Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ
ଆଜିର ଖବର

ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ

October 30, 2026No Comments3 Mins Read
Share Facebook Twitter LinkedIn Email WhatsApp Copy Link
Lake bursts in Bhutan: Flood threat to West Bengal, Assam

ନୂଆଦିଲ୍ଲୀ: ଭୁଟାନର ଲେମଥାଙ୍ଗ ଅଞ୍ଚଳରେ ଥିବା ସିନ୍ତାଫୁ ହ୍ରଦ ଭାଙ୍ଗିଯିବା ଫଳରେ ପ୍ରଚଣ୍ଡ ଗ୍ଲେସିଅର୍ ଲେକ୍ ଆଉଟବର୍ଷ୍ଟ ଫ୍ଲଡ୍ (ଜଳପ୍ଲାବନ) ସୃଷ୍ଟି ହୋଇଛି । ଏହି ଗ୍ଲାସିଅର୍ ହ୍ରଦ ଫାଟିଯିବା ଫଳରେ ସୃଷ୍ଟ ପ୍ରବଳ ବନ୍ୟା ଜଳ ଭୁଟାନରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହିତ ନିକଟବର୍ତ୍ତୀ ଭାରତୀୟ ରାଜ୍ୟ ପଶ୍ଚିମବଙ୍ଗ ଏବଂ ଆସାମରେ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ହିନ୍ଦୁକୁଶ ହିମାଳୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ଏହିପରି ଭୂ-ପ୍ରାକୃତିକ ବିପଦ ନିକଟବର୍ତ୍ତୀ ସମସ୍ତ ପଡ଼ୋଶୀ ଅଞ୍ଚଳ ପାଇଁ ବଡ଼ ଚିନ୍ତାର କାରଣ ସାଜିଛି ।

ଗାସା ଜିଲ୍ଲାର ଲୁଙ୍ଗୋ ଏବଂ ଲାୟା ଗେୱୋଗ୍ ସୀମାନ୍ତରେ ଥିବା ୱାକିଲା ପାହାଡ଼ ନିକଟସ୍ଥ ସିନ୍ତାଫୁ ହ୍ରଦରେ ଗତ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟାରେ ଏହି ବନ୍ଧ ଭାଙ୍ଗିଥିଲା । ସେହିଦିନ ରାତି ପ୍ରାୟ ୮ଟା ସମୟରେ ବନ୍ୟାଜଳ ଅତି କ୍ଷିପ୍ର ଗତିରେ ତଳିଆ ଅଞ୍ଚଳ ତକ୍ତସେମାଖାଙ୍ଗ ଆଡ଼କୁ ମାଡ଼ି ଆସିଥିଲା । ଏହି ପ୍ରବଳ ଜଳସ୍ରୋତ ଭୁଟାନର ସବୁଠାରୁ ଦୁର୍ଗମ ପାହାଡ଼ିଆ ଅଞ୍ଛଳ ଲାୟାକୁ ଯୋଡ଼ୁଥିବା ଅନେକ ମୁଖ୍ୟ ରାସ୍ତା ଏବଂ ପୋଲଗୁଡ଼ିକୁ ସମ୍ପୂର୍ଣ୍ଣ ଧୋଇ ନେଇଛି, ଯାହାଫଳରେ ଏହି ଅଞ୍ଚଳଟି ମୂଳ ଭୂଖଣ୍ଡରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଏହା ସହିତ ଗାସା ଛାଚୁ ଉଷ୍ମପ୍ରସ୍ରବଣ ପରିସର ମଧ୍ୟ ବନ୍ୟା ଜଳରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ପୁନାଖା-ଗାସା ରାଜପଥ ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ।

