Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»PM Modi in Odisha: ଭୁବନେଶ୍ବରରେ ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଜାତୀୟ ଖବର

PM Modi in Odisha: ଭୁବନେଶ୍ବରରେ ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 25, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
PM Modi in Odisha
PM Modi in Odisha: ଭୁବନେଶ୍ବରରେ ଆରବିଆ ଡାଟା ସେଣ୍ଟରକୁ ଉଦଘାଟିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

PM Modi in Odisha: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ଜଟଣୀର ‘ଇନଫୋ ଭ୍ୟାଲି-୨’ (Info Valley-II) ଠାରେ ଭାରତୀୟ ରିଜର୍ଭ ବ୍ୟାଙ୍କର ‘ଡାଟା ସେଣ୍ଟର’ ଏବଂ ‘ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ, ଏହି ପ୍ରକଳ୍ପ ଓଡ଼ିଶାବାସୀ ତଥା ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ। ସେ ଏହି ପ୍ରକଳ୍ପ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ଅଭିନନ୍ଦନ ଜଣାଇଲେ।

ଶ୍ରୀ ମୋଦୀ କହିଲେ ଯେ, ସରକାରଙ୍କ ପାଇଁ ବିକାଶର ଅର୍ଥ ହେଉଛି ଗ୍ରାମ ଓ ଛୋଟ ସହରଗୁଡ଼ିକରେ ସୁଯୋଗ ସୃଷ୍ଟି କରି ସମଗ୍ର ଭାରତରେ ଏକ ସନ୍ତୁଳିତ ବିକାଶ ସୁନିଶ୍ଚିତ କରିବା। ସେ ସବୁଠାରୁ ଦୁର୍ଗମ ଅଞ୍ଚଳରେ ମଧ୍ୟ ଯୋଗାଯୋଗ ବ୍ୟବସ୍ଥା (connectivity) ରେ ଉନ୍ନତି ଆଣିବା, ଗରିବ ପରିବାରଗୁଡ଼ିକୁ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଏବଂ ଦେଶର ବିକାଶ ଯାତ୍ରାରେ କୌଣସି ନାଗରିକ ଯେପରି ପଛରେ ରହି ନ ଯାଆନ୍ତି, ତାହା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ଭାରତର ବ୍ୟାଙ୍କିଙ୍ଗ କ୍ଷେତ୍ର ବିଶ୍ୱର ଅନ୍ୟତମ ଦକ୍ଷ ବ୍ୟବସ୍ଥାରେ ପରିଣତ ହୋଇଛି, ଯେଉଁଠାରେ ଲୋକମାନେ ବର୍ତ୍ତମାନ ଦିନର ୨୪ ଘଣ୍ଟା ବ୍ୟାଙ୍କିଙ୍ଗ ସେବା ପାଇପାରୁଛନ୍ତି।

ଉତ୍ତର ପ୍ରଦେଶର ବାରଣାସୀ ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ମୋଦୀ ଭୁବନେଶ୍ବରରେ ପହଞ୍ଚିଥିଲେ। ଜଟଣୀ ହେଲିପ୍ୟାଡ୍‌ ଠାରେ ରାଜ୍ୟପାଳ ବ୍ରଜ ମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ତାଙ୍କୁ ସ୍ୱାଗତ କରିଥିଲେ।

କଣ ଏହି ଡାଟା ସେଣ୍ଟର

ପ୍ରାୟ ୧୭୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟର ସୁରକ୍ଷାକୁ ସୁଦୃଢ଼ ​​କରିବ ଏବଂ ଭାରତର ଡିଜିଟାଲ୍ ଆର୍ଥିକ ଭିତ୍ତିଭୂମିର ସ୍ଥିରତାକୁ ବୃଦ୍ଧି କରିବ ବୋଲି ଆଶା କରାଯାଉଛି। ଏହା ରିଜର୍ଭ ବ୍ୟାଙ୍କର ପେମେଣ୍ଟ ଏବଂ ସେଟେଲମେଣ୍ଟ କାର୍ଯ୍ୟ ସମେତ ମିଶନ-କ୍ରିଟିକାଲ ସିଷ୍ଟମକୁ ଏହା ସାହାଯ୍ୟ କରିବ।

ଏହା ସହିତ ଥିବା ସାଇବରସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସାଇବରସିକ୍ୟୁରିଟି, ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାରେ ସ୍ୱତନ୍ତ୍ର ତାଲିମ ପ୍ରଦାନ କରିବ ଏବଂ ଗବେଷଣାକୁ ପ୍ରୋତ୍ସାହିତ କରିବ। ଏହି ସୁବିଧା RBIର ପ୍ରଯୁକ୍ତିବିଦ୍ୟା କ୍ଷମତାକୁ ସୁଦୃଢ଼ ​​କରିବ ଏବଂ ଦେଶର ଦ୍ରୁତ ବିସ୍ତାରିତ ଡିଜିଟାଲ୍ ଆର୍ଥିକ ଇକୋସିଷ୍ଟମର ସୁରକ୍ଷା, ନିର୍ଭରଯୋଗ୍ୟତା ଏବଂ ସ୍ଥିରତାରେ ଅବଦାନ ଦେବ ବୋଲି ଆଶା କରାଯାଉଛି।

narendra modi PM Modi in Odisha' Prime Minister RBI Data Centre ଆରବିଆଇ ଡାୟା ସେଣ଼୍ଟର ଓଡିଶାରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରର ଦୁଇ ମାଛଧରା ଟ୍ରଲର

October 25, 2026

Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

October 25, 2026

ପ୍ରଧାନମନ୍ତ୍ରୀଙ୍କ ଉପରେ ଖଡଗେଙ୍କ ବିବାଦୀୟ ବୟାନ ମାମଲା: କଡ଼ା ଆକ୍ରମଣ କଲେ ଅମିତ ଶାହା

October 25, 2026

ଦ୍ୱିତୀୟ ଜାତୀୟ ସହରାଞ୍ଚଳ ସମ୍ମିଳନୀ ଉଦ୍‌ଯାପିତ: ଯୋଗଦେଲେ ନୀତି ଆୟୋଗ ସଦସ୍ୟ ରାଜୀବ ଗୌବା

October 25, 2026
Latest News

ସମ୍ଭାବ୍ୟ ବାତ୍ୟା ପ୍ରଭାବ: ଆର୍ଯ୍ୟପଲ୍ଲୀ ଜେଟିରେ ଆଶ୍ରୟ ନେଲେ ଆନ୍ଧ୍ରର ଦୁଇ ମାଛଧରା ଟ୍ରଲର

October 25, 2026

Odisha Cyclone Update: ସାମ୍ଭବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ମନ୍ତ୍ରୀ ଓ ଆଇଏଏସ ଅଫିସରଙ୍କୁ ବିଭିନ୍ନ ଜିଲ୍ଲା ଦାୟିତ୍ବ

October 25, 2026

କେନ୍ୟାରେ ବସ୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା: ୨୨ ମୃତ

October 25, 2026

ପ୍ରଧାନମନ୍ତ୍ରୀଙ୍କ ଉପରେ ଖଡଗେଙ୍କ ବିବାଦୀୟ ବୟାନ ମାମଲା: କଡ଼ା ଆକ୍ରମଣ କଲେ ଅମିତ ଶାହା

October 25, 2026

PM Modi in Odisha: ଭୁବନେଶ୍ବରରେ ଆରବିଆଇ ଡାଟା ସେଣ୍ଟରକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.