Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ
ଆଜିର ଖବର

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଚର୍ଚ୍ଚିତ ଫ୍ଲାଏଦୁବାଇ ଆକ୍ରମଣ ଘଟଣାରେ ମାମଲା ରୁଜୁ କରି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ତଦନ୍ତ ଆରମ୍ଭ କରିଛି। ଫ୍ଲାଏଦୁବାଇ ଫ୍ଲାଇଟ୍ ର କକପିଟ୍‌ରେ ଥିବା ଓମାନର ସହ-ପାଇଲଟ କ୍ୟାପ୍ଟେନ ମଚ୍ଛାରଙ୍କୁ ଆକ୍ରମଣ କରି ବିମାନକୁ କ୍ରାଶ କରିବାକୁ ଚାହୁଁଥିଲେ ହେଁ ତାହା ସମ୍ଭବ ହୋଇ ନଥିଲା। ଶେଷରେ ବିମାନଟି ସାଉଦି ଆରବରେ ଜରୁରୀ ଅବତରଣ କରିଥିଲା।

ସୂଚନା ଥାଉ ଯେ, ସେପ୍ଟେମ୍ବର ୩୦ ତାରିଖ ସକାଳ ୭.୦୫ରେ ୧୭୪ ଯାତ୍ରୀ ଓ ୬ ଜଣ କ୍ରୁ ସଦସ୍ୟଙ୍କୁ ଧରି ଫ୍ଲାଏଦୁବାଇ ବିମାନ ୧୦୭୩ ଦୁବାଇରୁ ଉଡ଼ାଣ ଭରିଥିଲା। ବିମାନଟି ଜୋର୍ଡାନ-ସାଉଦି ସୀମାନ୍ତ ଆକାଶ ପଥରେ ଥିବା ବେଳେ କକପିଟ୍‌ରେ ଆକ୍ରମଣ ଯୋଗୁ ଏହା ସିଧା ୧୬ ଫୁଟ ତଳକୁ ଖସି ଯାଇଥିଲା। ଓମାନୀୟ ପ୍ରଥମ ଅଫିସର କକପିଟ୍‌ରେ କ୍ୟାପ୍ଟେନ ମଚ୍ଛାରଙ୍କୁ ଆକ୍ରମଣ କରିଥିଲେ। ହେଲେ ରକ୍ତାକ୍ତ ଅବସ୍ଥାରେ ସେ କକପିଟ୍ ଖୋଲି ଦେବାରୁ ଯାତ୍ରୀମାନେ ଆକ୍ରମଣକାରୀଙ୍କୁ କାବୁ କରି ନେଇଥିଲେ। ଏହି ଆକ୍ରମଣରେ ମଚ୍ଛାରଙ୍କ ମୁଣ୍ଡଠାରୁ ଆରମ୍ଭ କରି ହାତ ଓ ପେଟରେ ଗଭୀର ଆଘାତ ଲାଗିଥିଲା।

କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଏହି ଅପରାଧ ଜଣେ ଭାରତୀୟ ନାଗରିକଙ୍କ ବିରୋଧରେ ହୋଇଥିଲା। ତେଣୁ ଏହା ୨୦୨୬ ମସିହା ଆଣ୍ଟି ହାଇଜାକ ଆଇନର ଧାରା ୩ ଓ ୟୁଏପିଏର ଧାରା ୧୫(୧)(ଏ) ଅଧୀନରେ ଆସୁଛି। ଏହାକୁ ଆଧାର କରି ଏନଆଇଏ ମାମଲା ରୁଜୁ କରିଛି। ଏହି ସମ୍ବେଦନଶୀଳ ଘଟଣା ପଛରେ ଥିବା ବୃହତ୍ତ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରାଯିବାର ଆବଶ୍ୟକତା ରହିଛି। ସରକାର ଜାତୀୟ ତଦନ୍ତକାରୀ ସଂସ୍ଥା ଆଇନ, ୨୦୦୮ର ଧାରା ୬ର ଉପଧାରା ୫ ଓ ୮ ଅନୁସାରେ ଏହି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Flydubai Flight NIA Investigation ଫ୍ଲାଏଦୁବାଇ ଆକ୍ରମଣ
Share. Facebook Twitter LinkedIn Email WhatsApp Copy Link

Related Posts

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

ରେଭେନ୍ସା ନିର୍ବାଚନ ବିବାଦ: ନାମାଙ୍କନ ନାକଚକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026

କାର ସହ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 10, 2026
Latest News

ଫ୍ଲାଏଦୁବାଇ ବିମାନରେ ଆକ୍ରମଣ ଘଟଣାରେ ଏନଆଇଏର ତଦନ୍ତ ଆରମ୍ଭ

October 10, 2026

“ଦିଲ୍ଲୀରେ ବଡ଼ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ”: କେସି ଭେନୁଗୋପାଳ

October 10, 2026

ରେଭେନ୍ସା ନିର୍ବାଚନ ବିବାଦ: ନାମାଙ୍କନ ନାକଚକୁ ନେଇ ଛାତ୍ରଛାତ୍ରୀଙ୍କ ଧାରଣା

October 10, 2026

“ମୁଁ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ”: ଅଖିଳେଶଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ଯୋଗୀ!

October 10, 2026

କାର ସହ ଗଞ୍ଜେଇ ଜବତ: ୩ ଅଭିଯୁକ୍ତ ଗିରଫ

October 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.