Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’
ଜାତୀୟ ଖବର

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
30-foot 'cockroach' will also be burnt during Dussehra.
30-foot 'cockroach' will also be burnt during Dussehra.

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ରାଜଧାନୀରେ ପାଳିତ ହେବାକୁ ଥିବା ରାମଲୀଳା ମହୋତ୍ସବରେ ଏକ ଅନନ୍ୟ ଦୃଶ୍ୟ ଦେଖିବାକୁ ମିଳିବ। ରାବଣ, କୁମ୍ଭକର୍ଣ୍ଣ ଏବଂ ମେଘନାଦଙ୍କ ସହିତ ଏଥର ଏକ ୩୦ ଫୁଟ୍‌ ଉଚ୍ଚର ‘କକ୍ରୋଚ୍’ (ଅସରପା) କୁଶପୁତଳିକା ମଧ୍ୟ ଦହନ କରାଯିବ। ଦିଲ୍ଲୀର ପୀତାମ୍‌ପୁରା ଅଞ୍ଚଳରେ ରାମଲୀଳା ଆୟୋଜନ କରୁଥିବା ‘ଶ୍ରୀ କେଶବ ରାମଲୀଳା କମିଟି’ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କମିଟିର ସୂଚନା ଅନୁସାରେ, ଅସରପା ହେଉଛି ଅପରିଚ୍ଛନ୍ନତା ଓ ଆବର୍ଜନାର ପ୍ରତୀକ, ଯାହାକୁ ପୋଡ଼ିବା ଦ୍ୱାରା ‘ସ୍ୱଚ୍ଛ ଭାରତ’ ଏବଂ ‘ସ୍ୱଚ୍ଛ ଦିଲ୍ଲୀ’ ଅଭିଯାନର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଯିବ।
କମିଟିର ସଭାପତି ତଥା ବିଜେପି ବିଧାୟକ ଅଶୋକ ଗୋୟଲ ସୂଚନା ଦେଇ ସ୍ପଷ୍ଟ କରିଛନ୍ତି ଯେ, ଏହି ନିଷ୍ପତ୍ତି ପଛରେ କୌଣସି ପ୍ରକାରର ରାଜନୈତିକ ଉଦ୍ଦେଶ୍ୟ ନାହିଁ। ଅସରପା କୁଶପୁତଳିକା ଦହନ କରିବାର ମୂଳ ଲକ୍ଷ୍ୟ ହେଉଛି ଅଧର୍ମ ଉପରେ ଧର୍ମର ବିଜୟ ଏବଂ ସମାଜରେ ପରିଚ୍ଛନ୍ନତାର ସଚେତନତା ସୃଷ୍ଟି କରିବା। ତେବେ ରାଜଧାନୀରେ ସାମ୍ପ୍ରତିକ ରାଜନୈତିକ ପରିସ୍ଥିତି ଏବଂ ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିକ୍ଷୋଭ ପ୍ରଦର୍ଶନ ପୃଷ୍ଠଭୂମିରେ ଏହି ନିଷ୍ପତ୍ତିକୁ ନେଇ ଏବେ ସହରରେ ଚର୍ଚ୍ଚା ଓ ବିତର୍କ ଜୋର ଧରିଛି।

'କକ୍ରୋଚ୍' ଦଶହରା ରାବଣ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଏସୀୟ କ୍ରୀଡ଼ାରେ ଅଂଶଗ୍ରହଣ କରିଥିବା ଭାରତୀୟ ଖେଳାଳିଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

October 16, 2026

ନକ୍ସଲମୁକ୍ତ ଭାରତ ପରେ ପୀଡ଼ିତଙ୍କ କ୍ଷତ ଉପଶମ ଓ ସମ୍ମାନଜନକ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟ

October 16, 2026

ଲଦାଖରେ ୩୩୫୦ କୋଟି ମୂଲ୍ୟର ୫ଟି ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 16, 2026
Latest News

ପୂର୍ବତନ ଆମେରିକୀୟ ଜିମ୍ନାଷ୍ଟିକ୍ସ କୋଚ୍‌ ସିନ୍ ଗାର୍ଡନରଙ୍କୁ ୯୦ ବର୍ଷ ଜେଲ୍‌

October 16, 2026

ଆଇଆଇଟି ବିଏଚୟୁ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାରେ ସୋଆ ଛାତ୍ରଛାତ୍ରୀଙ୍କ ବାଜିମାତ୍‌

October 16, 2026

ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି: ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ

October 16, 2026

ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା ୨୦୨୬ ଆୟୋଜିତ

October 16, 2026

ଚଳିତ ବର୍ଷ ରାବଣ ସାଙ୍ଗକୁ ଜଳିବ ୩୦ ଫୁଟର ‘କକ୍ରୋଚ୍’

October 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.