Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍: ୮ ହଜାରରୁ ଅଧିକ ବୋତଲ ଜବତ
ଆଜିର ଖବର

ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍: ୮ ହଜାରରୁ ଅଧିକ ବୋତଲ ଜବତ

October 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍, ୮ ହଜାରରୁ ଅଧିକ ବୋତଲ ଜବତ
ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍, ୮ ହଜାରରୁ ଅଧିକ ବୋତଲ ଜବତ

ଭୁବନେଶ୍ଵର: ଭାରତୀୟ ମାନକ ବ୍ୟୁରୋ (BIS), ଭୁବନେଶ୍ୱର ଶାଖା କାର୍ଯ୍ୟାଳୟ ପକ୍ଷରୁ ୨୭ ଅକ୍ଟୋବର ୨୦୨୬ ତାରିଖରେ ପୁରୀ ଜିଲ୍ଲାର କୁସୁପୁରସ୍ଥିତ ଭଗବତୀ ଏଣ୍ଟରପ୍ରାଇଜେସ୍‌ଠାରେ ପ୍ୟାକେଜ୍‌ଡ୍ ପାନୀୟ ଜଳ ଉପରେ ISI ମାନକ ଚିହ୍ନର ଅନଧିକୃତ ବ୍ୟବହାର ସମ୍ପର୍କରେ ଏକ ତଲାସି ଓ ଜବତ ଅଭିଯାନ କରାଯାଇଥିଲା।

BIS, ଭୁବନେଶ୍ୱର ଶାଖା କାର୍ଯ୍ୟାଳୟର ଯୁଗ୍ମ ନିର୍ଦ୍ଦେଶିକା ଶ୍ରୀମତୀ ତିଥି ସିଂହା ଓ ଅନ୍ୟ ତିନିଜଣ କର୍ମଚାରୀଙ୍କ ଦ୍ଵାରା ଏହି ଅଭିଯାନ ପରିଚାଳନା କରାଯାଇଥିଲା।

ଅଭିଯାନ ସମୟରେ ଉକ୍ତ ପ୍ରତିଷ୍ଠାନଟି BISର ବୈଧ ଲାଇସେନ୍ସ ବିନା ISI ମାନକ ଚିହ୍ନ ଲାଗିଥିବା PET ବୋତଲରେ ପ୍ୟାକେଜ୍‌ଡ୍ ପାନୀୟ ଜଳ ଉତ୍ପାଦନ, ଭର୍ତ୍ତିକରଣ ଓ ପ୍ରେରଣ କରୁଥିବା ଜଣାପଡ଼ିଥିଲା। ଏହି କାର୍ଯ୍ୟକଳାପ ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ଧାରା ୧୬ ସହିତ ପଠିତ ଧାରା ୧୭ର ଉଲ୍ଲଂଘନ ଅଟେ।

ଏହି ଅଭିଯାନରେ ମୋଟ ୮,୨୯୫ଟି ପ୍ୟାକେଜ୍‌ଡ୍ ପାନୀୟ ଜଳ ବୋତଲ ଜବତ କରାଯାଇଥିଲା। ଏଥିରେ ୨ ଲିଟର ବିଶିଷ୍ଟ ବୋତଲର ୩୧ଟି କାର୍ଟନ୍, ୧ ଲିଟର ବିଶିଷ୍ଟ ବୋତଲର ୨୦୨ଟି କାର୍ଟନ୍ ଏବଂ ୫୦୦ ମିଲିଲିଟର ବିଶିଷ୍ଟ ବୋତଲର ୨୩୩ଟି କାର୍ଟନ୍ ଅନ୍ତର୍ଭୁକ୍ତ ଥିଲା। ଏହା ସହିତ ISI ମାନକ ଚିହ୍ନ ଥିବା ୫୦୦ଟି ଲେବଲ୍ ମଧ୍ୟ ଜବତ କରାଯାଇଥିଲା।

BISର ବୈଧ ଲାଇସେନ୍ସ ବିନା ISI ମାନକ ଚିହ୍ନ ବ୍ୟବହାର କରିବା ଆଇନ ଅନୁଯାୟୀ ନିଷିଦ୍ଧ। ଅନଧିକୃତ ଭାବେ ମାନକ ଚିହ୍ନର ବ୍ୟବହାରକୁ ରୋକିବା ଏବଂ ଗ୍ରାହକମାନଙ୍କୁ ମାନକ ଅନୁପାଳନ କରୁନଥିବା ଉତ୍ପାଦରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ BIS ପକ୍ଷରୁ ଏପରି ଆଇନଗତ କାର୍ଯ୍ୟାନୁଷ୍ଠାନମୂଳକ ଅଭିଯାନ କରାଯାଉଛି।

ଭଗବତୀ ଏଣ୍ଟରପ୍ରାଇଜେସ୍‌, କୁସୁପୁର, ପୁରୀ ବିରୋଧରେ ଭାରତୀୟ ମାନକ ବ୍ୟୁରୋ ଅଧିନିୟମ, ୨୦୧୬ର ପ୍ରଯୁଜ୍ୟ ବ୍ୟବସ୍ଥା ଅନୁଯାୟୀ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି।

BIS isi ISI ମାନକ ଚିହ୍ନ ପ୍ୟାକେଜ୍‌ଡ୍ ପାନୀୟ ଜଳ
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଜୋରଦାର ଧକ୍କା: ମୃତ୍ୟୁ ସଂଖ୍ୟା ୪୬ କୁ ବୃଦ୍ଧି

October 28, 2026

ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ

October 28, 2026

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ମେଣ୍ଟର ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ

October 28, 2026
Latest News

ଦ୍ରୁତଗାମୀ ଟ୍ରେନ୍ ମଧ୍ୟରେ ଜୋରଦାର ଧକ୍କା: ମୃତ୍ୟୁ ସଂଖ୍ୟା ୪୬ କୁ ବୃଦ୍ଧି

October 28, 2026

ଭାରତ ଆଉ ଦୁର୍ବଳ ନୁହେଁ, ବିଶ୍ୱରେ ବଢ଼ୁଛି ସାମର୍ଥ୍ୟ: ରାଜନାଥ ସିଂହ

October 28, 2026

ନକଲି ISI ମାର୍କା ପାଣି ବୋତଲ କାରଖାନା ଉପରେ ରେଡ୍: ୮ ହଜାରରୁ ଅଧିକ ବୋତଲ ଜବତ

October 28, 2026

ICC ରାଙ୍କିଙ୍ଗ୍‌ରେ ବଡ ଓଲଟପାଲଟ: ଅଭିଷେକ ପୁଣି ନମ୍ବର ୱାନ, ଜାନସେନଙ୍କ ଡବଲ ଧମାକା

October 28, 2026

ଜ୍ଞାନେଶ କୁମାରଙ୍କ ବିରୋଧରେ INDIA ମେଣ୍ଟର ‘ସାର୍ବଜନୀନ ମହାଭିଯୋଗ’ କାର୍ଯ୍ୟକ୍ରମ

October 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.