Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା
ବିଶେଷ ଖବର

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

October 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
World-famous Bargarh Dhanu Yatra begins on January 12.
World-famous Bargarh Dhanu Yatra begins on January 12.

ଭୁବନେଶ୍ବର: ବିଶ୍ୱର ସର୍ବବୃହତ୍ ବାର୍ଷିକ ମୁକ୍ତାକାଶ ରଙ୍ଗମଞ୍ଚ ଭାବେ ପରିଚିତ ‘ବରଗଡ଼ ଧନୁଯାତ୍ରା ମହୋତ୍ସବ’ର ୭୯ତମ ସଂସ୍କରଣ ଆସନ୍ତାବର୍ଷ ଆୟୋଜିତ ହେବ। ଏହି ମହାନ୍ ଐତିହାସିକ ପରମ୍ପରାରର ଆୟୋଜନ ନେଇ ତାରିଖ ଧାର୍ଯ୍ୟ କରାଯାଇଛି। ରିପୋର୍ଟ ଅନୁସାରେ ଏଥରର ବରଗଡ଼ ଧନୁଯାତ୍ରା ୨୦୨୭ ଜାନୁଆରୀ ୧୨ ତାରିଖ (ପୌଷ ଶୁକ୍ଳପକ୍ଷ)ରୁ ଆରମ୍ଭ ହୋଇ ଜାନୁଆରୀ ୨୨ ତାରିଖ (ପୌଷ ପୂର୍ଣ୍ଣିମା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଐତିହାସିକ ଲୋକନାଟ୍ୟ ମହୋତ୍ସବରେ ସମଗ୍ର ବରଗଡ଼ ସହର ଏକ ଜୀବନ୍ତ ପୌରାଣିକ ନଗରୀରେ ରୂପାନ୍ତରିତ ହେବ। ପ୍ରାୟ ୮ କିଲୋମିଟର ପରିମିତ ଅଞ୍ଚଳରେ ଏହି ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଏହି ଯାତ୍ରା କାଳରେ ସମଗ୍ର ବରଗଡ଼ ପୌରାଞ୍ଚଳ କଂସ ମହାରାଜାଙ୍କ ‘ମଥୁରାନଗରୀ’ ପାଲଟିଥାଏ। ନିକଟସ୍ଥ ଅମ୍ବାପାଲି ଗ୍ରାମ ଶ୍ରୀକୃଷ୍ଣଙ୍କ ‘ଗୋପପୁର’ ଏବଂ ଉଭୟଙ୍କ ମଝିରେ ପ୍ରବାହିତ ଜୀରା ନଦୀ ‘ଯମୁନା ନଦୀ’ ଭାବେ କଳ୍ପିତ ହୋଇଥାଏ। ଏହି ୧୧ ଦିନର ଯାତ୍ରା ସମୟରେ ବରଗଡ଼ରେ ମହାରାଜା କଂସଙ୍କ ହୁକୁମ ଚାଲେ। ସହରରେ ନଗର ଭ୍ରମଣ ସମୟରେ କଂସ ପ୍ରଜା ତଥା ପ୍ରଶାସନିକ ଅଧିକାରୀଙ୍କ ଉପରେ ଦଣ୍ଡାଦେଶ ଓ ଜୋରିମାନା ଧାର୍ଯ୍ୟ କରନ୍ତି, ଯାହାକି ଏହି ଯାତ୍ରାକୁ ଅଧିକ ନିଆରା କରିଥାଏ। ତେବେ ଶ୍ରୀକୃଷ୍ଣ-ବଳରାମଙ୍କ ଜନ୍ମ, କଂସାସୁରର ଅତ୍ୟାଚାର, ବାଲ୍ୟଲୀଳା, ମଥୁରା ଆଗମନ ଏବଂ ଶେଷ ଦିନ ପୌଷ ପୂର୍ଣ୍ଣିମାରେ ଧନୁଭଙ୍ଗ ଏବଂ ଶେଷରେ କଂସ ବଧ ସହ ଅସତ୍ୟ ଉପରେ ସତ୍ୟର ବିଜୟ ସହିତ ଏହି ମହୋତ୍ସବ ଉଦ୍‌ଯାପିତ ହୋଇଥାଏ। ବିଶ୍ୱପ୍ରସିଦ୍ଧ ଏହି ମହାମହୋତ୍ସବ ପାଇଁ ବରଗଡ଼ ଜିଲ୍ଲା ପ୍ରଶାସନ ତଥା ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ ପ୍ରସ୍ତୁତି ଆରମ୍ଭ କରାଯାଇଛି। ଏହି ୧୧ ଦିନ ଧରି ଦେଶ ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଶହ ଶହ ଲୋକକଳା ଦଳ ସେମାନଙ୍କ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରିବେ। ଏହା ସହିତ ସ୍ଥାନୀୟ ମୀନାବଜାର, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଦେଶ-ବିଦେଶରୁ ଆସୁଥିବା ଲକ୍ଷାଧିକ ଦର୍ଶକଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିବ। ଶାନ୍ତିଶୃଙ୍ଖଳା ରକ୍ଷା ଓ ଶୃଙ୍ଖଳିତ ଯାତାୟାତ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ବରଗଡ଼ ଧନୁଯାତ୍ରା କେବଳ ପଶ୍ଚିମ ଓଡ଼ିଶା କାହିଁକି ସମଗ୍ର ବିଶ୍ୱସ୍ତରରେ ଏକ ସ୍ୱତନ୍ତ୍ର ଲୋକଆଦୃତି ହାସଲ କରିଛି।

ବରଗଡ ଜିଲ୍ଲା ବରଗଡ଼ ଧନୁଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଭିଜିଲାନ୍ସ ଜାଲରେ ସଇଁତଳା RI ଆଲନ ବେହେରା

October 13, 2026

ପୂଜା ସମୟର ଭିଡ଼କୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ସ୍ୱତନ୍ତ୍ର ପୂଜା ଟ୍ରେନ

October 13, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

ରଣପୁରର ପାଞ୍ଚଟି କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ଉଦ୍‌ଯାପିତ

October 13, 2026
Latest News

ଜାନୁଆରୀ ୧୨ରୁ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

October 13, 2026

ଆଇପିଏଲ-୨୦୨୭: ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଶିକ୍ଷକ ଭାବରେ ଯୁବରାଜ ସିଂହ ନିଯୁକ୍ତ

October 13, 2026

ଭିଜିଲାନ୍ସ ଜାଲରେ ସଇଁତଳା RI ଆଲନ ବେହେରା

October 13, 2026

ପୂଜା ସମୟର ଭିଡ଼କୁ ଦୃଷ୍ଟିରେ ରଖି ସମ୍ବଲପୁର ଓ ସାନ୍ତ୍ରାଗାଛି ମଧ୍ୟରେ ସ୍ୱତନ୍ତ୍ର ପୂଜା ଟ୍ରେନ

October 13, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.