Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ
ବିଶେଷ ଖବର

ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ

October 10, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Special Voter Campaign: 33,515 Form-6 applications received in 3 days.
Special Voter Campaign: 33,515 Form-6 applications received in 3 days.

ଭୁବନେଶ୍ୱର:ଭାରତ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ନିର୍ଦ୍ଦେଶକ୍ରମେ ଓଡ଼ିଶାରେ ଭୋଟର ତାଲିକାରେ ନାମ ସାମିଲ କରିବା ଉଦ୍ଦେଶ୍ୟରେ ଅକ୍ଟୋବର ୭, ୮ ଓ ୯ ତାରିଖରେ ରାଜ୍ୟବ୍ୟାପୀ ଏକ ସ୍ୱତନ୍ତ୍ର ଅଭିଯାନ ଆୟୋଜନ କରାଯାଇଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟାରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରଙ୍କ ସମେତ ନୂତନ ଓ ଯୁବ ଭୋଟରମାନଙ୍କୁ ତାଲିକାରେ ସାମିଲ ହେବାର ସୁଯୋଗ ପ୍ରଦାନ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି ତିନିଦିନିଆ ସ୍ୱତନ୍ତ୍ର ଅଭିଯାନ ଅଧୀନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୨୬,୪୪୬ଟି ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରଗୁଡ଼ିକ ମାଧ୍ୟମରେ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ଆବେଦନପତ୍ର ଦାଖଲ କରିବାର ସୁବିଧା ଯୋଗାଇ ଦିଆଯାଇଥିଲା। ଏହି ସ୍ୱତନ୍ତ୍ର ଅଭିଯାନ ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ଭୋଟରମାନଙ୍କଠାରୁ ୧,୪୪୮ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଥିବାବେଳେ ନୂତନ ଓ ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି। ଏହିପରି ମୋଟ ୩୩,୫୧୫ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ କରାଯାଇଛି।

ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୁଥ୍‌ସ୍ତରୀୟ ଅଧିକାରୀ ମାନଙ୍କ ଦ୍ୱାରା ଘରକୁ ଘର ପରିଦର୍ଶନ କାର୍ଯ୍ୟ ଜାରି ରହିବ। ଏହି ଅବଧି ମଧ୍ୟରେ ବିଏଲଓ ମାନେ ଘରକୁ ଘର ଯାଇ ଯୋଗ୍ୟ ନାଗରିକମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜୀକରଣ, ନାମ ସାମିଲ ଏବଂ ଆବଶ୍ୟକ ସଂଶୋଧନ ସମ୍ପର୍କରେ ସଚେତନ କରିବା ସହ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରିବେ। ବିଶେଷକରି ଏସଆଇଆର ସମୟରେ ଭୋଟର ତାଲିକାରେ ନାମ ସାମିଲ ହୋଇପାରି ନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀମାନଙ୍କୁ ଫର୍ମ-୬ ମାଧ୍ୟମରେ ଆବେଦନ କରିବା ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯିବ।

ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, କୌଣସି ଯୋଗ୍ୟ ନାଗରିକ ଯେପରି ଭୋଟର ତାଲିକାରୁ ନାମ ସାମିଲ ହେବାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ଏହି ଅଭିଯାନ ଆୟୋଜନ କରାଯାଇଥିଲା। ବିଶେଷ କରି, ପୂର୍ବରୁ ଭୋଟର ତାଲିକାରେ ନାମ ସାମିଲ ହୋଇନଥିବା ଯୋଗ୍ୟ ନାଗରିକ ଏବଂ ନୂତନ ଭାବେ ଭୋଟର ହେବାକୁ ଯୋଗ୍ୟ ଯୁବକଯୁବତୀଙ୍କୁ ଏହି ସୁଯୋଗର ଲାଭ ନେବାକୁ ଉତ୍ସାହିତ କରାଯାଇଥିଲା। ଏହି ଅଭିଯାନରେ ନୂତନ ଯୁବ ଭୋଟରମାନେ ଉତ୍ସାହର ସହ ଭାଗ ନେଇଥିବାରୁ ଫର୍ମ-୬ ମାଧ୍ୟମରେ ୩୩ ହଜାର ୫୧୫ ଟି ଆବେଦନ ଗ୍ରହଣ କରାଯାଇଛି। ଏକ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଏହି ସ୍ୱତନ୍ତ୍ର ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ନାଗରିକମାନଙ୍କ ଅଂଶଗ୍ରହଣ ସୁନିଶ୍ଚିତ କରିବା ସହ ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ନାଗରିକଙ୍କ ନାମ ସାମିଲ କରିବା ଏହାର ପ୍ରମୁଖ ଲକ୍ଷ୍ୟ।

ଭାରତ ନିର୍ବାଚନ ଆୟୋଗ ସ୍ୱତନ୍ତ୍ର ଭୋଟର ଅଭିଯାନ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

October 10, 2026

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026

କଲେଜ ନିର୍ବାଚନୀ ହିଂସା: ଅଣଛାତ୍ରଙ୍କୁ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼

October 10, 2026

“ଗଣତନ୍ତ୍ରର ମରାମତି ପୁଣି ଥରେ ଆରମ୍ଭ ହେବ”: CJP ପ୍ରତିବାଦ ମଧ୍ୟରେ ରାହୁଲ ଗାନ୍ଧୀଙ୍କ ବଡ଼ ବୟାନ

October 10, 2026
Latest News

ସ୍ୱତନ୍ତ୍ର ଭୋଟର ଅଭିଯାନ: ୩ ଦିନରେ ଗ୍ରହଣ ହେଲା ୩୩,୫୧୫ଟି ଫର୍ମ-୬ ଆବେଦନ

October 10, 2026

ରଣପୁରରେ ମୁଖ୍ୟ ନିର୍ବାଚନ କମିଶନରଙ୍କ କୁଶପୁତ୍ତଳିକା ଦାହ: SIR ବାତିଲ ଦାବି

October 10, 2026

ପୂର୍ବତଟ ରେଳପଥ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ସହ ଯାତ୍ରୀଙ୍କ ସହ ଜନସମ୍ବାଦ ଜାରି

October 10, 2026

CJP ପ୍ରତିବାଦ: ଦିଲ୍ଲୀ ପୋଲିସକୁ ସମର୍ଥନ କଲେ ପାକିସ୍ତାନୀ କ୍ରିକେଟର

October 10, 2026

“ପ୍ରଧାନମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହମନ୍ତ୍ରୀଙ୍କ ନେତୃତ୍ଵରେ ଏକଛତ୍ରବାଦ ଚାଲିଛି”: ପ୍ରିୟଙ୍କା ଗାନ୍ଧୀ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.