Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏସ୍‌ଆଇଆର୍‌ ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଳ ପ୍ରଭାକର
ଜାତୀୟ ଖବର

ଏସ୍‌ଆଇଆର୍‌ ବିରୋଧୀ ଆନ୍ଦୋଳନରେ ସାମିଲ ହେବେ ନିର୍ମଳା ସୀତାରମଣଙ୍କ ସ୍ୱାମୀ ପରକାଳ ପ୍ରଭାକର

October 22, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Nirmala Sitharaman's husband, Parakala Prabhakar, to join the anti-SIR movement.

ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ କେନ୍ଦ୍ର ସରକାରଙ୍କ ଅସୁବିଧା ଆହୁରି ବଢ଼ିବାରେ ଲାଗିଛି। ଏହି ସଂଶୋଧନ ବିରୋଧରେ ଆସନ୍ତା ୨୩ ତାରିଖରେ ହେବାକୁ ଥିବା ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସ୍ୱାମୀ ତଥା ଅର୍ଥନୀତିଜ୍ଞ ପରକାଳ ପ୍ରଭାକର ସାମିଲ ହେବାକୁ ଯାଉଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଦିଲ୍ଲୀ ରାଜନୈତିକ ହଲଚଲ୍ ତୀବ୍ର ହୋଇଉଠିଛି।

“ପିପୁଲ୍ସ ଏଗେନ୍‌ଷ୍ଟ ଏସ୍‌ଆଇଆର୍‌’ ମେଣ୍ଟ ପକ୍ଷରୁ ଆୟୋଜିତ ଏହି ଦେଶବ୍ୟାପୀ ଆନ୍ଦୋଳନରେ ଶ୍ରୀ ପ୍ରଭାକର ମଞ୍ଚାସୀନ ହୋଇ ନିଜର ବକ୍ତବ୍ୟ ରଖିବେ। ତାଙ୍କ ସହିତ କକ୍‌ରୋଚ୍ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ, ବରିଷ୍ଠ ଅଭିନେତା ତଥା ସାମାଜିକ କାର୍ଯ୍ୟକର୍ତ୍ତା ପ୍ରକାଶ ରାଜ, ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ, କୃଷକ ନେତା ରାକେଶ ଟିକାୟତ, ଏଆଇଏସ୍‌ଏ ସଭାପତି ନେହା ବୋରା ଏବଂ ଲେଖକ ତୁଷାର ଗାନ୍ଧୀ ପ୍ରମୁଖ ଏକାଠି ହେବାର କାର୍ଯ୍ୟକ୍ରମ ରହିଛି।

ଗତ ଅକ୍ଟୋବର ୧୪ରେ ଗଠିତ ଏହି ମେଣ୍ଟ ଛାତ୍ର, କୃଷକ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ସଂଗଠନଗୁଡ଼ିକୁ ଗୋଟିଏ ମଞ୍ଚକୁ ଆଣିବାରେ ସଫଳ ହୋଇଛି। ଅକ୍ଟୋବର ୨୩ର ଏହି ପ୍ରତିବାଦ ସଭାରେ ଏସ୍‌ଆଇଆର୍‌କୁ ତୁରନ୍ତ ରଦ୍ଦ କରିବା ସହ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରାଯିବ।

ସୂଚନାଯୋଗ୍ୟ, ପତ୍ନୀ ନିର୍ମଳା ସୀତାରମଣ ଶାସକ ବିଜେପିର ଜଣେ ଶୀର୍ଷ ନେତ୍ରୀ ହୋଇଥିଲେ ହେଁ, ପରକାଳ ପ୍ରଭାକର ଦୀର୍ଘ ଦିନରୁ ସରକାରଙ୍କ ଆର୍ଥିକ ନୀତି ଓ ନିଷ୍ପତ୍ତିର ଜଣେ ପ୍ରଖର ସମାଲୋଚକ ଭାବେ ଜଣାଶୁଣା। ଏହାପୂର୍ବରୁ ଅକ୍ଟୋବର ୮ରେ ବେଙ୍ଗାଲୁରୁର ଫ୍ରିଡମ୍ ପାର୍କଠାରେ ୟୁଟ୍ୟୁବର୍ ଧ୍ରୁବ ରାଠୀ ଓ ପ୍ରକାଶ ରାଜଙ୍କ ସହ ସିଜେପିର ଆନ୍ଦୋଳନରେ ମଧ୍ୟ ସେ ଭାଗ ନେଇଥିଲେ।

