Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ
ଆଜିର ଖବର

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ
ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

ଭୁବନେଶ୍ୱର: ଶିକ୍ଷା କେବଳ ଜୀବିକା ନିର୍ବାହ ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବା ନୁହେଁ, ବରଂ ଚରିତ୍ର ଗଠନ , ଦାୟିତ୍ୱବୋଧ ଓ ମର୍ଯ୍ୟାଦାପୂର୍ଣ୍ଣ ଜୀବନଯାପନ କରିବାରେ ଶିକ୍ଷାର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି।

ଶନିବାର ଦିନ ଖୋର୍ଦ୍ଧାସ୍ଥିତ ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ ଏହା କହିଛନ୍ତି। ଏହି ସମାରୋହରେ ଉଦବୋଧନ ଦେଇ ରାଜ୍ୟପାଳ କହିଥିଲେଯେ, ଏହି ଐତିହାସିକ ଅବସର ଶିକ୍ଷା, ଚରିତ୍ର ଗଠନ ଓ ସେବାର ଦୀର୍ଘ ପରମ୍ପରାକୁ ସ୍ମରଣ କରିବାର ଅବସର। ଏହି ଶିକ୍ଷାନୁଷ୍ଠାନ ପିଢ଼ି ପରେ ପିଢ଼ି ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିବା ସହ ଓଡ଼ିଶାର ବୌଦ୍ଧିକ ଓ ସାମାଜିକ ବିକାଶରେ ଅବଦାନ ରଖିଛି ବୋଲି କହିଥିଲେ।

ଅନୁଷ୍ଠାନର ନାମ ଓ ଏହାର ଅବସ୍ଥିତିର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରି ରାଜ୍ୟପାଳ ବକ୍ସି ଜଗବନ୍ଧୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ୧୮୧୭ର ପାଇକ ବିଦ୍ରୋହ ସମେତ ଓଡ଼ିଶାର ଇତିହାସରେ ଖୋର୍ଦ୍ଧାର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ରହିଛି ବୋଲି ସେ କହିଥିଲେ। ବକ୍ସି ଜଗବନ୍ଧୁଙ୍କ ସାହସ ଓ ତ୍ୟାଗ ଅନ୍ୟାୟ ବିରୋଧରେ ଲଢ଼େଇ କରିବା ଦେଶସେବା ପାଇଁ ପିଢ଼ି ପରେ ପିଢ଼ିକୁ ପ୍ରେରଣା ଦେଇଆସୁଛି ବୋଲି ରାଜ୍ୟପାଳ କହିଥିଲେ।

ଏହି ଐତିହ୍ୟ ସହ ଶିକ୍ଷାର ଭୂମିକାକୁ ଯୋଡ଼ି ରାଜ୍ୟପାଳ କହିଥିଲେ ଯେ, ଏକ ବିଦ୍ୟାଳୟର ପ୍ରକୃତ ଐତିହ୍ୟ କେବଳ ଏହାର କୋଠା କିମ୍ବା ଉପଲବ୍ଧିରେ ନୁହେଁ, ବରଂ ଏହା ଗଢ଼ି ତୋଳିଥିବା ଜୀବନରେ ପ୍ରତିଫଳିତ ହୁଏ। ପିଢ଼ି ପରେ ପିଢ଼ି ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ, ସଚ୍ଚୋଟତା, ଦୃଢ଼ତା, ସହାନୁଭୂତି, ସାହସ ଓ ଦାୟିତ୍ୱବୋଧ ବିକଶିତ କରିଆସିଛନ୍ତି ବୋଲି ସେ କହିଥିଲେ।

ସାହସର ସହ ସ୍ୱପ୍ନ ଦେଖିବା, ସଚ୍ଚୋଟ ଭାବେ ପରିଶ୍ରମ କରିବା ଏବଂ ଶିକ୍ଷକ ଓ ଅଭିଭାବକଙ୍କୁ ସମ୍ମାନ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ରାଜ୍ୟପାଳ ଆହ୍ୱାନ ଦେଇଥିଲେ। ଏକ ରାଷ୍ଟ୍ରର ଶକ୍ତି ଏହାର ଯୁବପିଢ଼ିର ଚରିତ୍ର ଉପରେ ନିର୍ଭର କରେ ବୋଲି ସେ କହିଥିଲେ।

