Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁର ଲଜ୍‌ରେ ପୁଲିସ ଚଢ଼ାଉ: ୨ ଯୁବତୀ ଉଦ୍ଧାର, ମାଲିକ ଓ ଗ୍ରାହକଙ୍କୁ ଜେରା
ଆଜିର ଖବର

ବ୍ରହ୍ମପୁର ଲଜ୍‌ରେ ପୁଲିସ ଚଢ଼ାଉ: ୨ ଯୁବତୀ ଉଦ୍ଧାର, ମାଲିକ ଓ ଗ୍ରାହକଙ୍କୁ ଜେରା

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ଏକ ଲଜ୍‌ରେ ଦେହ ବ୍ୟବସାୟ ଚାଲିଥିବା ସୂଚନା ପାଇ ପୁଲିସ ଚଢ଼ାଉ କରିଛି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଟାଟା ବେଞ୍ଚ ଛକ ନିକଟରେ ଥିବା ଏକ ଲଜ୍‌ରେ ହୋଇଥିବା ଏହି ଚଢ଼ାଉ ସମୟରେ ଦୁଇଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏଥିସହ ଲଜ୍‌ ମାଲିକ ଓ ଜଣେ ଗ୍ରାହକଙ୍କୁ ପୁଲିସ ଥାନାକୁ ନେଇ ପଚରାଉଚରା କରୁଛି।

ସୂଚନା ଅନୁଯାୟୀ, ଉକ୍ତ ଲଜ୍‌ରେ ଅନୈତିକ କାର୍ଯ୍ୟକଳାପ ଚାଲିଥିବା ନେଇ ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଏହାପରେ ବ୍ରହ୍ମପୁର ଏସ୍‌ଡିପିଓ ଓ ବୈଦ୍ୟନାଥପୁର ଥାନା ଅଧିକାରୀ କିଛି ପୁଲିସ କର୍ମଚାରୀଙ୍କ ସହ ଲଜ୍‌ରେ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ଦୁଇ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ଲଜ୍‌ ମାଲିକ ଓ ଜଣେ ଗ୍ରାହକଙ୍କୁ ପୁଲିସ ନିଜ ହେପାଜତକୁ ନେଇଥିଲା।

୬ଟି ମୋବାଇଲ୍‌ ଫୋନ୍‌ ସମେତ ବିଭିନ୍ନ ସାମଗ୍ରୀ ଜବତ

ପୁଲିସ ଚଢ଼ାଉ ସମୟରେ ଲଜ୍‌ରୁ ୬ଟି ମୋବାଇଲ୍‌ ଫୋନ୍‌, କିଛି ଆସବାବପତ୍ର ଓ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। ଜବତ ସାମଗ୍ରୀକୁ ନେଇ ତଦନ୍ତ ଚାଲିଥିବାବେଳେ ଲଜ୍‌ ମାଲିକ ଓ ଗ୍ରାହକଙ୍କୁ ପଚରାଉଚରା କରାଯାଉଛି। ଏହି ଘଟଣାରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ଏବଂ ଲଜ୍‌ରେ ଦୀର୍ଘଦିନ ଧରି ଏପରି କାର୍ଯ୍ୟ ଚାଲିଥିଲା କି ନାହିଁ, ସେନେଇ ପୁଲିସ ତଦନ୍ତ କରୁଛି। ତଦନ୍ତ ପରେ ଘଟଣାର ଅଧିକ ତଥ୍ୟ ସ୍ପଷ୍ଟ ହେବ।

ମାଲିକ ଓ ଗ୍ରାହକଙ୍କୁ ଜେରା ଲଜ୍‌ରେ ପୁଲିସ ଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ଭଦ୍ରକର ଦୁଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

October 9, 2026

ଛତିଶଗଡ଼ରେ ବିସ୍ଫୋରଣ, ୪ ସିଆରପିଏଫ୍‌ ଯବାନ ଆହତ

October 9, 2026

ପୁରୀର ବିକାଶ ପାଇଁ ଆଉ ୧୦୦.୮୩ କୋଟି ; ‘ଅବଢ଼ା’ ଯୋଜନାରେ ବଡ଼ ଅନୁଦାନ

October 9, 2026

ଉପନିର୍ବାଚନ ଫଳାଫଳ: ନନ୍ଦିଗ୍ରାମରେ ବିଜେପି ଆଗୁଆ

October 9, 2026
Latest News

ଭଦ୍ରକର ଦୁଇ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ

October 9, 2026

ବ୍ରହ୍ମପୁର ଲଜ୍‌ରେ ପୁଲିସ ଚଢ଼ାଉ: ୨ ଯୁବତୀ ଉଦ୍ଧାର, ମାଲିକ ଓ ଗ୍ରାହକଙ୍କୁ ଜେରା

October 9, 2026

ଛତିଶଗଡ଼ରେ ବିସ୍ଫୋରଣ, ୪ ସିଆରପିଏଫ୍‌ ଯବାନ ଆହତ

October 9, 2026

ପୁରୀର ବିକାଶ ପାଇଁ ଆଉ ୧୦୦.୮୩ କୋଟି ; ‘ଅବଢ଼ା’ ଯୋଜନାରେ ବଡ଼ ଅନୁଦାନ

October 9, 2026

ଉପନିର୍ବାଚନ ଫଳାଫଳ: ନନ୍ଦିଗ୍ରାମରେ ବିଜେପି ଆଗୁଆ

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.