Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଖେଳ»ଆଇଓଏ ଖେଳାଳି ଆୟୋଗ ନିର୍ବାଚନ : ରେସରେ ସିନ୍ଧୁ ଓ ଚାନୁ
ଖେଳ

ଆଇଓଏ ଖେଳାଳି ଆୟୋଗ ନିର୍ବାଚନ : ରେସରେ ସିନ୍ଧୁ ଓ ଚାନୁ

October 25, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
IOA Athletes Commission Election: Sindhu and Chanu in the race

ନୂଆଦିଲ୍ଲୀ: ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ଖେଳାଳି ଆୟୋଗ ନିର୍ବାଚନ ପାଇଁ ସରଗରମ ହୋଇଛି ବାତାବରଣ। ଆୟୋଗର ୨୦୨୬-୨୦୩୦ କାର୍ଯ୍ୟକାଳ ପାଇଁ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁଥିବା ଏହି ନିର୍ବାଚନରେ ଦେଶର ଦିଗ୍‌ଗଜ ଖେଳାଳିମାନେ ପ୍ରାର୍ଥୀ ହୋଇଛନ୍ତି। ଦୁଇ ଥରର ଅଲିମ୍ପିକ୍ ପଦକ ବିଜେତା ଶଟ୍‌ଲର୍ ପିଭି ସିନ୍ଧୁ ଏବଂ ଷ୍ଟାର୍ ୱେଟ୍‌ଲିଫ୍‌ଟର ମୀରାବାଇ ଚାନୁଙ୍କ ସମେତ ମୋଟ ୧୨ ଜଣ ନାମୀଦାମୀ ଖେଳାଳି ନିର୍ବାଚନ ମଇଦାନରେ ରହିଛନ୍ତି। ଏହି ନିର୍ବାଚନରେ ମୋଟ ୧୦ ଜଣ ସଦସ୍ୟ (୫ ଜଣ ପୁରୁଷ ଓ ୫ ଜଣ ମହିଳା) ଚୟନ କରାଯିବେ।

ବର୍ତ୍ତମାନର ଆୟୋଗରେ ସିନ୍ଧୁ, ଚାନୁ ଓ ଭବାନୀ ଦେବୀ ସଦସ୍ୟ ଥିବାବେଳେ ଏହାର ଅଧ୍ୟକ୍ଷ ଭାବେ ମହାନ୍ ବକ୍ସର୍ ଏମ୍‌ସି ମେରୀକମ୍ ଦାୟିତ୍ୱରେ ଅଛନ୍ତି। ଆଗାମୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ପ୍ରମୁଖ ଖେଳାଳିମାନଙ୍କ ମଧ୍ୟରେ ପୁରୁଷ ଓ ମହିଳା ହକି ଟିମ୍‌ର କ୍ୟାପ୍‌ଟେନ୍ ହରମନପ୍ରୀତ୍ ସିଂହ ଏବଂ ସଲିମା ଟେଟେ, ଶୁଟର୍ ସ୍ୱପ୍ନିଲ କୁସାଲେ, ଫେନ୍ସର୍ ଭବାନୀ ଦେବୀ, ଆଥ୍‌ଲେଟିକ୍ସରୁ ସୁଧା ସିଂହ ଓ ତଜିନ୍ଦରପାଲ୍ ସିଂହ, ପୂର୍ବତନ ଆର୍ଚର୍ ବମ୍ବାୟଲା ଦେବୀ, ବ୍ୟାଡ୍‌ମିଣ୍ଟନ୍ ଖେଳାଳି କିଦାମ୍ବୀ ଶ୍ରୀକାନ୍ତ, ସ୍ୱିମର୍ ସାଜନ ପ୍ରକାଶ ଏବଂ କୟାକିଂ-କାନୋଇଙ୍ଗ୍ ଖେଳାଳି ମନଜିତ୍ ସିଂହ ସାମିଲ ଅଛନ୍ତି।

ଅନ୍ୟପକ୍ଷରେ, ନିର୍ବାଚନ ଅଧିକାରୀ ସଞ୍ଜୟ କେ. ଶ୍ରୀବାସ୍ତବ ଗତ ଅକ୍ଟୋବର ୧୬ରେ ଖେଳାଳି ଆୟୋଗ ପାଇଁ ନିର୍ବାଚକ ମଣ୍ଡଳୀର ୩୪ ଜଣିଆ ସଦସ୍ୟ ସୂଚୀ ପ୍ରକାଶ କରିଥିଲେ। ଏଥିରେ ୧୭ଟି ଜାତୀୟ ଖେଳ ମହାସଂଘ (ଏନ୍‌ଏସ୍‌ଏଫ୍‌)ରୁ ୨-୨ ଜଣ ପ୍ରତିନିଧିଙ୍କୁ ସ୍ଥାନ ଦିଆଯାଇଛି। ତେବେ ଅଖିଳ ଭାରତୀୟ ଫୁଟ୍‌ବଲ୍ ମହାସଂଘ (ଏଆଇଏଫ୍‌ଏଫ୍‌), ଅଖିଳ ଭାରତୀୟ ଟେନିସ୍ ସଂଘ (ଏଆଇଟିଏ), ଭାରତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ) ଏବଂ ଟେବଲ୍ ଟେନିସ୍ ମହାସଂଘ (ଟିଟିଏଫ୍‌ଆଇ)ର କୌଣସି ପ୍ରତିନିଧି ଏହି ଚୂଡ଼ାନ୍ତ ସୂଚୀରେ ସ୍ଥାନ ପାଇ ନାହାନ୍ତି।

ଆଇଓଏ ନିର୍ବାଚନ ଖେଳ ପିଭି ସିନ୍ଧୁ ଭାରତୀୟ ଅଲିମ୍ପିକ୍ସଂ ସଂଘ ମୀରାବାଇ ଚାନୁ
Share. Facebook Twitter LinkedIn Email WhatsApp Copy Link

Related Posts

ଏସୀୟ ପାରା ଗେମ୍ସ-୨୦୨୬: ଇତିହାସ ରଚିଲା ଭାରତ, ପାକିସ୍ତାନ ପାଇଁ ଲଜ୍ଜା

October 25, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026

ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

October 25, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂକଳ୍ପ ହେଲା ସାକାର: ୧୧ କୋଟି କୃଷକଙ୍କୁ ମିଳିଲା ‘ଫାର୍ମର ଆଇଡି’

October 25, 2026
Latest News

ଏସୀୟ ପାରା ଗେମ୍ସ-୨୦୨୬: ଇତିହାସ ରଚିଲା ଭାରତ, ପାକିସ୍ତାନ ପାଇଁ ଲଜ୍ଜା

October 25, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପ୍ରଦେଶ ଏବଂ ଓଡ଼ିଶା ଗସ୍ତ 

October 25, 2026

ବାପଟାଲା-ବିଶାଖାପାଟଣା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା: ୨୮ରେ ଓଡ଼ିଶାର ୫ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ

October 25, 2026

ଓରମାସ୍‌କୁ ବିଶ୍ୱ ସମ୍ମାନ: BIRC ଗ୍ଲୋବାଲ୍ ଏକ୍ସଲେନ୍ସ ଆୱାର୍ଡ-୨୦୨୬

October 25, 2026

ଆଇଓଏ ଖେଳାଳି ଆୟୋଗ ନିର୍ବାଚନ : ରେସରେ ସିନ୍ଧୁ ଓ ଚାନୁ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.