Chintan Shivir: ଗୁଜରାଟର ଏକତା ନଗର ଠାରେ ଆୟୋଜିତ ଦୁଇ ଦିନିଆ ଚିନ୍ତନ ଶିବିର ଅବସରରେ ୫ମ ତଥା ଅନ୍ତିମ ପ୍ୟାନେଲ ଆଲୋଚନାରେ ଅଧ୍ୟକ୍ଷତା କଲେ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଏହି ଅବସରରେ ସେ “ଗୁଣବତ୍ତା ନିଶ୍ଚିତକରଣ ଏବଂ ପ୍ରକଳ୍ପ ନିରୀକ୍ଷଣ” (Quality Assurance & Project Monitoring) ବିଷୟରେ ଗୁରୁତ୍ୱାରୋପ କରିବା ସହ ଓଡ଼ିଶା ପୂର୍ତ୍ତ ବିଭାଗ ତରଫରୁ କରାଯାଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟ ସମ୍ବନ୍ଧରେ ବିସ୍ତୃତ ଉପସ୍ଥାପନା କରିଥିଲେ।
ଏଥିରେ ଦୀର୍ଘସ୍ଥାୟୀ ଭିତ୍ତିଭୂମି ନିର୍ମାଣ ପାଇଁ WAMIS, CDMS ଓ OPRMS ଭଳି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଓଡ଼ିଶା ପୂର୍ତ୍ତ ବିଭାଗର କାର୍ଯ୍ୟପ୍ରଣାଳୀକୁ ଅଧିକ ପାରଦର୍ଶୀ ଓ ଦକ୍ଷ କରାଯାଉଛି ବୋଲି କହିଥିଲେ। ଏହି ବୈଠକରେ ଓଡ଼ିଶା ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ, NHAI ଗାନ୍ଧୀନଗରର ଆଞ୍ଚଳିକ ଅଧିକାରୀ ଶ୍ରୀ ପ୍ରଦୀପ ଅଟ୍ରି, MoRTH ର ADG ଶ୍ରୀ ସୁଦୀପ ଚୌଧୁରୀ, IIT ପ୍ରଫେସର ଶ୍ରୀ ସୁଧାକର ରେଡ୍ଡୀ ଏବଂ Cube NH ର ଶ୍ରୀ ହରିକିସାନ ରେଡ଼୍ଡୀ ପ୍ରମୁଖ ଉପସ୍ଥିତ ଥିଲେ।


