Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ
ଆଜିର ଖବର

ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ

October 24, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Odisha is set to become the gateway to the progress of Eastern India: Manmohan

ଭୁବନେଶ୍ୱର: ରାଜ୍ୟରେ ଡବଲ୍ ଇଞ୍ଜିନ ସରକାର ଗଠନ ହେବା ପରେ ପ୍ରଗତିକୁ ଗତିଶୀଳ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ୯ମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ଖୋର୍ଦ୍ଧା ଠାରେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆର୍‌ବିଆଇ) ଡାଟା ସେଣ୍ଟର ଓ ଟ୍ରେନିଂ ସେଣ୍ଟର ଉଦ୍‌ଘାଟନ କରିବେ। ଏନେଇ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ଆଜି ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ କହିଛନ୍ତି ଯେ, ସମୃଦ୍ଧ ଓଡ଼ିଶା ଗଢ଼ିବା ସ୍ୱପ୍ନ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଇ ଚାଲିଛନ୍ତି। ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। ପ୍ରଧାନମନ୍ତ୍ରୀଙ୍କ ପ୍ରତ୍ୟେକଟି ଓଡ଼ିଶା ଗସ୍ତ ରାଜ୍ୟର ବିକାଶ ପାଇଁ ନୂଆ ଉପହାର ନେଇ ଆସିଥାଏ। ନିର୍ବାଚନ ପୂର୍ବରୁ ସମ୍ବଲପୁର ଓ ଚଣ୍ଡିଖୋଲରେ ଯେଉଁସବୁ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ ହୋଇଥିଲା, ସେଗୁଡ଼ିକ କ୍ରିୟାନ୍ୱୟନ ହୋଇଛି। ପ୍ରଧାନମନ୍ତ୍ରୀ କେବଳ ଘୋଷଣା କରନ୍ତି ନାହିଁ, ବରଂ ତାହାକୁ ବାସ୍ତବତାରେ ପରିଣତ କରି ଲୋକଙ୍କ ସେବାରେ ଉତ୍ସର୍ଗ କରନ୍ତି। ମୋଦିଜୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ବିଶାଳ ପୁଞ୍ଜିନିବେଶ ଆଣିଛିି ଡବଲଇଞ୍ଜିନ ସରକାର। ସେମିକଣ୍ଡକ୍ଟର, ଡାଟା ସେଣ୍ଟର, ଆଇଟି, ଖଣିଜଭିତିକ ଶିଳ୍ପ, ପେଟ୍ରୋକେମିକାଲ୍ସ, ଶକ୍ତି, କୃଷି ତଥା ପର୍ଯ୍ୟଟନ କ୍ଷେତ୍ରରେ ବିଜେପି ସରକାର ଦୃଢ଼ ପଦକ୍ଷେପ ନେଇ ରାଜ୍ୟର ଅର୍ଥନୀତିକୁ ନୂତନ ଗତି ଦେଇଛି। ଆଗାମୀ ଦିନରେ ଓଡ଼ିଶା ପୂର୍ବ ଭାରତର ପ୍ରଗତିର ମୁଖଶାଳା ହେବାକୁ ଯାଉଛି ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଓଡିଶା ଗସ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବଢ଼ିଲା ବାତ୍ୟା ଆଶଙ୍କା

October 24, 2026

ଜନ ବିଶ୍ୱାସ ଅଧିନିୟମ – ୨୦୨୬: ରେଳ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ଜରିମାନା

October 24, 2026

ସମ୍ଭାବ୍ୟ ବାତ୍ୟା: ପାଣିପାଗ ଓ ଫସଲ ସମ୍ବନ୍ଧୀୟ ସୂଚନା ଲାଗି ଟୋଲ ଫ୍ରି ନମ୍ବର ୧୫୫୩୩୩ ଜାରି

October 24, 2026

ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୯ ପର୍ଯ୍ୟନ୍ତ ମୁଖ୍ୟାଳୟ ନଛାଡ଼ିବାକୁ ନିର୍ଦ୍ଦେଶ

October 24, 2026
Latest News

ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ବଢ଼ିଲା ବାତ୍ୟା ଆଶଙ୍କା

October 24, 2026

ସିନାଇ କ୍ୟାମ୍ପରେ ଚଢ଼ାଉ: ୧୭ ଗିରଫ, ୨୪ ଆଗ୍ନେୟାସ୍ତ୍ର ଜବତ

October 24, 2026

ଜନ ବିଶ୍ୱାସ ଅଧିନିୟମ – ୨୦୨୬: ରେଳ ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ଜରିମାନା

October 24, 2026

ସମ୍ଭାବ୍ୟ ବାତ୍ୟା: ପାଣିପାଗ ଓ ଫସଲ ସମ୍ବନ୍ଧୀୟ ସୂଚନା ଲାଗି ଟୋଲ ଫ୍ରି ନମ୍ବର ୧୫୫୩୩୩ ଜାରି

October 24, 2026

ଓଡ଼ିଶା ହେବାକୁ ଯାଉଛି ପୂର୍ବ ଭାରତ ପ୍ରଗତିର ମୁଖଶାଳା : ମନମୋହନ

October 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.