Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌
ବିଶେଷ ଖବର

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
SI Exam Fraud Case: Enforcement Directorate Probes
SI Exam Fraud Case: Enforcement Directorate Probes

ଭୁବନେଶ୍ୱର: ଓଡିଶା ପୁଲିସ ଏସ୍‌.ଆଇ ପରୀକ୍ଷା ଜାଲିଆତି ଘଟଣାରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ୩ ଜଣଙ୍କ ଘରେ ଚଢ଼ଉ କରାଯାଇଛି। ଗୋଟିଏ ପଟେ କେନ୍ଦ୍ରୀୟ ତଦନ୍ତ ବ୍ୟୁରା (ସିବିଆଇ) ଅଧିକ ତଦନ୍ତ ଜାରି ରଖିଥିବା ଏହି ଘଟଣାରେ ହୋଇଥିବା ବହୁ କୋଟି ଟଙ୍କାର ବେଆଇନ ଅର୍ଥ କାରବାରକୁ ନେଇ ଇଡି ତଦନ୍ତକୁ ଜୋରଦାର କରିଛି। ଶୁକ୍ରବାର ଇଡି ପକ୍ଷରୁ ଦଲାଲ ମୁନା ମହାନ୍ତି ଓ ମାଷ୍ଟରମାଇଣ୍ଡ ପଞ୍ଚସଫ୍ଟ କମ୍ପାନୀର ଶଙ୍କର ପୃଷ୍ଟିଙ୍କ ଘରେ ରେଡ୍ କରାଯାଇଛି। ସେହିପରି ଶଙ୍କରଙ୍କ ଘନିଷ୍ଠ ସହଯୋଗୀ ସିଲିକନ୍ ଟେକର୍ ମାଲିକ ସୁରେଶ ନାୟକଙ୍କ ଘରେ ମଧ୍ୟ ଇଡି ଯାଞ୍ଚ ଚଳାଇଛି। ସିବିଆଇ ତଦନ୍ତରୁ ଏହି ଘଟଣାରେ ବହୁ କୋଟି ଟଙ୍କା କାରବାର ହୋଇଥିବା ସାମ୍ନାକୁ ଆସିବା ପରେ ଇଡି ଏହି ପଦକ୍ଷେପ ନେଇଛି। ତେବେ ଏହି ଚଢ଼ଉରେ ଇଡି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଜବତ କରିଥିବା ଜଣାପଡ଼ିଛି। ତେବେ ଇଡି ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନାହିଁ।

