍କ ଦ୍ୱାରା କାକିରିଗୁମା–ଲକ୍ଷ୍ମୀପୁର ରୋଡ୍ ନବନିର୍ମିତ ଦ୍ୱିତୀୟ ରେଳ ଲାଇନ୍ ନିରୀକ୍ଷଣ

October 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.