Odisha Cyclone Update: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହେବା ପରେ ତାହା ଧିରେ ଧିରେ ଘନିଭୂତ ହେବାରେ ଲାଗିଛି। ଫଳରେ ଏହି ଅବପାତ ବାତ୍ୟାରେ ପରିଣତ ହେବା ନିଶ୍ଚିତ ହୋଇଛି। ଏହା ଫଳରେ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହିତ ଘଣ୍ଟାପ୍ରତି ୧୧୫ ରୁ ୧୨୫ କିଲୋମିଟର ପବନ ପ୍ରବାହିତ ମଧ୍ୟ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଠ ଜଣ ମନ୍ତ୍ରଙ୍କୁ ଆଠଟି ଜିଲ୍ଲା ଦାୟିତ୍ବ ଦେଇଛନ୍ତି। ସେମାନେ ହେଲ..
- କୋରାପୁଟ: ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂହଦେଓ
- ରାୟଗଡ଼ା: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା
- କନ୍ଧମାଳ: ମନ୍ତ୍ରୀ ରବି ନାଏକ
- ଗଞ୍ଜାମ: ମନ୍ତ୍ରୀ ବିଭୂତି ଜେନା
- ନବରଙ୍ଗପୁର: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
- ମାଲକାନଗିରି: ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
- କଳାହାଣ୍ଡି: ମନ୍ତ୍ରୀ ମୁକେଶ ମହାଲିଙ୍ଗ
- ଗଜପତି: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ
ମନ୍ତ୍ରୀମାନେ ବାତ୍ୟା ସମୟରେ ସେହି ଜିଲ୍ଲାର ସ୍ଥିତି ଉପରେ ନଜର ରଖି ପଦକ୍ଷେପ ଗ୍ରହଣ କରିବେ। ସେହିପରି ରାଜ୍ୟ ସରକାର ପାଞ୍ଚ ଜଣ ଆଇଏଏସ ଅଫିସରଙ୍କୁ ମଧ୍ୟ ବାତ୍ୟା ମୁକାବିଲା ପାଇଁ ପାଞ୍ଚଟି ଜିଲ୍ଲାର ଦାୟିତ୍ବ ପ୍ରଦାନ କରାଯାଇଛି। ସେମାନେ ହେଲେ
- କେ ସୁଦର୍ଶନ ଚକ୍ରବର୍ତ୍ତି- ରାୟଗଡା
- ଡ ପୁମା ଟୁଡୁ- କୋରାପୁଟ
- ବିଜୟ କୁମାର ଦାସ- ଗଜପତି
- ଡ ୟାଦ୍ଦୁଲା ବିଜୟ- ମାଲକାନଗିରି
- ଡ ମହେଶ୍ବର ସ୍ବାଇଁ- ନବରଙ୍ଗପୁର