ସମୟର ପରିବର୍ତ୍ତନ ସହ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକ ହେଲେ ମଧ୍ୟ ଏହା ମୂଲ୍ୟବୋଧ ସହ ଜଡ଼ିତ ରହିବା ଉଚିତ ବୋଲି ରାଜ୍ୟପାଳ କହିଥିଲେ। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ରେ ସାମଗ୍ରିକ ଓ ଅନୁଭୂତିଭିତ୍ତିକ ଶିକ୍ଷା, ସୁକ୍ଷ୍ମ ଚିନ୍ତନ, ବୃତ୍ତିଗତ ଶିକ୍ଷା, ଡିଜିଟାଲ ସାକ୍ଷରତା, ଭାରତୀୟ ଜ୍ଞାନ ପରମ୍ପରା, କଳା, କ୍ରୀଡ଼ା ଓ ଜୀବନ କୌଶଳ ଉପରେ ଗୁରୁତ୍ୱ ଦିଆଯାଇଛି। ମୁଖସ୍ଥ ଶିକ୍ଷାରୁ ଜିଜ୍ଞାସା, ସୃଜନଶୀଳତା, ଦକ୍ଷତା ଓ ଚରିତ୍ର ଗଠନ ଦିଗରେ ଏହି ପରିବର୍ତ୍ତନ ବିଦ୍ୟାଳୟର NCC, ସ୍କାଉଟ୍ସ, କ୍ରୀଡ଼ା ଓ ନୈତିକ ଶିକ୍ଷା ଉପରେ ଥିବା ଗୁରୁତ୍ୱ ସହ ସମନ୍ୱିତ ବୋଲି ସେ କହିଥିଲେ।

ଏହି ଐତିହାସିକ ଅବସରରେ ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀ, ବର୍ତ୍ତମାନର ଛାତ୍ରଛାତ୍ରୀ, ବିଦ୍ୟାଳୟ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଅଭିନନ୍ଦନ ଜଣାଇ ରାଜ୍ୟପାଳ ଆଶା ପ୍ରକାଶ କରିଥିଲେ ଯେ, ଏହି ଅନୁଷ୍ଠାନ ଆଗାମୀ ୧୨୫ ବର୍ଷ ଓ ତା’ପରେ ମଧ୍ୟ ଯୁବପିଢ଼ିକୁ ଗଢ଼ି ତୋଳିବା ସହ ଓଡ଼ିଶାର ବିକାଶରେ ଅବଦାନ ଜାରି ରଖିବ।

ସମାରୋହରେ ବିଦ୍ୟାଳୟର ଚାରିଜଣ ବିଶିଷ୍ଟ ପୁରାତନ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଦ୍ୟାଳୟର ପତ୍ରିକା ‘ଅବକାଶ–୧୨୫’ ଉନ୍ମୋଚିତ ହୋଇଥିଲା।

ଏହି ଅବସରରେ ମାନ୍ୟବର ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ସମ୍ବାଦ ଗ୍ରୁପର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ମେଜର ଜେନେରାଲ (ଅବସରପ୍ରାପ୍ତ) ଅସୀମ କୋହଲି ଏବଂ ଆୟୋଜକ ସମ୍ପାଦକ ତଥା ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ପ୍ରିୟଦର୍ଶିନୀ ପଣ୍ଡା ବକ୍ତବ୍ୟ ପ୍ରଦାନ କରିଥିଲେ। ଆଲୁମନି ଆସୋସିଏସନର ମୁଖ୍ୟ ସଂଯୋଜକ ବି. କେ. ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉତ୍ସବ କମିଟିର ସଭାପତି ପ୍ରଫେସର (ଡ.) ନାରାୟଣ ରାଓ ଧନ୍ୟବାଦ ଅର୍ପଣ କରିଥିଲେ।

କାର୍ଯ୍ୟକ୍ରମ ପୂର୍ବରୁ ରାଜ୍ୟପାଳ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବା ସହ ପ୍ରଦର୍ଶନୀର ଉଦ ଘାଟନ କରିଥିଲେ।

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲ ବାର୍ଷିକ ସମାରୋହ
Share. Facebook Twitter LinkedIn Email WhatsApp Copy Link

Related Posts

ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026
Latest News

ବକ୍ସି ଜଗବନ୍ଧୁ ବିଦ୍ୟାଧର ହାଇସ୍କୁଲର ୧୨୫ତମ ବାର୍ଷିକ ସମାରୋହରେ ଯୋଗଦେଲେ ରାଜ୍ୟପାଳ

October 4, 2026

ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କୁ ହଠାତ୍ ମିଳିବ ଶୁଭ ଖବର, ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ

October 4, 2026

ଡ୍ୟୁଟିରେ ଅବହେଳା ପଡ଼ିଲା ମହଙ୍ଗା, ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବନ କଲେ ଏସ୍‌ପି

October 3, 2026

ଓଡ଼ିଶାରେ ଖୋଲିବ ଶାସ୍ତ୍ରୀୟ ପାଲି ଭାଷାର ଉତ୍କର୍ଷ କେନ୍ଦ୍ର

October 3, 2026

ସ୍କୁଲ ଟଙ୍କା ହଡପ କରି ୨ ଗିରଫ

October 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.