Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ରାଜ୍ୟ ଖବର»କାଠଯୋଡ଼ି କୂଳରୁ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
ରାଜ୍ୟ ଖବର

କାଠଯୋଡ଼ି କୂଳରୁ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

October 8, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
କାଠଯୋଡ଼ି କୂଳରୁ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

କଟକ : କଟକ କାଠଯୋଡ଼ି ନଦୀ କୂଳ ରାଜାବଗିଚା ନିକଟ ପଠାରୁ ଜଣେ ଅଜଣା ଯୁବତୀଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଯୁବତୀଙ୍କ ବେକରେ ଗଭୀର କ୍ଷତଚିହ୍ନ ରହିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେବା ପରେ ପୁରୀଘାଟ ଓ ବାଦାମବାଡ଼ି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତଦେହ ନିକଟରୁ ଏକ ମସିଣା, କଡ଼େଇ ଓ କାଗଜ ପ୍ଲେଟ ଆଦି ସାମଗ୍ରୀ ମିଳିଥିବା ଜଣାପଡ଼ିଛି। ଏହି ସାମଗ୍ରୀଗୁଡ଼ିକ ଘଟଣା ସହ କିଭଳି ସମ୍ପର୍କିତ, ତାହା ମଧ୍ୟ ତଦନ୍ତ କରାଯାଉଛି। ଏପଟେ ଘଟଣାର ତଦନ୍ତ ବେଳେ ପୁଲିସ କିଛି ଲୋକଙ୍କୁ ପଚରାଉଚରା କରୁଥିବା ସମୟରେ ଜଣେ ଯୁବକ ପୁଲିସକୁ ଚକମା ଦେଇ ଦୌଡ଼ି ପଳାଇଥିବା ସୂଚନା ମିଳିଛି। ପୁଲିସ ତାଙ୍କ ପିଛା କରିଥିଲେ ମଧ୍ୟ ଯୁବକ ଜଣକ ଖସି ପଳାଇବାରେ ସଫଳ ହୋଇଥିବା କୁହାଯାଉଛି। ତେବେ ଫେରାର ଯୁବକଙ୍କ ପରିଚୟ କିମ୍ବା ମୃତ ଯୁବତୀଙ୍କ ସହ ତାଙ୍କର ସମ୍ପର୍କ ସମ୍ପର୍କରେ ପୁଲିସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମୃତ ଯୁବତୀଙ୍କ ହାତରେ ଏଜି ଲେଖାଥିବା ଟାଟୁ ଚିହ୍ନ ମଧ୍ୟ ରହିଛି।

ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଏସ୍‌ସିବି ମେଡିକାଲକୁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯୁବତୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଯୁବତୀଙ୍କ ପରିଚୟ ଓ ମୃତ୍ୟୁର କାରଣ ଖୋଜିବା ସହ ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ମୃତ ମହିଳାଙ୍କ ସମ୍ପର୍କରେ କେହି ଯଦି ସୂଚନା ପାଆନ୍ତି ତାହା ଜଣାଇବାକୁ ଡିସିପି ଅପିଲ କରିଛନ୍ତି।

କାଠଯୋଡ଼ି ନଦୀ ମୃତଦେହ ଉଦ୍ଧାର
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଥମ ଛଅ ମାସରେ ପୂର୍ବତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ

October 8, 2026

ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା

October 8, 2026

ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

October 8, 2026

ବ୍ୟାସନଗର କଲେଜରେ ବୋମାମାଡ଼ : ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌

October 8, 2026
Latest News

ପ୍ରଥମ ଛଅ ମାସରେ ପୂର୍ବତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ

October 8, 2026

GST ପରିଷଦରେ ଐତିହାସିକ ନିଷ୍ପତ୍ତି: ହଟିଲା ଗିରଫ କ୍ଷମତା

October 8, 2026

କାଠଯୋଡ଼ି କୂଳରୁ କ୍ଷତାକ୍ତ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

October 8, 2026

ଭିଜିଲାନ୍ସ ଜାଲରେ DEO ଅଫିସ୍‌ ପ୍ରୋଗ୍ରାମର ଚନ୍ଦ୍ରଜିତ୍‌ ପରିଜା

October 8, 2026

ଅକ୍ଟୋବର ୯ରେ ମହିଳା ଓ ଶିଶୁ ବିକାଶ ବିଭାଗୀୟ ସମ୍ମିଳନୀର ସମାପନୀ ଅଧିବେଶନରେ ଯୋଗଦେବେ ପ୍ରଧାନମନ୍ତ୍ରୀ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.