Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ
ଆଜିର ଖବର

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ: ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛନ୍ତି ରେଢ଼ାଖୋଲ ବ୍ଲକ ବଡ଼ମାଳ ଅଞ୍ଚଳର ଯୁବ ସମାଜସେବୀ ଷଡ଼ାନନ ପ୍ରଧାନ। ରାସ୍ତାକଡ଼ ଓ ବସ୍‌ଷ୍ଟାଣ୍ଡରେ ଦୟନୀୟ ଅବସ୍ଥାରେ ରହୁଥିବା ଦୁଇଜଣ ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ସ୍ଥିତ ‘ସଦ୍‌ଗୁରୁ କୃପା ଅପନା ଘର’ରେ ଥଇଥାନ କରିଛନ୍ତି।

ସୂଚନା ଅନୁଯାୟୀ, ଷଡ଼ାନନ ପ୍ରଧାନ ସମାଜସେବୀ ସଂଗଠନ ‘ପରିଚୟ’ର ସଭାପତି ବିପିନ ବିହାରୀ ପଣ୍ଡାଙ୍କ ସହ ଯୋଗାଯୋଗ କରି ସୁବର୍ଣ୍ଣପୁର ଜିଲ୍ଲା ସଦର ଅଞ୍ଚଳରୁ ଜଣେ ମାନସିକ ଅସୁସ୍ଥ ଯୁବକଙ୍କୁ ଉଦ୍ଧାର କରିଥିଲେ। ସମ୍ପୃକ୍ତ ଯୁବକ ଦୀର୍ଘଦିନ ଧରି ଏଣେତେଣେ ବୁଲାବୁଲି କରୁଥିବା ସହ ଅସ୍ୱାଭାବିକ ଆଚରଣ କରୁଥିବା ଜଣାପଡ଼ିଥିଲା।

ସେହିପରି, ଗୋଡ଼ଭଗା ନିକଟସ୍ଥ ସରଣ୍ଡା ବସ୍‌ଷ୍ଟାଣ୍ଡରେ ଦୀର୍ଘଦିନ ଧରି ଜଣେ ପ୍ରାୟ ୫୫ ବର୍ଷୀୟ ଅପରିଚିତ ବ୍ୟକ୍ତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଥିଲେ। ବସ୍‌ଷ୍ଟାଣ୍ଡକୁ ନିଜର ଆଶ୍ରୟସ୍ଥଳ କରି ରହୁଥିବା ଏହି ବ୍ୟକ୍ତି ଅତ୍ୟନ୍ତ ଅସ୍ୱଚ୍ଛ ପରିବେଶରେ ଦିନ କାଟୁଥିଲେ। ତାଙ୍କ ଅବସ୍ଥା ସମ୍ପର୍କରେ ଜାଣିବା ପରେ ଷଡ଼ାନନ ପ୍ରଧାନ ତାଙ୍କୁ ମଧ୍ୟ ଉଦ୍ଧାର କରିଥିଲେ।

ଏହି ଉଦ୍ଧାର କାର୍ଯ୍ୟରେ ଗୋଶାଳାର ସମାଜସେବୀ ଆଦି ନନ୍ଦ, ବିଶାଳ ମେହେର ଓ ସୁରେନ୍ଦ୍ର ମହାପାତ୍ର ସହଯୋଗ କରିଥିଲେ। ପରେ ଉଭୟଙ୍କୁ ସୁନ୍ଦରଗଡ଼ସ୍ଥିତ ‘ସଦ୍‌ଗୁରୁ କୃପା ଅପନା ଘର’ରେ ଥଇଥାନ କରାଯାଇଛି।