ଏହି ଘଟଣାରେ ପ୍ରଥମେ ବ୍ରହ୍ମପୁର ଜିଲା ପୁଲିସ ପରେ କ୍ରାଇମବ୍ରାଞ୍ଚ ଏବଂ ତା’ପରେ ସିବିଆଇ ଟିମ୍ ମାମଲାର ଖିଅ ଖୋଜିବା ଜାରି ରଖିଛି। ଏହି ଜାଲିଆତି ଘଟଣାରେ ସିିବିଆଇ ଦ୍ୱାରା ଗିରଫଦାରୀ ସଂଖ୍ୟା ୧୮ ହୋଇଥିବା ବେଳେ ମୋଟ ଗିରଫ ସଂଖ୍ୟା ୧୪୧ରେ ପହଞ୍ଚିଥିଲା। ଗତବର୍ଷ ଡିସେମ୍ବର ଶେଷ ସପ୍ତାହରେ ୧୬ ଜଣଙ୍କ ବିରୋଧରେ ସିବିଆଇ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଥିଲା। ପୁଲିସ ନିଯୁକ୍ତି ବୋର୍ଡ ଦ୍ୱାରା ପରିଚାଳିତ ହେବାକୁ ଥିବା ଏହି ଏସଆଇ ପରୀକ୍ଷାକୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସଂସ୍ଥା ଆଇଟିଆଇକୁ ଦିଆଯାଇଥିଲା। ଆଇଟିଆଇ ଏହାକୁ ସୁରେଶଙ୍କ ସଂସ୍ଥା ସିଲିକନ୍ ଟେକଲାବ୍ ପ୍ରାଇଭେଟ ଲିମିଟେଡ୍‌କୁ ସବ କଣ୍ଟ୍ରାକ୍ଟ ଦେଇଥିଲା। ସିଲିକନ୍ ଏହି କାମକୁ ଶଙ୍କରଙ୍କ ମାଲିକାନାରେ ଥିବା ପଞ୍ଚସଫ୍ଟକୁ ଦେଇଥିଲା। ତେବେ ଓପିଆରବିର କିଛି ଅଧିକାରୀଙ୍କ ସହ ମିଶି ଶଙ୍କର ଜାଲିଆତି ଯୋଜନା କରଥିଲେ। ଶଙ୍କରଙ୍କ ନିର୍ଦ୍ଦେଶରେ ଦଲାଲ ମୁନା ଭୁବନେଶ୍ୱରର ଏକ ଟ୍ରାଭେଲ୍ ଏଜେନ୍ସିରୁ ୩ଟି ବସ ଠିକ୍ କରିଥିଲେ। ସେଥିପାଇଁ ମୁନା ୨.୩୦ଲକ୍ଷ ଟଙ୍କା ମଧ୍ୟ ନିଜ ମାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଇଥିଲେ। ଏହି ଆପରାଧିକ କାର୍ଯ୍ୟରେ ସେ ନିଜ ଭଉଣୀ ତଥା ସହ ଅଭିଯୁକ୍ତ ପ୍ରିୟଦର୍ଶିନୀ ସାମଲଙ୍କୁ ମଧ୍ୟ ସ।।ମିଲ କରିଥିଲେ। ସେପ୍ଟେମ୍ବର ୨୯ ରାତିରେ ବିଶ୍ୱସ୍ତ ସୂଚନା ଆଧାର କରି ବ୍ରହ୍ମପୁର ପୁଲିସ ଆନ୍ଧ୍ରପ୍ରଦେଶ ସୀମାରେ ୩ଟି ଏସି ସ୍ଲିପର ବସକୁ ପିଛା କରିଥିଲା। ଶ୍ରୀକାକୁଲମରେ ୩ ପୁାଲିସ ଟିମ୍ ପହଞ୍ଚି ୧୧୭ ଜଣଙ୍କୁ ଉଠାଇ ଆଣିଥିଲା। ୧୧୭ଜଣଙ୍କ ମଧ୍ୟରୁ ୧୧୪ ଜଣ ଏସଆଇ ପରୀକ୍ଷା ପାଇଁ ଆବେଦନ କରିଥିଲେ। ପ୍ରଶ୍ନପତ୍ର ଓ ଓ ଅନ୍ୟାନ୍ୟ ଟ୍ରେନିଂ ପାଇଁ ସେମାନେ ଭୁବନେଶ୍ୱରରୁ ବସରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍ ଯାଉଥିଲେ। ଏନେଇ ଗୋଳନ୍ଥରା ଥାନାରେ ମାମଲା ରୁଜୁ କରଯାଇ ୩ ଦଲାଲ ଓ ୧୧୪ ଜଣ ଚାକିରି ଆଶାୟୀଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିଲା। ପରେ ଗିରଫ ସଂଖ୍ୟା ବଢିଥିଲା। ହି ଘଟଣାର ମୁଖ୍ୟ କୁହାଯାଉଥିବା ଶଙ୍କର ପୃଷ୍ଟିଙ୍କୁ ଉତ୍ତରାଖଣ୍ଡରୁ ୨୦୨୫ ନଭେମ୍ବର ୨ ତାରିଖ ଗିରଫ୍ କରିଥିଲା କ୍ରାଇମବ୍ରାଞ୍ଚ। ଏଥିସହିତ ସିଲିକନ ପ୍ରାଇଭେଟ୍ ଲିମିଟେଡର ସିଇଓ ସୁରେଶ ନାୟକଙ୍କୁ ମଧ୍ୟ ଗିରଫ କରାଯାଇ ଉଭୟଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଥିଲା। ଏହି ଘଟଣାରେ ପୋଲିସ ଉପରୋକ୍ତ ଦୁଇ ଜଣଙ୍କୁ ମିଶାଇ ମୋଟ ୧୦ ଜଣ ଦଲାଲଙ୍କୁ ଗିରଫ କରିଥିଲା ।

ଏସ୍‌ଆଇ ପରୀକ୍ଷା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Latest News

ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଛାନ୍‌ଭିନ୍‌

October 9, 2026

ଓଆଇଏସ୍ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନ: ସଠିକ୍‌, ଶୀଘ୍ର ଓ ସରଳତା

October 9, 2026

୭୧ତମ ରାଜ୍ୟ ପୁଲିସ ବୃତ୍ତିଗତ ପ୍ରତିଯୋଗିତା ଉଦ୍‌ଯାପିତ

October 9, 2026

ବେଲଗୁଣ୍ଠାରେ ବେଆଇନ ବନ୍ଧୁକ ଜବତ: ଜଣେ ଗିରଫ

October 9, 2026

୪୮ତମ ବିଶ୍ବ ଦକ୍ଷତା ପ୍ରତିଯୋଗିତାରେ ‘ଟିମ୍ ଇଣ୍ଡିଆ’ର ପ୍ରତିନିଧିମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

October 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.