ଏହି ବିପଜ୍ଜନକ ସ୍ଥିତି ସମ୍ପର୍କରେ ଭୁଟାନସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ସରକାରୀ କର୍ତ୍ତୃପକ୍ଷଙ୍କୁ ତୁରନ୍ତ ଅବଗତ କରାଯାଇଥିଲା । ସୂଚନା ପାଇବା କ୍ଷଣି କେନ୍ଦ୍ରୀୟ ଜଳ ଆୟୋଗ ଅକ୍ଟୋବର ୨୯ ତାରିଖରେ ପଶ୍ଚିମବଙ୍ଗ ଏବଂ ଆସମର ବିପର୍ଯ୍ୟୟ ପ୍ରଶମନ ବିଭାଗ ପାଇଁ ସ୍ୱତନ୍ତ୍ର ସତର୍କ ସୂଚନା ଜାରି କରିଥିଲେ । ସଂକୋଶ ନଦୀରେ ଜଳସ୍ତର ପ୍ରାୟ ୨ ଫୁଟ ବୃଦ୍ଧି ପାଇବା ପରେ ନଦୀକୂଳିଆ ଅଞ୍ଚଳଗୁଡ଼ିକରେ ବ୍ୟାପକ ସୁରକ୍ଷା କଟକଣା କଡ଼ାକଡ଼ି କରାଯାଇଛି । ପଶ୍ଚିମବଙ୍ଗର ଆଲିପୁରଦୁଆର ଜିଲ୍ଲାରୁ ୧୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ଅସମର ଧୁବୁରୀ ଏବଂ କୋକରାଝାର ଜିଲ୍ଲାର ସଂବେଦନଶୀଳ ଅଞ୍ଚଳଗୁଡ଼ିକରେ କେନ୍ଦ୍ରୀୟ ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀର ଟିମ୍ ମୋତୟନ କରାଯାଇ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ।

ହିମାଳୟ ସଂରକ୍ଷଣ ପାଇଁ କାର୍ଯ୍ୟ କରୁଥିବା କାଠମାଣ୍ଡୁସ୍ଥିତ ଆନ୍ତଃ-ସରକାରୀ ସଂସ୍ଥା ‘ଇସିମୋଡ୍’ ଅନୁଯାୟୀ, ସିନ୍ତାଫୁ ହ୍ରଦରେ ପ୍ରାୟ ୬୦ ରୁ ୭୦ ଲକ୍ଷ ଘନ ମିଟର ଜଳ ଗଚ୍ଛିତ ଥିଲା, ଯାହା ପ୍ରାୟ ୨,୪୦୦ ରୁ ୨,୮୦୦ ଓଲମ୍ପିକ୍ ଆକାରର ସ୍ୱିମିଂ ପୁଲ୍‌ର ଜଳ ସହିତ ସମାନ । ଏହି ବିଦାରଣ ଯୋଗୁଁ କେତେ ପରିମାଣର ଜଳ ନିଷ୍କାସିତ ହୋଇଛି ତାହାର ଆକଳନ ଜାରି ରହିଛି । ସମ୍ପ୍ରତି ହିନ୍ଦୁକୁଶ ହିମାଳୟ ଅଞ୍ଚଳରେ ଏପରି ପାର୍ବତ୍ୟ ବିପର୍ଯ୍ୟୟ ବାରମ୍ବାର ଦେଖାଯାଉଛି । ଗତ ଅଗଷ୍ଟ ମାସରେ ନେପାଳର ଗିରୋଙ୍ଗ-ରସୁଆ ନଦୀ ବେସିନ୍‌ରେ ହୋଇଥିବା ବରଫ-ପଥର ଧସିବା ଏବଂ ଅକ୍ଟୋବର ଶେଷ ସପ୍ତାହରେ ବୁଢ଼ୀ ଗଣ୍ଡକୀ ଇଲାକାରେ ଆସିଥିବା ଆକସ୍ମିକ ବନ୍ୟା ଏହାର ଜ୍ୱଳନ୍ତ ଉଦାହରଣ ।

