ବାଣପୁର: ବାଣପୁରସ୍ଥିତ ଗୋଦାବରୀଶ ମହାବିଦ୍ୟାଳୟର ସଂସ୍କୃତ ବିଭାଗ ଦ୍ୱାରା ଏକ ବିଶେଷ ବକ୍ତୃତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। “Appreciating Paninian Machine – A neurolinguistic Perspective” ଶୀର୍ଷକ ଆଲୋଚନା ଚକ୍ରରେ ମୋହନ ପାଣ୍ଡେ, ରିସର୍ଚ୍ଚ ସ୍କଲାର, ଆଇଆଇଟି ମଣ୍ଡି, ହିମାଚଳ ପ୍ରଦେଶ, ଉପସ୍ଥାପକ ଭାବେ ଯୋଗଦେଇ ଏକ ସୁନ୍ଦର ଉଦ୍ବୋଧନ ପ୍ରଦାନ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷ ଡା. ଏସ.ପି.ଏନ.ଏସ ବର୍ମା କୀ-ନୋଟ୍ ଆଡ୍ରେସ୍ (Keynote Address) ପ୍ରଦାନ କରିଥିବା ବେଳେ, ବିଭାଗୀୟ ମୁଖ୍ୟ ସୁବ୍ରତ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ (Welcome Address) ଦେବା ସହିତ ଶ୍ରୀ ପାଣ୍ଡେଙ୍କ ଏକାଡେମିକ ପ୍ରୋଫାଇଲ୍ (Academic Profile) ଉପରେ ବିବରଣୀ ପାଠ କରିଥିଲେ।
ବିଭାଗୀୟ ଅଧ୍ୟାପକ ପ୍ରଶାନ୍ତ କୁମାର ହୋତା ପରିଚାଳନା କରିଥିବା ବେଳେ, ସଂଯୋଜକ ଭାବେ ଡା. ଅରବିନ୍ଦ ନାୟକ ଦାୟିତ୍ଵ ନିର୍ବାହ କରି ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଆଲୋଚନା ଚକ୍ରରେ ବର୍ଣ୍ଣାଳି ପ୍ରାମାଣିକ ଏବଂ ପଦନ କୁମାର ରାଉତ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
ବୈରାଗୀ ଚରଣ ବଳ, ସତ୍ୟ ନାରାୟଣ ଷଡଙ୍ଗୀ, ରାଜ୍ୟ ଓ ଦେଶ ବାହାରୁ ବହୁ ବିଦ୍ୱାନ ଯୋଗ ଦେଇଥିଲେ। ଶେଷରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଉପସ୍ଥିତ ରହି ଏହି ଆଲୋଚନା ଚକ୍ରକୁ ସଫଳ କରିଥିଲେ।


