Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ
ଆଜିର ଖବର

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନରେ ମୁଖରିତ ଶିକ୍ଷାର ମହୋତ୍ସବ
ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନରେ ମୁଖରିତ ଶିକ୍ଷାର ମହୋତ୍ସବ

ରଣପୁର: ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ, ସୃଜନଶୀଳତାର ପରିପ୍ରକାଶ ଓ ଲୁକ୍କାୟିତ କଳାକୁ ଲୋକଲୋଚନକୁ ଆଣିବା ଲକ୍ଷ୍ୟରେ ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଆୟୋଜିତ କ୍ଲଷ୍ଟରସ୍ତରୀୟ ‘ସୁରଭି-୨୦୨୬’ କାର୍ଯ୍ୟକ୍ରମ ଉତ୍ସାହ, ଉଦ୍ଦୀପନା ଓ ଆନନ୍ଦମୟ ପରିବେଶରେ ଉଦଯାପିତ ହୋଇଯାଇଛି। ଏହି ଶିକ୍ଷାଭିତ୍ତିକ ମହୋତ୍ସବରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ ସହ ଶିକ୍ଷକ, ଶିକ୍ଷାବିତ୍‌, ଜନପ୍ରତିନିଧି ଓ ଅଭିଭାବକଙ୍କ ସହଯୋଗ ଶିକ୍ଷା ଓ ସମାଜ ମଧ୍ୟରେ ଏକ ସୁନ୍ଦର ସମନ୍ୱୟ ସୃଷ୍ଟି କରିଛି।

ଚାନ୍ଦପୁର କ୍ଲଷ୍ଟରର ସୁରଭି ଗୋପବନ୍ଧୁ ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ରଣପୁର ବ୍ଲକ ଅଧ୍ୟକ୍ଷା ନିର୍ମଳା ବେହେରା ମୁଖ୍ୟ ଅତିଥି ଓ ନୟାଗଡ଼ର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମୀଧର ବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଚାନ୍ଦପୁର ସରପଞ୍ଚ ରଂଜିତା ସେନାପତି, କାନ୍ଧନୟାଗଡ଼ ସରପଞ୍ଚ ଗୁରୁବାସ ସୁବୁଦ୍ଧି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ, ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ଗୌରାଙ୍ଗପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଧାକର ମିଶ୍ରଙ୍କ ସମେତ ଅନ୍ୟ ଅତିଥିମାନେ ଯୋଗଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ତଥା ଚାନ୍ଦପୁର କ୍ଲଷ୍ଟର ସଂଯୋଜକ ପବିତ୍ର ପ୍ରଧାନ ଏହାର ପରିଚାଳନା କରିଥିଲେ। ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ବେହେରା କାର୍ଯ୍ୟକ୍ରମକୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳିତ କରିଥିଲେ।

ଡମସାହି କ୍ଲଷ୍ଟରରେ ଅନୁଷ୍ଠିତ ସୁରଭିର ଉଦଘାଟନୀ ସଭାରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି ଥିବାବେଳେ ଉଦଯାପନୀ ସଭାରେ ରଣପୁର ବ୍ଲକ ଉପାଧ୍ୟକ୍ଷ ପ୍ରଭାତ କୁମାର ଦଳବେହେରା ମୁଖ୍ୟ ଅତିଥି ଓ ଡମସାହି ସରପଞ୍ଚ ସୁନେଲି ଦଳବେହେରା ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷକ ବଂଶୀଧର ପ୍ରଧାନ, ଶିକ୍ଷକ କୁଳମଣି ପଟ୍ଟନାୟକ,ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, କୁଳାସର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସଞ୍ଜୟ କୁମାର ବରାଡ଼, ରଣପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ଅଜୟ କୁମାର ପ୍ରଧାନ, ପୂର୍ବତନ ସାଧନ କେନ୍ଦ୍ର ସଂଯୋଜକ ପଦ୍ମ ଚରଣ ସେଠି ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମର ଆବାହକ ତଥା ଡମସାହି କ୍ଲଷ୍ଟର ସଂଯୋଜକ ସନ୍ତୋଷ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜନ ସମ୍ପନ୍ନ ହୋଇଥିଲା।

