ନୂଆଦିଲ୍ଲୀ: କ୍ରିକେଟ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଆସନ୍ତା ମାସ ନଭେମ୍ବରରେ ପୁଣି ଭାରତ-ପାକିସ୍ତାନ ମହାମୁକାବିଲା ଦେଖିବାକୁ ମିଳିବ।
୧୯ ନଭେମ୍ବରରୁ ୨୦୨୬ ପୁରୁଷ ରାଇଜିଂ ଷ୍ଟାର ଏସିଆ କପ୍ ଆରମ୍ଭ ହେଉଛି। କତାରର ଦୋହାରେ ଖେଳାଯିବ ଏହି ଟୁର୍ଣାମେଣ୍ଟ, ଫାଇନାଲ ୨୯ ନଭେମ୍ବର।
୮ ଟିମ୍ ନେବେ ଭାଗ:
ଭାରତ-ଏ, ପାକିସ୍ତାନ-ଏ, ଶ୍ରୀଲଙ୍କା-ଏ, ବାଂଲାଦେଶ-ଏ, ଆଫଗାନିସ୍ତାନ-ଏ ଏବଂ ନେପାଳ, ୟୁଏଇ, ହଂକଂର ମୁଖ୍ୟ ଦଳ।
ଗ୍ରୁପ୍ ବିଭାଜନ:
ଗ୍ରୁପ୍-ଏ: ଆଫଗାନିସ୍ତାନ-ଏ, ବାଂଲାଦେଶ-ଏ, ହଂକଂ, ଶ୍ରୀଲଙ୍କା-ଏଗ୍ରୁପ୍-ବି: ଇଣ୍ଡିଆ-ଏ, ପାକିସ୍ତାନ-ଏ, ନେପାଳ, ୟୁଏଇ
ମହାମୁକାବିଲା କେବେ?
୨୨ ନଭେମ୍ବର, ଅପରାହ୍ନ ୩.୩୦ – ଭାରତ-ଏ ବନାମ ପାକିସ୍ତାନ-ଏ ଗ୍ରୁପ୍ ମ୍ୟାଚ୍। ଭାରତ ୨୦ ନଭେମ୍ବରରେ ନେପାଳ ବିରୋଧରେ ଅଭିଯାନ ଆରମ୍ଭ କରିବ, ପାକିସ୍ତାନ-ଏ ୟୁଏଇ ସହ ଖେଳିବ।
ନକ୍ଆଉଟରେ ବି ମୁହାଁମୁହିଁ ସମ୍ଭବ:
ଉଭୟ ଦଳ ସେମିଫାଇନାଲ ଜିତିଲେ ଫାଇନାଲରେ ପୁଣି ମୁହାଁମୁହିଁ ହୋଇପାରେ। ୨୦୧୩ରୁ ଆରମ୍ଭ ଏହି ଟୁର୍ଣ୍ଣାମେଣ୍ଟର ୭ ସିଜିନରେ ଭାରତ ମାତ୍ର ଥରେ ଚାମ୍ପିଅନ ହୋଇଛି। ଏଥର ଦ୍ୱିତୀୟ ଟାଇଟଲ ଲକ୍ଷ୍ୟ। ବିସିସିଆଇ ଏଯାଏ ଇଣ୍ଡିଆ-ଏ ଦଳ ଘୋଷଣା କରିନାହିଁ।