ଏହି ସମାବେଶକୁ ନେଇ ଟୁଇଟ୍ କରି ଶ୍ରୀ ପ୍ରଭାକର ଲେଖିଛନ୍ତି, “ହର୍ ଗଲି ମେଁ ଯନ୍ତର ମନ୍ତର! ଶୁକ୍ରବାର, ଅକ୍ଟୋବର ୨୩, ୨୦୨୬। ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ଜନତାଙ୍କ ପଦଯାତ୍ରା। ଆସନ୍ତୁ ଏହି ଆହ୍ୱାନର ସମ୍ମୁଖୀନ ହେବା।” ଅପରପକ୍ଷରେ, ଏହି ବିକ୍ଷୋଭରେ ସାମିଲ ହେବା ପାଇଁ ‘ଇଣ୍ଡିଆ’ ମେଣ୍ଟର ଦଳଗୁଡ଼ିକୁ ନିବେଦନ କରାଯାଇଥିଲେ ସୁଦ୍ଧା ସେମାନଙ୍କ ଅଂଶଗ୍ରହଣ ନେଇ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ନିଶ୍ଚିତତା ମିଳିନାହିଁ।

ଏସ୍‌ଆଇଆର୍‌ ବିରୋଧୀ ଆନ୍ଦୋଳନ ଜନତା ପଦଯାତ୍ରା ନିର୍ମଳା ସୀତାରମଣ
Share. Facebook Twitter LinkedIn Email WhatsApp Copy Link

Related Posts

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ସରକାରଙ୍କୁ ଖର୍ଗେଙ୍କ ପ୍ରଶ୍ନ : ମହିଳା ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ଅପେକ୍ଷା କାହିଁକି?

October 22, 2026

ଭାରତୀୟ ବାୟୁସେନାକୁ ହାଲ୍‌ ପ୍ରଦାନ କଲା ପ୍ରଥମ ୩ଟି HTT-40

October 22, 2026

Jio IPO Opening Day: ପ୍ରଥମ ଦିନ ସନ୍ଧ୍ୟା ସୁଦ୍ଧା ମୋଟ ସବସ୍କ୍ରିପସନ ୩ ଗୁଣ, ଜିଓ ଆଇପିଓର ଧମାକାଦାର ଆରମ୍ଭ

October 21, 2026
Latest News

ଆଇସିସି ଦିନିକିଆ ରାଙ୍କିଙ୍ଗ୍ : ଦିନିକିଆ ବୋଲର୍‌ଙ୍କ ଟପ୍‌-୫ରେ ସ୍ଥାନ ପାଇଲେ କୁଲଦୀପ୍

October 22, 2026

ମୁକ୍ତି ପରେ ବି ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଅଟଳ CJP ନେତା

October 22, 2026

ଦିଲ୍ଲୀ କ୍ୟାପିଟାଲ୍ସର ସ୍ପିନ୍ ବୋଲିଂ କୋଚ୍ ହେଲେ ଅମିତ ମିଶ୍ରା

October 22, 2026

ସରକାରଙ୍କୁ ଖର୍ଗେଙ୍କ ପ୍ରଶ୍ନ : ମହିଳା ସଂରକ୍ଷଣ ପାଇଁ ସୀମା ନିର୍ଦ୍ଧାରଣ ଅପେକ୍ଷା କାହିଁକି?

October 22, 2026

ଭାରତୀୟ ବାୟୁସେନାକୁ ହାଲ୍‌ ପ୍ରଦାନ କଲା ପ୍ରଥମ ୩ଟି HTT-40

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.