ସେଠାରେ ଉଭୟଙ୍କୁ ଉତ୍ତମ ଚିକିତ୍ସା, ପୁଷ୍ଟିକର ଖାଦ୍ୟ ଓ ସୁସ୍ଥ ପରିବେଶ ଯୋଗାଇ ଦିଆଯିବ। ଆବଶ୍ୟକ ଯତ୍ନ ଓ ଚିକିତ୍ସା ମାଧ୍ୟମରେ ସେମାନେ ସୁସ୍ଥ ହୋଇ ସାଧାରଣ ଜୀବନକୁ ଫେରିପାରିବେ ବୋଲି ଷଡ଼ାନନ ପ୍ରଧାନ କହିଛନ୍ତି। ଦୁଇ ଅସହାୟ ବ୍ୟକ୍ତିଙ୍କୁ ଉଦ୍ଧାର କରି ଥଇଥାନ କରିବା ଭଳି ମାନବିକ ପଦକ୍ଷେପ ପାଇଁ ଷଡ଼ାନନ ପ୍ରଧାନଙ୍କ ଏହି ପ୍ରୟାସକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।

#ଅସହାୟଙ୍କସହାୟତା #ଉଦ୍ଧାରଅଭିଯାନ #ମାନବିକସେବା ମାନବିକତା
Share. Facebook Twitter LinkedIn Email WhatsApp Copy Link

Related Posts

ମଦ ଦୋକାନ ଖୋଲିବନି, ଡ୍ରଗ୍ସ ମାଫିଆଙ୍କୁ ଛାଡ଼ ନାହିଁ: ମୋହନ ସରକାରଙ୍କ ବଡ଼ ଘୋଷଣା

October 5, 2026

ନୂଆ ଆକର୍ଷଣ ଓ ଅତ୍ୟାଧୁନିକ ସୁବିଧା ସହ ଫେରିଲା କଳିଙ୍ଗ ଷ୍ଟୁଡିଓ: ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

October 5, 2026

ହ୍ୱାଟ୍ସଆପ୍ ଗ୍ରୁପରେ ଇସ୍ତଫା ଘୋଷଣା, ପରଦିନ ଡିଲିଟ୍! ତିରୁବନନ୍ତପୁରମରେ ବିଜେପିକୁ ନେଇ ବଡ଼ ରାଜନୈତିକ ଝଡ଼

October 4, 2026

ରୋଷେଇ ଘରେ ଏଭରେଷ୍ଟ ଜିରା ପାଉଡର ଅଛି କି? ବ୍ୟବହାର ପୂର୍ବରୁ ଚେକ୍ କରନ୍ତୁ ବ୍ୟାଚ୍ ନମ୍ବର

October 4, 2026
Latest News

ଦୁଇ ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କରି ଥଇଥାନ କଲେ ଯୁବ ସମାଜସେବୀ

October 5, 2026

RBI Repo Rate ବଢ଼ିଲେ ବଢ଼ିବ EMI? ଘର, କାର ଓ ପର୍ସନାଲ ଲୋନ୍ ନେଇଥିବା ଲୋକଙ୍କ ଉପରେ ପଡ଼ିପାରେ ପ୍ରଭାବ

October 5, 2026

ମଦ ଦୋକାନ ଖୋଲିବନି, ଡ୍ରଗ୍ସ ମାଫିଆଙ୍କୁ ଛାଡ଼ ନାହିଁ: ମୋହନ ସରକାରଙ୍କ ବଡ଼ ଘୋଷଣା

October 5, 2026

UPIକୁ ବଡ଼ ଝଟକା! ୧୦ ଅକ୍ଟୋବରରୁ ପେମେଣ୍ଟ ନେବନି ଏହି କମ୍ପାନୀ, ୦.୪% MDRକୁ ନେଇ ବଢ଼ିଲା ଚିନ୍ତା

October 5, 2026

ଘରେ ତିଆରି କରନ୍ତୁ ଭେଣ୍ଡି ହେୟାର୍ ସ୍ପା ଜେଲ୍: ବିନା କେମିକାଲ୍‌ରେ କେଶ ହେବ କେରାଟିନ୍ ପରି କୋମଳ ଓ ସିଧା

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.