Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ
ଅପରାଧ

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ
ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟରେ ଚଢ଼ାଉ କରି ଦୁଇଟି ଦେଶୀ ବନ୍ଧୁକ ସମେତ ଗୁଳି ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ତନରଡ଼ା ଗ୍ରାମ ରୋଡ଼ ସାହିର ରାଜେଶ କୁମାର ବେହେରା।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଶୁକ୍ରବାର ଦିନ ବେଲଗୁଣ୍ଠା ଥାନାର ଏସ୍‌ଆଇ ସୁକାନ୍ତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ତନରଡ଼ା, ନୂଆଗାଁ ଓ ଧୁମଛାଇ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲ ବେଳେ ଏହି ସମୟରେ ରାଜେଶ କୁମାର ବେହେରା ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଏହାପରେ ପୁଲିସ ଗୁଡ଼ିପଲ୍ଲୀ ଗ୍ରାମ ନିକଟସ୍ଥ ଏକ ଘରେ ଚଢ଼ାଉ କରିଥିଲା।ଚଢ଼ାଉ ସମୟରେ ଅଭିଯୁକ୍ତ ଦେଶୀନଳୀ ବନ୍ଧୁକ ସଫା କରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରିଥିଲା। ତଲାସି ବେଳେ ଆଉ ଗୋଟିଏ ଦେଶୀ ପିସ୍ତଲ, ୧୧ଟି ଛରା ଓ ଗୋଟିଏ ରାମ୍‌ରଡ୍‌ ଜବତ କରାଯାଇଛି। ଅସ୍ତ୍ରଶସ୍ତ୍ର ରଖିବା ସମ୍ପର୍କରେ ସେ କୌଣସି ବୈଧ ଲାଇସେନ୍ସ ଦେଖାଇପାରି ନଥିବା ପୁଲିସ କହିଛି।

ଅଭିଯୁକ୍ତ ବନ୍ୟଜନ୍ତୁ ଶିକାର କରିବା ସହ ମାଂସ, ଶିଙ୍ଗ ଓ ଚମଡ଼ାର ବେଆଇନ ବ୍ୟବସାୟରେ ସମ୍ପୃକ୍ତ ଥିବା ପୁଲିସ ନିକଟରେ ସ୍ୱୀକାର କରିଥିବା ଏତଲାରେ ଉଲ୍ଲେଖ ରହିଛି। ଏହି ଘଟଣାରେ ବେଲଗୁଣ୍ଠା ଥାନାରେ କେସ୍ ନଂ ୫୫୯/୨୦୨୬, ଅସ୍ତ୍ର ଆଇନର ଧାରା ୨୫(୧-ବି)(ଏ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ଅଭିଯୁକ୍ତଙ୍କୁ ଭଞ୍ଜନଗର ଏସ୍‌ଡିଜେଏମ୍‌ ଅଦାଲତକୁ ଚାଲାଣ କରାଯାଇଛି। ଏସ୍‌ଆଇ ସବ୍ୟସାଚୀ ପରିଡ଼ା ଘଟଣାର ତଦନ୍ତ କରୁଛନ୍ତି।

ଗଞ୍ଜାମ ଜିଲ୍ଲା ଜଣେ ଗିରଫ ବେଆଇନ ବନ୍ଧୁକ ଜବତ ବେଲଗୁଣ୍ଠା ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

ପାର୍ବଣ ଋତୁ ପାଇ ଟ୍ରେନ ଗୁଡିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026

ସାଧାରଣ ନାଗରିକଙ୍କ ନିକଟତର ହେବା ଲାଗି ଓଡ଼ିଶା ସୂଚନା ସେବା ଅଧିକାରୀଙ୍କୁ ପରାମର୍ଶ

October 9, 2026
Latest News

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026

ପାର୍ବଣ ଋତୁ ପାଇ ଟ୍ରେନ ଗୁଡିକରେ ସଂଯୋଗ ହେଲା ଅତିରିକ୍ତ କୋଚ୍

October 9, 2026

୧୬ ଦାଦନ ଶ୍ରମିକ ଉଦ୍ଧାର

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.