Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ
ଆଜିର ଖବର

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଡ଼କ ଦୁର୍ଘଟଣା
ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ ଚମାଖଣ୍ଡି ଛକ ଜାତୀୟ ରାଜପଥ ଉପରେ ଭୟଙ୍କର ଦୁର୍ଘଟଣା ଘଟିଛି। ଛତ୍ରପୁର ଅଭିମୁଖେ ଯାଉଥିବା କାରଟି ଗୋଟିଏ ଟ୍ରକକୁ ଧକ୍କା ଦେଇଛି। ଯାହା ଫଳରେ ଦୁଇଟି ଯାକ ଗାଡ଼ି ନିୟନ୍ତ୍ରଣ ହରାଇ କିଛି ମୋଟରସାଇକେଲ ଓ ଗୋଟିଏ ସାଇକେଲ ଉପରେ ଚଢ଼ିଯାଇଥିଲେ। ଯାହା ଦ୍ଵାରା ମୋଟରସାଇକେଲଗୁଡିକ ଓ ସାଇକେଲ ଗାଡ଼ି ତଳେ ଚାପି ହୋଇ ଯାଇଥିଲା।

ଏହି ଦୁର୍ଘଟଣାରେ ଛତ୍ରପୁର ଟ୍ରେଜେରି କାର୍ଯ୍ୟାଳୟ କର୍ମଚାରୀ ରୋଜାଲିନ ମିଶ୍ରଙ୍କ ମୃତ୍ୟୁ ଘଟିଛି ଓ ସେହି କାର୍ଯ୍ୟାଳୟ କର୍ମଚାରୀ ଟି କ୍ରିଷ୍ଣା ଙ୍କ ସମେତ ନିକଟସ୍ଥ ଗ୍ରାମର କୃଷ୍ଣଚନ୍ଦ୍ର ବିଷୋୟୀ, ରୋଷନ ନାହାକ, ଲକ୍ଷ୍ମୀଧର ଗୌଡ଼, ପ୍ରଭାକର ନାୟକ, ଲିପ୍ସା ରାଣୀ ଓ ମୋହନ ଚନ୍ଦ୍ରଙ୍କ ସହ ଉତ୍ତରପ୍ରଦେଶର ବିନୋଦ କୁମାର ଓ ବିକାଶ ରାଜପୁତ ପ୍ରମୁଖ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅନ୍ୟ ଦୁଇ ଜଣ ଯୋଶୱନ୍ତ ରେଡ଼ି ଓ ଚନ୍ଦନ ରାଉଳ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ଦୁର୍ଘଟଣା ପରେ ଅଞ୍ଚଳ ବାସୀ ଜାତୀୟ ରାଜପଥ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତତକ୍ଷଣାତ୍ ଗଞ୍ଜାମ ଏସ୍ ପି ହରିଶ୍ ବିଷି, ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ପୁର୍ବତନ ବିଧାୟକ ନାରାୟଣ ରେଡ୍ଡୀ ଘଟଣାସ୍ଥଳରେ ପହଞ୍ଚି ବିକ୍ଷୋଭକାରି ମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ କରିଥିଲେ।

ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଭୟଙ୍କର ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

କିଏ ହେବ ଟିମ୍ ଇଣ୍ଡିଆର ନୂତନ ମୁଖ୍ୟ ଚୟନକର୍ତ୍ତା, ବିସିସିଆଇର ନୂତନ ଯୋଜନା କ’ଣ?

October 15, 2026
Latest News

ପାକିସ୍ତାନରେ ସ୍କୁଲ ଛାତ ଭୁଶୁଡ଼ି ୨୭ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ମୃତ୍ୟୁ

October 15, 2026

ଧର୍ମ ପରିବର୍ତ୍ତନ ପରେ ମିଳିବନି ଆରକ୍ଷଣ ସୁବିଧା: ସୁପ୍ରିମକୋର୍ଟ

October 15, 2026

ରାଜନୈତିକ ଦଳ ଘୋଷଣା କଲେ ଦିବ୍ୟା ମିତ୍ତଲ: ଦେଲେ ତିନୋଟି ପ୍ରତିଶ୍ରୁତି

October 15, 2026

ରାଜ୍ୟପାଳ ହେବା ପରେ ବ୍ରଜମୋହନ ରାମଙ୍କ ଦଳୀୟ ପ୍ରେମ?: ନବୀନ ପଟ୍ଟନାୟକଙ୍କ କଡ଼ା ପ୍ରତିକ୍ରିୟା

October 15, 2026

ଭୟଙ୍କର ଦୁର୍ଘଟଣା: ଜଣେ ମୃତ ୧୦ ରୁ ଅଧିକ ଆହତ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.