Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ
ଆଜିର ଖବର

ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

October 8, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ
ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

ରେଢ଼ାଖୋଲ (କନ୍ଦର୍ପ ବେହେରା): ଓଡ଼ିଶା ପ୍ରଦେଶ କମିଟି ଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ଏମଡିଆରଏଫ୍ ଆକ୍ଟର ପ୍ରତ୍ୟାହାର, ନୂତନ ଖଣି ଆଇନର ସଂଶୋଧନ ରଦ୍ଦ କରିବା, ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାର ଇସ୍ତଫା ଓ ପାଠ୍ୟ ପୁସ୍ତକରେ ହୋଇଥିବା ତ୍ରୁଟି ଏବଂ ବିବାଦ କାରଣରୁ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗୋଣ୍ଡଙ୍କ ଇସ୍ତଫା ଆଦି ଦାବି ନେଇ ଗୁରୁବାର ରେଢ଼ାଖୋଲ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ହେବା ସହ କଟକ – ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ସକାଳ ୬ରୁ ଦିବା ୧୨ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ଧରି ଅବରୋଧ କରା ଯାଇଥିଲା।

ରେଢ଼ାଖୋଲ କଂଗ୍ରେସ କମିଟି ପକ୍ଷରୁ କଂଗ୍ରେସ ରେଢ଼ାଖୋଲ ନଗର ସଭାପତି ହରେଶ କର୍ଣ୍ଣ, ବ୍ଲକ୍ ସଭାପତି ଅମରେଶ ପ୍ରଧାନ, ବ୍ଲକ୍ ମହିଳା ସଭାପତି ଲିଲି ଧଳ, ଜିଲ୍ଲା ସଂପାଦକ ସୁନୀଲ କୁମାର ପ୍ରଧାନ,ଏନଏସି ଉପ ସଭାପତି ରଞ୍ଜନ ରାଉତ, କାଉନସିଲର ଅମରେଶ ନାଏକ, ନଗର ଉପ ସଭାପତି ଉମେଶ ଦେହୁରୀ, ନଗର କୋଷାଧ୍ୟକ୍ଷ ସଞ୍ଜୀବ ବିଶ୍ଵାଳ, ଗଗନ ବାରିକ, ଶ୍ରୀନିବାସ ଖମାରୀ ପ୍ରମୁଖ ବହୁ ଦଳୀୟ କର୍ମୀ ମାନେ ସାମିଲ ହୋଇଥିଲେ।

କଂଗ୍ରେସ କାର୍ଯ୍ୟକର୍ତ୍ତା ମାନେ ପିକେଟିଙ୍ଗ କରି ରେଢ଼ାଖୋଲରେ ସମସ୍ତ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଦୋକାନ ବଜାର, ରାସ୍ତା ଘାଟ ଓ ଯାନବାହାନ ଚଲାଚଳ ବନ୍ଦ କରିଥିଲେ। ଏପରିକି କଟକ – ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥକୁ ରେଢ଼ାଖୋଲ ସହର ଭୀମ ଭୋଇ ଛକ ନିକଟରେ ସକାଳ ୬ରୁ ଦିବା ୧୨ ଟା ପର୍ଯ୍ୟନ୍ତ ଦୀର୍ଘ ୬ ଘଣ୍ଟା ସମୟ ଧରି ରାସ୍ତା ଅବରୋଧ କରାଯାଇଥିଲା।ଫଳରେ ରାସ୍ତାରେ ଶହ ଶହ ଗାଡ଼ି ମୋଟର ଅଟକି ରହି ଚଳାଚଳ ବନ୍ଦ ରହି ଥିଲା। ଗାଡ଼ି ମୋଟର ଚଳାଚଳ ବନ୍ଦ ଯୋଗୁଁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ଥିଲା।

ରେଢ଼ାଖୋଲ ବନ୍ଦକୁ ଶାନ୍ତି ଶୃଙ୍ଖଳାର ସହ ହେବା ପାଇଁ ସମ୍ବଲପୁର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅଜୟ କୁମାର ମିଶ୍ର, ରେଢ଼ାଖୋଲ ଏସଡିପିଓ ରଜନୀ କାନ୍ତ ମିଶ୍ର,ଚାରମାଳ ଥାନା ଅଧିକାରୀ ବେଦ ପ୍ରକାଶ ନନ୍ଦ, କିସିଣ୍ଡା ଥାନା ଅଧିକାରୀ ରାଜେନ୍ଦ୍ର ବେହେରା, ଇନ୍ସପେକ୍ଟର ଚନ୍ଦ୍ର ମୋହନ ସିଂହଙ୍କ ସମେତ ୧ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ପୋଲିସ ୧୫ ଜଣ କଂଗ୍ରେସ କର୍ମୀକୁ ରେଢ଼ାଖୋଲ ଥାନାକୁ ନେବା ପରେ ଦିନ ୧୨ ଟା ସମୟରେ ଆନ୍ଦୋଳନ ବନ୍ଦ ହେଇଥିଲା । କିଛି ସମୟପରେ ଗାଡ଼ି ମୋଟର ଚଳାଚଳ ସ୍ୱାଭାବିକ ହୋଇଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ

October 8, 2026

ବ୍ୟାସନଗର କଲେଜରେ ବୋମାମାଡ଼ : ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌

October 8, 2026

ଓଏଏସ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ

October 8, 2026

ଦ୍ୱିତୀୟ ଟି-୨୦ ପାଇଁ ପରିବର୍ତ୍ତନ ହେବ କି ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନ?: ଜାଣନ୍ତୁ

October 8, 2026
Latest News

ରେଢ଼ାଖୋଲରେ ଓଡିଶା ବନ୍ଦର ପ୍ରଭାବ: ଜାତୀୟ ରାଜପଥକୁ ୬ ଘଣ୍ଟା ଧରି ଅବରୋଧ

October 8, 2026

ବାଦ ପଡ଼ିଲା ପାକିସ୍ତାନ: ଭାରତରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ସାମିଲ

October 8, 2026

SIRକୁ ସମର୍ଥନ କଲେ ୪୨ ଅବସରପ୍ରାପ୍ତ ବିଚାରପତି: ଖୋଲା ଚିଠି ଲେଖି ଦେଶକୁ ଦେଲେ ଚେତାବନୀ

October 8, 2026

ବ୍ୟାସନଗର କଲେଜରେ ବୋମାମାଡ଼ : ନିର୍ବାଚନ ପୂର୍ବରୁ ଅଶାନ୍ତ କ୍ୟାମ୍ପସ୍‌

October 8, 2026

ଓଏଏସ ଅଧିକାରୀ ସ୍ତରରେ ବଡ଼ ଅଦଳବଦଳ

October 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.