ବ୍ରଜରାଜପୁର କ୍ଲଷ୍ଟରରେ ସମିତିସଭ୍ୟା ପ୍ରେମଲତା ସେନାପତି, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରିଣୀ ଲକ୍ଷ୍ମୀ ଦେଇ, ବ୍ରଜରାଜପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ପ୍ରେମଲତା ଜାଲି, ନରସିଂହପୁର କ୍ଲଷ୍ଟର ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣାଙ୍କ ସମେତ ଶିକ୍ଷାବିତ୍‌ ଓ ବିଦ୍ୟାଳୟ ପରିଚାଳନା କମିଟିର ପ୍ରତିନିଧିମାନେ ଯୋଗଦେଇଥିଲେ। କ୍ଲଷ୍ଟର ସଂଯୋଜକ ସନ୍ତୋଷ କୁମାର ବେହେରାଙ୍କ ଆବାହକତ୍ୱରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସେହିପରି କାସନ୍ଦା କ୍ଲଷ୍ଟରରେ ସଂଯୋଜକ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଶିକ୍ଷକ ପ୍ରଭାତ କୁମାର ପ୍ରଧାନ ଓ ମାନସ କୁମାର ପଟ୍ଟନାୟକଙ୍କ ସହଯୋଗରେ ସୁରଭି ସଫଳତାର ସହ ସମ୍ପନ୍ନ ହୋଇଥିଲା। କାଣ୍ଡପଡ଼ା କ୍ଲଷ୍ଟରରେ ସଂଯୋଜକ ରାଜୀବ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଶାନ୍ତିଶୃଙ୍ଖଳାର ସହ ଉଦଯାପିତ ହୋଇଥିଲା। ଅବସରପ୍ରାପ୍ତ ଶିକ୍ଷକ ବସନ୍ତ କୁମାର ବେହୁରାଙ୍କ ସମେତ ଅନ୍ୟ ଅବସର ପ୍ରାପ୍ତ ଶିକ୍ଷକମାନେ ଅତିଥି ଭାବେ ଯୋଗଦେଇଥିଲେ।

ସମସ୍ତ କ୍ଲଷ୍ଟରରେ ଶିକ୍ଷକ-ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି, ଗ୍ରାମବାସୀ ଓ ଜନପ୍ରତିନିଧିଙ୍କ ସକ୍ରିୟ ସହଯୋଗ କାର୍ଯ୍ୟକ୍ରମକୁ ସଫଳ କରିଥିଲା। ସୁରଭି କେବଳ ଏକ ପ୍ରତିଯୋଗିତା ନୁହେଁ, ବରଂ ପିଲାମାନଙ୍କ ଆତ୍ମବିଶ୍ୱାସ, ସୃଜନଶୀଳତା ଓ ନିଜ ପ୍ରତିଭାକୁ ପ୍ରକାଶ କରିବାର ଏକ ଅନନ୍ୟ ମଞ୍ଚ ବୋଲି ଏହି ଆୟୋଜନ ପ୍ରମାଣିତ କରିଛି।

ରଣପୁର ବ୍ଲକ ସୁରଭି-୨୦୨୬
Share. Facebook Twitter LinkedIn Email WhatsApp Copy Link

Related Posts

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026
Latest News

ସର୍ବସାଧାରଣ ସ୍ଥାନରେ ଫୁଟିପାରିବ ନାହିଁ ବାଣ: ବମ୍ବେ ହାଇକୋର୍ଟ

October 15, 2026

ଆନ୍ତର୍ଜାତିକ ଫିଲ୍ମ ଉତ୍ସବ ଲାଗି ମିଡିଆ ଅଧିସ୍ୱୀକୃତି ସମୟ ସୀମା ବୃଦ୍ଧି

October 15, 2026

ଲୋକଭବନରେ ୧୪୪ଟି ଆବାସିକ କ୍ୱାର୍ଟର୍ସ ନିର୍ମାଣ ପାଇଁ ରାଜ୍ୟପାଳଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

October 15, 2026

ରଣପୁର ବ୍ଲକର ବିଭିନ୍ନ କ୍ଲଷ୍ଟରରେ ‘ସୁରଭି-୨୦୨୬’ ଉଦଯାପିତ

October 15, 2026

ଯାତ୍ରୀ ଆୟ ଓ ଟିକେଟ୍ ବୁକିଂରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ଅଭିବୃଦ୍ଧି

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.