Very Severe Cyclone: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଆଜି ଅତି ଭୀଷଣ ବାତ୍ୟାର ରୂପ ନେଇଛି। ପାଣିପାଗ ବିଭାଗ ସୂଚନା ଅନୁସାରେ ବର୍ତ୍ତମାନ ସମୁଦ୍ର ଭିତରେ ବାତ୍ୟା ଘଣ୍ଟାକୁ ପ୍ରାୟ ୨୩ କିଲୋମିଟର ବେଗରେ ଗତିକରିବାରେ ଲାଗିଛି।
ବର୍ତ୍ତମାନ ଅର୍ଣ୍ଣବ ଗୋପାଳପୁରଠାରୁ ପ୍ରାୟ ୪୦୦ କିଲୋମିଟର, ବିଶାଖାପାଟଣାଠାରୁ ପ୍ରାୟ ୩୫୦ କିଲୋମିଟର ଓ କାକିନାଡାଠାରୁ ପ୍ରାୟ ୪୨୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁବ ବୋଲି ଆକଳନ କରାଯାଇଛି। ଲ୍ୟାଣ୍ଡଫଲ୍ ସମୟରେ ପବନର ବେଗ ୧୧୫ରୁ ୧୨୫ କିଲୋମିଟର ରହିବ ବୋଲି ଜଣାପଡିଛି।
ତେବେ ବାତ୍ୟା ଅର୍ଣ୍ଣବର ପ୍ରଭାବ ଓଡିଶାରେ ଗତକାଲି ରାତିରୁ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଓଡିଶା ବିଶେଷ କରି ଉପକୂଳ ଅଞ୍ଚଳର ଆକାଶ ପୁରା ଅନ୍ଧାର ହୋଇଯିବା ସହିତ ବର୍ଷା ଆରମ୍ଭ ହୋଇଯାଇଛି। ବାତ୍ୟା ପ୍ରଭାବ ଯୋଗୁଁ ଆଜି ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ମଧ୍ୟ ରହିଛି।