ଇସିମୋଡ୍ ଏବଂ ଜାତିସଂଘ ବିକାଶ କାର୍ଯ୍ୟକ୍ରମର ପୂର୍ବ ନିରୀକ୍ଷଣ ଅନୁଯାୟୀ କୋଶୀ, ଗଣ୍ଡକୀ ଏବଂ କର୍ଣ୍ଣାଳୀ ନଦୀ ଅବବାହିକାରେ ୪୭ଟି ଅତି ବିପଜ୍ଜନକ ଗ୍ଲେସିଅର୍ ହ୍ରଦ ଚିହ୍ନଟ ହୋଇଛି । ସମଗ୍ର ହିନ୍ଦୁକୁଶ, କାରାକୋରମ୍ ଏବଂ ପୂର୍ବ-ମଧ୍ୟ ହିମାଳୟ ପାର୍ବତ୍ୟାଞ୍ଚଳରେ ଏପର୍ଯ୍ୟନ୍ତ ୩୮୮ଟି ଏପରି ହ୍ରଦ ଭାଙ୍ଗିବା/ଫାଟିବା ଘଟଣା ନଥିଭୁକ୍ତ ହୋଇସାରିଛି । ଭୁଟାନର ଜାତୀୟ ଜଳବିଜ୍ଞାନ ଏବଂ ପାଣିପାଗ କେନ୍ଦ୍ର ପକ୍ଷରୁ ସଠିକ୍ ସମୟରେ ମିଳିଥିବା ପୂର୍ବାନୁମାନ ଓ ଆଗୁଆ ସୂଚନା ଯୋଗୁଁ ଏକ ବଡ଼ ଧରଣର ବିପଦକୁ ଏଡ଼ାଯାଇ ପାରିଛି । ଆଗାମୀ ଦିନରେ ଏହିପରି ପାର୍ବତ୍ୟ ବିପର୍ଯ୍ୟୟରୁ ସୁରକ୍ଷା ପାଇଁ ଆଞ୍ଚଳିକ ସ୍ତରରେ ଆଗୁଆ ସୂଚନା ବ୍ୟବସ୍ଥା, ପ୍ରସ୍ତୁତି ଏବଂ ସୀମାପାର ସହଯୋଗ ଅତ୍ୟନ୍ତ ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି ।

ଆସାମ ପଶ୍ଚିମବଙ୍ଗ ବନ୍ୟା ଭୁଟାନ
Share. Facebook Twitter LinkedIn Email WhatsApp Copy Link

Related Posts

ରେକର୍ଡ ସ୍ତରରେ ରିଲାଏନ୍ସର ତ୍ରୈମାସିକ ଲାଭ: ଜିଓ ଓ ତୈଳ-ରସାୟନ କାରବାର ବୃଦ୍ଧି କଲା ଗତି

October 30, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ

October 30, 2026

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ

October 30, 2026
Latest News

ରେକର୍ଡ ସ୍ତରରେ ରିଲାଏନ୍ସର ତ୍ରୈମାସିକ ଲାଭ: ଜିଓ ଓ ତୈଳ-ରସାୟନ କାରବାର ବୃଦ୍ଧି କଲା ଗତି

October 30, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ବଲପୁର ସିଟି ରେଳ ଷ୍ଟେସନ ନିରୀକ୍ଷଣ

October 30, 2026

ଆତଙ୍କୀ ପାଣ୍ଠି ନେଟୱର୍କ ଠାବ, ୧୦ ଗିରଫ

October 30, 2026

ସମ୍ବଲପୁର ରେଳ ମଣ୍ଡଳ ଅନ୍ତର୍ଗତ ସାଂସଦମାନଙ୍କ ଡିଭିଜନାଲ କମିଟି ବୈଠକ ଅନୁଷ୍ଠିତ

October 30, 2026

ଭୁଟାନରେ ଭାଙ୍ଗିଲା ହ୍ରଦ: ପଶ୍ଚିମବଙ୍ଗ, ଆସାମକୁ ବନ୍ୟା ଭୟ

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.